Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଶା କବଳରେ ଓଡ଼ିଶା , ରାଜ୍ୟ ବଢୁଛି ନିଶା କାରବାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନିଶା କବଳରେ ଓଡ଼ିଶା , ରାଜ୍ୟ ବଢୁଛି ନିଶା କାରବାର

ଭୁବନେଶ୍ବର : ନିଶା କବଳରେ ଓଡ଼ିଶା । ରାଜ୍ୟ ବଢୁଛି ନିଶା କାରବାର । ମଦ ବିକ୍ରି ଓ କାରବାର ବଢୁଥିବା ବେଳେ ଅନ୍ୟପଟେ ଲମ୍ବି ଚାଲିଛି ଚୋରା ନିଶା ଦ୍ରବ୍ୟ କାରବାରର ସାମ୍ରାଜ୍ୟର ଚେର । ବିଧାନସଭାରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତରରୁ ଆସିଛି ଆଖି ତରାଟି ଦେଲା ଭଳି ତଥ୍ୟ । ଗତ 10 ବର୍ଷ ହେଲା କ୍ରମାଗତ ଭାବେ ବଢ଼ି ଚାଲିଛି ଅବକାରୀ ରାଜସ୍ବ । 2022-23 ଆର୍ଥିକ ବର୍ଷରେ ମଦ କାରବାରରୁ ରାଜ୍ୟ ସରକାରଙ୍କୁ ମିଳିଛି 6 ହାଜର 455 କୋଟି ଟଙ୍କାର ରାଜସ୍ବ । 2023-24 ଆର୍ଥିକ ବର୍ଷରେ ଡିସେମ୍ବର 31 ତାରିଖ ସୁଦ୍ଧା 4 ହାଜର 897 କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି । 10 ବର୍ଷରେ ପାଖାପାଖି 3 ଗୁଣରୁ ଅଧିକ ବଢିଛି ମଦ ରାଜସ୍ବ । 

ଅଧିକ ପଢନ୍ତୁ : ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା

ଅନ୍ୟପଟେ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ ଭଳି କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । କେବଳ ଗୋଟିଏ ବର୍ଷ 2022-23ରେ 63 କୋଟି 45 ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରିଛି ବିଭାଗ । ସେଥିରେ 31 କେଜି 796 ଗ୍ରାମ ବ୍ରାଉନ ସୁଗାର୍, 42 ହାଜର 254 କେଜି ଗଞ୍ଜେଇ, 1959 କେଜି ଅଫିମ, 7 ହାଜର 335 ଲିଟର କଫ ସିରପ ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha is in the grip of wine , the state is increasing the drug trade | Argus News