Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Junior Teachers Strike / 'କନିଷ୍ଠ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ସ୍କୁଲ ଫେରନ୍ତୁ, ଅମାନିଆ ହେଲେ ହେବ ଆକ୍ସନ୍‌'

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
'କନିଷ୍ଠ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ସ୍କୁଲ ଫେରନ୍ତୁ, ଅମାନିଆ ହେଲେ ହେବ ଆକ୍ସନ୍‌'
Nityananda Gond

Key Points

ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ
ଅମାନିଆ ହେଲେ ଆକ୍ସନ୍
କନିଷ୍ଠ ଶିକ୍ଷକମାନେ ଆନ୍ଦୋଳନ ଛାଡି ସ୍କୁଲ ଫେରନ୍ତୁ
ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଅମାନିଆ ହେଲେ ନିଆଯିବ ଆକ୍ସନ୍ । ସବୁ କାମ ପାଇଁ ସମୟ ଲାଗେ । କନିଷ୍ଠ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ସ୍କୁଲ ଫେରନ୍ତୁ । ପୂର୍ବ ସରକାରଙ୍କ ସମୟରେ ଯେଉଁ ସୁବିଧା ଦିଆଯାଇନଥିଲା। ମୋହନ ସରକାର ସେମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେଉଛି । କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଶିକ୍ଷକମାନେ ଧର୍ଯ୍ୟ ଧରନ୍ତୁ । ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି । ଯାହା ସେମାନଙ୍କ ଦାବି ଅଛି ସରକାର ତାହା ଜାଣନ୍ତି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ସେପଟେ ୫ ଦିନ ପରେ ଆନ୍ଦୋଳନରୁ ହଟିଛନ୍ତି ପ୍ରାଥମିକ ଶିକ୍ଷକ । ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିଷ୍ପତ୍ତି ନେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ୭ ଦିନ ଭିତରେ ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରେଡ ପେ'କୁ ୨୨ ଶହରୁ ୪୨ ଶହ କରାଯାଉ, ଠିକାରେ ନିଯୁକ୍ତ ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଦାବି ରହିଛି ।

ପୂର୍ବରୁ ସେମାନଙ୍କ ମଧ୍ୟରେ ନିଷ୍ପତ୍ତି ସରିଥିଲା ଯେ ଆସନ୍ତାକାଲିଠୁ ସେମାନେ ସମୂହ ଛୁଟିରେ ଯିବେ । ହେଲେ ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଧାରଣାସ୍ଥଳରେ ପହଞ୍ଚିଥିଲେ । ଆଉ ଶିକ୍ଷକଙ୍କ ଦାବି ନେଇ ସେମାନେ ସକାରାତ୍ମକ ଥିବା ସେମାନେ କହିଥିଲେ । ଏହା ପରେ ଆନ୍ଦୋଳନରୁ ହଟିଥିଲେ ପ୍ରାଥମିକ ଶିକ୍ଷକ ।
ସୂଚନା ଅନୁସାରେ, ଗତ ୬ ତାରିଖରୁ ୪୨୦୦ ଗ୍ରେଡ୍‌ ପେ' ଓ ୨୦୦୧ରୁ ମସିହାରୁ କାର୍ଯ୍ୟରତ ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ଦାବିରେ ଆନ୍ଦୋଳନକୁ ଆସିଥିଲେ ପ୍ରାଥମିକ ଶିକ୍ଷକ ମହାସଂଘ । ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ଅହୋରାତ୍ର ଧାରଣା ଦେଇଥିଲେ । ୭ ତାରିଖରେ ସଂଘ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରେ ଶିକ୍ଷକ ସଂଘ ଜିଦ୍ ଧରିଥିଲେ ଯେ ଲିଖିତ ପ୍ରତିଶ୍ରୁତି ମିଳିଲେ ଆନ୍ଦୋଳନରୁ ହଟିବୁ । ଏମିତିକି ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ବେ ଆନ୍ଦୋଳନରୁ ହଟିବାକୁ ନାରାଜ ହୋଇଥିଲା । ଶିକ୍ଷକ ଆନ୍ଦୋଳନକୁ ଆସିଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆନ୍ଦୋଳନକୁ ଯାଇଥିବା ଶିକ୍ଷକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Minister Warns Junior Teachers: “Return to School or Face Action” | Argus News