Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା

Odisha

ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା

Manini Pattanayak
Browse all articles by Manini Pattanayak
·1 year ago·1 min read
ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର:  ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା। ଭୁବନେଶ୍ୱରରେ 'Konark Suryas' ନାଁରେ ଲଞ୍ଚ ହେଲା ନୂଆ ଟିମ୍। ଏଥି ସହ   ନୂଆ ଟିମର ଖେଳାଳିଙ୍କ ନାଁ ବି ଘୋଷଣା କରାଯାଇଛି । ସାନପ୍ରିୟା ଗ୍ରୁପ୍ ଏବଂ ଆସୋଟେକର ମିଳିତ ସହଯୋଗ କ୍ରମେ ଗଠିତ 'Konark Suryas' ଟିମର ନେତୃତ୍ବ ନେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ସଦସ୍ୟ ତଥା ପ୍ରସିଦ୍ଧ ଅଲରାଉଣ୍ଡର ଇରଫାନ ପଠାନ୍ । ଏହି ଦଳରେ ବିନୟ କୁମାର, ରାଜେଶ ବିସ୍ନୋଇ ଓ ସାହାବାଜ୍ ନଦିମଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ପ୍ଲେୟାରଙ୍କୁ ବି ସାମିଲ କରାଯାଇଛି ।

ଇରଫାନଙ୍କ ସହ ଅନ୍ୟ ତିନିଜଣ ଖେଳାଳି ଆଜିର ଟିମ୍ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେଇ 'Konark Suryas' ଟିମକୁ ଶୀର୍ଷରେ ପହଞ୍ଚାଇବା ସହ ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି । ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେଉଛି ଲିଜେଣ୍ଡ ଲିଗ୍ କ୍ରିକେଟ୍ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଇଥିବା ବେଳେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ,  ପାରା ଅଲିମ୍ପିଆନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ଣା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚିତା ପ୍ରମୁଖ ସାମିଲ ହୋଇଥିଲେ । ସାନପ୍ରିୟା ଗ୍ରୁପ୍, ଆସୋଟେକ ସହ ମିଳିତ ଭାବେ ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଷ୍ଠାନ ସୃଷ୍ଟି କରିବା ତଥା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସହାୟତା କରିବାର ଲକ୍ଷ୍ୟ ରଖିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha joins Legends League Cricket | Argus News