Videos
|
Odisha

Odisha News / ବିନୟତୋଷ ମିଶ୍ରଙ୍କୁ ଅବସର ଅନୁମତି; ନୂଆ DGP କିଏ ହେବେ ?

Sushanta Sahoo
Browse all articles by Sushanta Sahoo
·10 mins ago·2 min read
ବିନୟତୋଷ ମିଶ୍ରଙ୍କୁ ଅବସର ଅନୁମତି; ନୂଆ DGP କିଏ ହେବେ ?
Who Will Be Odisha's Next DGP After Binayatosh Mishra?

Key Points

କାମଚଳା ଡିଜି ବିନୟତୋଷ ମିଶ୍ରଙ୍କୁ ଅବସର ଅନୁମତି
ବିନୟତୋଷ ମିଶ୍ରଙ୍କୁ ଅବସର ଅନୁମତି ଦେଲେ ସରକାର
ନଭେମ୍ବର ୩୦ରେ ସରୁଛି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ
୧୯୯୩ ବ୍ୟାଚ୍‌ର IPS ଅଧିକାରୀ ବିନୟତୋଷ ମିଶ୍ର
ଭୁବନେଶ୍ଵର: ୧୯୯୩ ବ୍ୟାଚ୍‌ର IPS ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅବସର ଅନୁମତି । ଏବେ ଓଡ଼ିଶା ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ଵ ତୁଲାଉଥିବା ବିନୟତୋଷ ମିଶ୍ରଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୩୦ ତାରିଖରେ ବିନୟତୋଷ ମିଶ୍ର କାର୍ଯ୍ୟକାଳ ସରୁଛି ।

୧୯୬୬ ମସିହା ନଭମ୍ବର ୩ ତାରିଖରେ ବିନୟତୋଷ ମିଶ୍ର ଜନ୍ମ ଗ୍ରହଣ କରିଥିଲେ । ସେହି ଅନୁସାରେ, ନଭେମ୍ବର ୩୦କୁ ବିନୟତୋଷ ମିଶ୍ରଙ୍କୁ ୬୦ ବର୍ଷ ହେଉଛି । ତେଣୁ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ପୋଲିସ ଡିଜି ଭାବେ ଅବସରକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ବିନୟତୋଷଙ୍କ ପରେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଏଥିସହ ପଢ଼ନ୍ତୁ: ଦିଗ ବଦଳାଇଲା ବାତ୍ୟା ଅକଭାନ…ଗୋପାଳପୁରରେ କରିପାରେ ଲ୍ୟାଣ୍ଡଫଲ୍ 

IPS ଅଧିକାରୀ ବିନୟତୋଷ ମିଶ୍ର ୨୦୨୬ ଅଗଷ୍ଟ ୧୬ ତାରିଖରେ ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ୩୬ ବର୍ଷର ଆଇପିଏସ୍ କ୍ୟାରିୟର ପରେ ଆଜି ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥଲେ ବିନୟତୋଷ ମିଶ୍ର ।


IPS ଚାକିରିରେ ୩୩ ବର୍ଷ

ବିନୟତୋଷ ମିଶ୍ର ୩୩ ବର୍ଷ ଧରି IPS ଭାବେ ସେବା ଯୋଗାଇ ଆସୁଥିଲେ । ଅନ୍ତରୀଣ ପୋଲିସ ଡିଜି ଦାୟିତ୍ଵ ନେବା ପୂର୍ବରୁ କ୍ରାଇମବ୍ରାଞ୍ଚ ଦାୟିତ୍ଵରେ ଥିଲେ । ବିହାର ମଧୁବନିରେ ଜନ୍ମିତ ଓଡ଼ିଶା କ୍ୟାଡରର IPS ଅଧିକାରୀ ବିନୟତୋଷ ମିଶ୍ର ୧୯୯୩ ସେପ୍ଟେମ୍ବର ୫ ତାରିଖରେ ସେବାରେ ଯୋଗ ଦେଇଥିଲେ ।

ବାଲେଶ୍ଵର, ତାଳେଚର, କଟକ, ବ୍ରହ୍ମପୁର ଓ ଯାଜପୁର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ଗୁଇନ୍ଦା ବିଭାଗରେ ବରିଷ୍ଠ ଅଧିକାରୀ ସହ, ଅଗ୍ନିଶମ, ହୋମଗାର୍ଡ, CISFରେ କାର୍ଯ୍ୟ ତୁଲାଇଥିଲେ । ରେଲୱରେ (IGP) ଥିଲେ । ୨୦୨୫ ଜାନୁଆରୀ ୧ରୁ କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ଵ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି 

ପୋଲିସ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ୨୦୦୯ରେ ପୋଲିସ ମେଡାଲ୍, ୨୦୧୬ରେ ରାଷ୍ଟ୍ରପତି ପୋଲିସ ପଦକ, ୨୦୧୭ରେ ପୋଲିସ ଆନ୍ତିକ ସୁରକ୍ଷା ସେବା ପଦକ ମିଳିଥିଲା । କ୍ରାଇମବ୍ରାଞ୍ଚ ଡିଜି ଭାବେ ବିନୟତୋଷ ମିଶ୍ର ସାଇବର କ୍ରାଇମ, ମହିଳାଙ୍କ ସୁରକ୍ଷା ଆଦି ଉପରେ ଗୁରୁତ୍ଵ ଦେଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: