Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ଆଉ ଚାଲିବନି ଅଫିସରଙ୍କ ମନମାନି, ନିଳମ୍ୱିତ ହେଲେ ହୋମଗାର୍ଡ DIG ରାଜେଶ ପଣ୍ଡିତ

Odisha

ରାଜ୍ୟରେ ଆଉ ଚାଲିବନି ଅଫିସରଙ୍କ ମନମାନି, ନିଳମ୍ୱିତ ହେଲେ ହୋମଗାର୍ଡ DIG ରାଜେଶ ପଣ୍ଡିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଆଉ ଚାଲିବନି ଅଫିସରଙ୍କ ମନମାନି, ନିଳମ୍ୱିତ ହେଲେ ହୋମଗାର୍ଡ DIG ରାଜେଶ ପଣ୍ଡିତ

ଅର୍ଗସ ବ୍ୟୁରୋ:  କଡ଼ା ନିଷ୍ପତ୍ତି, ସ୍ପଷ୍ଟ ବାର୍ତ୍ତା। ରାଜ୍ୟରେ ଆଉ ଚାଲିବନି ଅଫିସରଙ୍କ ମନମାନି। ମହିଳା ପୋଲିସ ଇନିସ୍ପେକ୍ଟରଙ୍କ ଘରେ ମାରପିଟ ଘଟଣାରେ ବରିଷ୍ଠ IPS ତଥା ଅଗ୍ନିଶମ ଓ ହୋମଗାର୍ଡ DIG ରାଜେଶ ପଣ୍ଡିତ ନିଲମ୍ବିତ ହୋଇଛନ୍ତି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ ପାଇଁ ରାଜେଶ ପଣ୍ଡିତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। DIGଙ୍କ ନିଲମ୍ବନ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜେଶ ପଣ୍ଡିତଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଧୀନରେ ଥିବା ଜଣେ ମହିଳା ଇନିସ୍ପେକ୍ଟରଙ୍କ କ୍ବାର୍ଟର୍ସରେ ଗତ 27 ତାରିଖ ରାତିରେ ପହଞ୍ଚିଥିଲେ ରାଜେଶ ପଣ୍ଡିତ। ସେଠାରେ ଆରମ୍ଭ କରିଦେଇଥିଲେ ଉତ୍ପାତ।

ମହିଳା ଇନସ୍ପେକ୍ଟରଙ୍କୁ ପ୍ରେମ ନିବେଦନ କରିଥିଲେ, ବିବାହ କରିବାଦୁ ଜିଦ୍ ଧରିଲେ। ଆଉ ତାଙ୍କୁ ସାଙ୍ଗରେ ନେଇଯିବାକୁ ମଧ୍ୟ ଅଡ଼ି ବସିଥିଲେ ରାଜେଶ ପଣ୍ଡିତ। ଏତିକିବେଳେ ଘରେ ପହଞ୍ଚିଥିଲେ ମହିଳା ଇନିସ୍ପେକ୍ଟରଙ୍କ ସ୍ବାମୀ। ଫଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ପ୍ରଥମେ ତାଙ୍କ ସହ ବଚସା ଆଉ ପରେ ମାଡ଼ ମାରିଥିଲେ DIG ରାଜେଶ ପଣ୍ଡିତ। ମାରପିଟରେ ଇନିସ୍ପେକ୍ଟରଙ୍କ ସ୍ବାମୀ ଆହତ ମଧ୍ୟ ହୋଇଥିଲେ। ମାମଲା ମାନବଧିକାର କମିଶନଙ୍କ ନିକଟରେ ପହଞ୍ଚିଥିଲା । ପୋଲିସ ଡିଜି ଏହି ଘଟଣାର ତଦନ୍ତ କରି ଗୃହ ବିଭାଗର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ। ଆଉ ସେହି ଆଧାରରେ ଦିଲ୍ଲୀରୁ ଫେରି DIG ରାଜେଶ ପଣ୍ଡିତଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ଆଉ ଚଳିବନି ଅଫିସରଙ୍କ ମନମାନି। ଘଟଣା ଦିନ କେଇଟା ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୂର୍ବ ସରକାରରେ ଚାଲିଥିଲା ଅଫିସରଙ୍କ ରାଜ୍। କିନ୍ତୁ ମୋହନ ସରକାରରେ କାହାରି ମନମାନି ଚଳିବ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Odisha IPS Officer Rajesh Pandit Suspended Over 'Grave Misconduct' | Argus News