Odisha IPS Officers / ଓଡ଼ିଶା କ୍ୟାଡର IPSଙ୍କୁ କେନ୍ଦ୍ରରେ ମିଳିପାରେ ବଡ଼ ଦାୟିତ୍ବ
·3 months ago·2 min read

Key Points
ଦେଶର ଗୁରୁଦାୟିତ୍ବ ସମ୍ଭାଳିବାକୁ ଯୋଗ୍ୟ ଓଡ଼ିଶା କ୍ୟାଡର IPS
କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେଇପାରିବେ ରାଜ୍ୟର ଦୁଇ ଅଧିକାରୀ
ଓଡ଼ିଶା କ୍ୟାଡର ଦୁଇ IPS ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ ଏମ୍ପାନେଲ୍

ଓଡ଼ିଶା କ୍ୟାଡ଼ର ଦୁଇ ଆଇପିଏସଙ୍କୁ କେନ୍ଦ୍ରରେ ମିଳିପାରେ ବଡ଼ ଦାୟିତ୍ବ । ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ୍ ପକ୍ଷରୁ ୩୩ ଜଣିଆ ଏମ୍ପାନେଲ୍ ତାଲିକାରେ ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ । ଏମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସେପଟେ ରାଜ୍ୟରେ ପରବର୍ତ୍ତୀ ପୋଲିସ ଡିଜି କିଏ ଚାଲିଛି କସରତ । ରେସରେ ଚାରି ବରିଷ୍ଠ ଆଇପିଏସ୍ । ତେବେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ରେସରେ ଆଗୁଆ ଥିବା ବେଳେ ତାଙ୍କ ନାଁ କେନ୍ଦ୍ର ଏମ୍ପାନେଲ୍ ତାଲିକାରେ ବି ରହିଛି ।
କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ୍’ ଦେଶର ୩୩ ଜଣ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ ଓ ଡିଜି ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ କରିଛନ୍ତି । ଏହି ତାଲିକାରେ ଅଛନ୍ତି ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ । ଏମ୍ପାନେଲ୍ ହୋଇଥିବା ଓଡ଼ିଶା କ୍ୟାଡର ଅଧିକାରୀ ହେଲେ ୧୯୯୦ ବ୍ୟାଚ୍ର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଓ ୧୯୯୫ ବ୍ୟାଚ୍ର ପିଏସ୍. ରଣପିସେ । ଏହି ଏମ୍ପାନେଲମେଣ୍ଟ ପରେ ଉଭୟ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏହି ଅଧିକାରୀମାନେ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାରେ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ।
ସେପଟେ ରାଜ୍ୟ ପୋଲିସର ପରବର୍ତ୍ତୀ ମଙ୍ଗୁଆଳ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନର ଡିଜିପିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ନୂଆ ଡିଜିପି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସସିକୁ ସମ୍ଭାବ୍ୟ ଅଫିସରଙ୍କ ତାଲିକା ପଠାଇବାକୁ ପଡ଼ିଥାଏ । ଏହି ସର୍ବୋଚ୍ଚ ପଦବୀର ଦୌଡ଼ରେ ୪ ଜଣ ବରିଷ୍ଠ ଅଫିସରଙ୍କ ନାଁ ଆଗରେ ରହିଛି ।
୧୯୯୦ ବ୍ୟାଚର ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ, ୧୯୯୩ ବ୍ୟାଚ ଆର. ପି. କୋଚେ, ୧୯୯୪ ବ୍ୟାଚ ସଂଜୀବ ପଣ୍ଡା । ବର୍ତ୍ତମାନ ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଓ ଗୃହରକ୍ଷୀ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ । ସେହିପରି ସୁଶାନ୍ତ କୁମାର ନାଥ ବର୍ତ୍ତମାନ ଜେଲ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ OPRBର ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ଆର. ପି. କୋଚେ ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ସଂଜୀବ ପଣ୍ଡା ଏବେ ଆଣ୍ଟିନକ୍ସଲ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ୧୧ ବରିଷ୍ଠ ଆଇପିଏସଙ୍କ ନାଁ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । ବର୍ତ୍ତମାନର ଡିଜିପିଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ରେ ସରିବା ପୂର୍ବରୁ ପୂର୍ବରୁ ୟୁପିଏସସି ବୈଠକ ବସିବ ଏବଂ ସେଠାରୁ ୩ ଜଣିଆ ପ୍ୟାନେଲ୍ ଆସିବା ପରେ ରାଜ୍ୟ ସରକାର ଫାଇନାଲ୍ ମୋହର ମାରିବେ। ତେବେ ଏହାପୂର୍ବରୁ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ କନ୍ଦ୍ରୀୟ ତାଲିକାରେ ସ୍ଥାନ ପାଇବା ନିଶ୍ଚୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବ ।
Related Topics
Explore more stories