Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଞ୍ଜିନିବେଶ ଆଣିବା ବେଳକୁ କିନ୍ତୁ ଅନ୍ୟ ରାଜ୍ୟ ଠୁ ବହୁ ପଛରେ ଓଡିଶା

Ritu Das
Browse all articles by Ritu Das
·1 year ago·1 min read
ପୁଞ୍ଜିନିବେଶ ଆଣିବା ବେଳକୁ କିନ୍ତୁ ଅନ୍ୟ ରାଜ୍ୟ ଠୁ ବହୁ ପଛରେ ଓଡିଶା

ଅର୍ଗସ ବ୍ୟୁରୋ: ବିଧାନସଭାରେ ଭଟଲି ବିଜେପି ବିଧାୟକ ଇରାସିସ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିଛି ବିଜେଡି ସରକାରଙ୍କ ମିଛ ଶିଳ୍ପାୟନର ସତ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉତ୍ତର ରଖି କହିଛନ୍ତି ଗତ 5 ବର୍ଷ ମଧ୍ୟରେ 512 ବୃହତ ଶିଳ୍ପ ସଂସ୍ଥା ସହ ଏମଓୟୁ ହୋଇଛି। ଏଥିମଧ୍ୟରୁ 30ଟି ବୃହତ୍ତ ପ୍ରକଳ୍ପ ଆଂଶିକ ତଥା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛନ୍ତି । ଏହି ସମୟ ମଧ୍ୟରେ 5 ଲକ୍ଷ 7 ହଜାର 303 ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖିଥିଲା ପୂର୍ବ ବିଜେଡି ସରକାର। ହେଲେ ନବୀନ ସରକାରଙ୍କ ଲଲିପପ୍ ଧରାପଡିଯାଇଛି।  

ପ୍ରଶ୍ନ ଉଠୁଛି ମେକ ଇନ ଓଡିଶା କାହା ପାଇଁ , କାହିଁକି ଏ ପର୍ଯ୍ୟନ୍ତ ସମସ୍ତ 512 ବୃହତ୍ତ ଶିଳ୍ପ ପ୍ରକଳ୍ପରୁ ମାତ୍ର 30ଟିରେ ପୁଞ୍ଜି ନିବେଶ ହୋଇଛି । ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିଥିଲେ ନବୀନ ଓ ପାଣ୍ଡିଆନ । ସରକାର ବିଦେଶୀ ନିବେଶକଙ୍କୁ ଶିଳ୍ପାୟନ ଲାଗି ଆମନ୍ତ୍ରଣ କରିବାକୁ ଦୁବାଇ, ସିଙ୍ଗାପୁର,  ଚୀନ, ଜାପାନ, ଇଟାଲୀ, ଜର୍ମାନ ଓ ସାଉଥକୋରିଆ ପରି ବିଭିନ୍ନ ଦେଶରେ ରାଜ୍ୟ ସରକାର ବଡ ବଡ ବୈଠକ, ରୋଡ୍ ସୋ କରିବା ସହ ବଡ ବଡ ବିଜ୍ଞାପନ ବି ଦେଇଥିଲେ । ଏତେ ସବୁ ପରେ ବି ବିଦେଶ ପୁଞ୍ଜିନିବେଶରେ ଏଭଳି ସ୍ଥିତି ହିଁ ବୟାନ କରୁଛି ଏହା କେବଳ ପ୍ରଚାରରେ ସୀମିତ ଥିଲା । ପାଣି ଭଳିଆ ପଇସା ସିନା ଖର୍ଚ୍ଚ ହେଲା କିନ୍ତୁ ପୁଞ୍ଜିନିବେଶ ହେଲା ନାହିଁ । 

କିଛି ମାସ ତଳେ ସଂସଦରେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଖୋଲିଦେଇଥିଲା ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶର ମିଛ ପ୍ରଚାରର ଗୁମର।  ଅକ୍ଟୋବର 2019ରୁ ସେପେଟେମ୍ବର 2023 ପର୍ଯ୍ୟନ୍ତ 4 ବର୍ଷରେ ଓଡ଼ିଶାରେ ହୋଇଥିଲା ମାତ୍ର 1277 କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Odisha is far | Argus News