ଥଣ୍ଡାରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ଟି ସହରର ତାପମାତ୍ରା
·2 years ago

ଅର୍ଗସ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୧୦ଟି ସହରର ତାପମାତ୍ରା । ସୁନ୍ଦରଗଡର କିରେଇ ଠାରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରୀ ଥିବା ବେଳେ ଟ୍ବିନ୍ ସିଟରେ ପାରଦ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଉପକୂଳ ଓଡ଼ିଶା ସମେତ ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣିଥରେ ସାମାନ୍ୟ ବୃଦ୍ଧି ପାଇବ। ପୁରୀ, ଗୋପାଳପୁର, ଖୋର୍ଦ୍ଧା ସହରରେ ପାରଦ ୧୭ ଡିଗ୍ରି ଉପରକୁ ଚାଲଯିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: