Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ଧନୀ, ଓଡ଼ିଶାବାସୀ ଗରିବ କାହିଁକି ?

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଶା ଧନୀ, ଓଡ଼ିଶାବାସୀ ଗରିବ କାହିଁକି ?

ଭୁବନେଶ୍ୱର: ଖଣି, ପାଣି, ଜଙ୍ଗଲ, ଜମି ସବୁଥିରେ ଓଡ଼ିଶାକୁ ସମୃଦ୍ଧ କରିଛି ପ୍ରକୃତି। ସମ୍ପତ୍ତିରେ ସମ୍ପନ୍ନ ଓଡ଼ିଶା ଏକ ଧନୀ ରାଜ୍ୟ, କିନ୍ତୁ ଏଠାକାର ବାସିନ୍ଦା, ଓଡ଼ିଶାବାସୀ ଗରିବ। ଏଥିପାଇଁ ଦାୟୀ କିଏ ? ସୋମବାର ବ୍ରହ୍ମପୁର ସଭାରେ ଓଡ଼଼ିଶାର ଦାରିଦ୍ର୍ୟ ପାଇଁ 24 ବର୍ଷର ବିଜେଡି ସରକାରକୁ ପାପୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଆଉ ଏବେ ମୋଦିଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ରାଜ୍ୟବାସୀ। ଦୁର୍ବଳ ଅର୍ଥନୀତିରୁ ନେଇ ଦାଦନ ଦୁର୍ଦ୍ଦଶା ପାଇଁ ସରକାରୀ ଅପାରଗତାକୁ ଦାୟୀ କରୁଛନ୍ତି ଲୋକେ।  ମୋଦି ନବୀନ ସରକାରଙ୍କୁ ପାପ ଲଦିବା ପରେ ସାରା ରାଜ୍ୟରେ 24 ବର୍ଷର ସରକାର ବିରୋଧରେ ତୀବ୍ର ପ୍ରତିକ୍ରିୟା  ଉର୍ବର ମାଟି, ପ୍ରଚୁର ଜଳ ଓ ଖଣିଜ, ବିସ୍ତୀର୍ଣ୍ଣ ବେଳାଭୂମି । ସବୁ ସମ୍ପଦରେ ସମ୍ପନ୍ନ ରାଜ୍ୟ ଓଡ଼ିଶା। ଅର୍ଥାତ୍ ସମ୍ପଦରେ ଭରପୁର ଓଡ଼ିଶା ଧନୀ । କିନ୍ତୁ ଓଡ଼ିଶାବାସୀ ଗରିବ କାହିଁକି ? ଏଥିପାଇଁ ଦାୟୀ କିଏ ?    ସୋମବାର ବ୍ରହ୍ମପୁର ସଭାରେ ଓଡ଼ିଶାବାସୀଙ୍କୁ ଗରିବ କରି ରଖିଥିବା ବିଜେଡି ସରକାରକୁ ପାପୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।  

କୃଷିରୁ ନେଇ ଶିଳ୍ପ ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା। ତଥାପି ସବୁ କ୍ଷେତ୍ରରେ ପଛୁଆ ଓଡ଼ିଶା। ଓଡ଼ିଶାବାସୀଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ। ଓଡ଼ିଶାବାସୀଙ୍କ ଦାରିଦ୍ର୍ୟ ପାଇଁ ମୋଦି ନବୀନ ସରକାରଙ୍କୁ ପାପ ଲଦିବା ପରେ 24 ବର୍ଷର ସରକାରର ଅପାରଗତା ବିରୋଧରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା।  ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଓଡ଼ିଶାରେ ନା ସମ୍ପଦର ଅଭାବ ଅଛି ନା ପାଣ୍ଠି। ମୋଦିଙ୍କ ଖଣି ନୀତି ସଂସ୍କାର ଯୋଗୁଁ ଓଡ଼ିଶାର ଖଣି ରାଜସ୍ବ ଆଶାତୀତ ଭାବେ ବଢ଼ିଛି । ଏବେ ଖଣିରୁ ବର୍ଷକୁ 50 ହଜାର କୋଟି ଟଙ୍କା ପାଉଛି ଓଡ଼ିଶା। ପୁଣି ଗତ ଦଶ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ମୋଦି ସରକାର ଓଡ଼ିଶାକୁ ଦେଇଛନ୍ତି ସାଢ଼େ ତିନି ଲକ୍ଷ କୋଟି । କିନ୍ତୁ ଏ ଟଙ୍କା ଯାଉଛି କୁଆଡ଼େ ?  ଏ ନେଇ ବିଜେଡି ନେତାଙ୍କ ଦୁର୍ନୀତିକୁ ଦାୟୀ କରିଛନ୍ତି ମୋଦି। ଓଡ଼ିଶାର କୁଶଳୀ ଓ ଉତ୍ତମ ମାନବ ସମ୍ବଳକୁ ବିନିଯୋଗ କରି ସମୃଦ୍ଧ ହେଉଛନ୍ତି ଗୁଜରାଟ ଭଳି ରାଜ୍ୟ। ସୁରଟର ସୂତା ଶିଳ୍ପ ସମୃଦ୍ଧ ହେବା ପଛରେ ରହିଛି ଓଡ଼ିଆ ଶ୍ରମିକଙ୍କ ପ୍ରମୁଖ ଯୋଗଦାନ। କିନ୍ତୁ ଆମ ଓଡ଼ିଶାର 24 ବର୍ଷର ବିଜେଡି ସରକାରର ଅପାରଗତାରୁ ଭିଟାମାଟି ଛାଡ଼ି ଦାଦନ ଦୁର୍ଦ୍ଦଶା ଭୋଗୁଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha is rich, why are the people of Odisha poor? | Argus News