Weather Warning / ଆସନ୍ତା ୨ ତାରିଖ ଯାଏଁ କାଳବୈଶାଖୀ ! ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
·1 hour ago·2 min read

Key Points
୨୪ ଘଣ୍ଟା ପାଇଁ ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ
୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ଝାରସୁଗୁଡା଼କୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା
୨ ତାରିଖ ଯାଏ ରାଜ୍ୟବ୍ୟାପୀ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର୨୮/୦୫:ଆସନ୍ତା ୨୪ ଘଣ୍ଟା ପାଇଁ ସମ୍ବଲପୁର,ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଏହି ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଆଲର୍ଟ ସହ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ଜିଲ୍ଲାର ୧୧ ଜିଲ୍ଲାକୁ ଗଞ୍ଜାମ,ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଏପଟେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କଟକ, ଜଗତସିଂହପୁର, କେନ୍ଦ୍ରାପଡା ,ଯାଜପୁର, ଭଦ୍ରକ ବାଲେଶ୍ୱର ମୟୂରଭଞ୍ଜ ଓ କେନ୍ଦୁଝର ଏହି ୮ ଜିଲ୍ଲାରେ ଜିଲ୍ଲାରେ ବ୍ରଜପାତ ସହ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତା ୨୯ ଓ ୩୦ ତାରିଖରେ ପ୍ରବଳ ଵର୍ଷା ସମ୍ଭାବନା ଥିବାବେଲେ ୨ ତାରିଖ ଯାଏ ରାଜ୍ୟବ୍ୟାପୀ କାଳବୈଶାଖୀ ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଉପକୂଳ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୮ ଓ ୨୯ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ପଢନ୍ତୁ ଏହି ଖବର: ସାରାରାଜ୍ୟରେ ଗରମ ସାଙ୍ଗକୁ ଗୁଳୁଗୁଳି, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ତାତି
ଭୀଷଣ ଗରମ, ପ୍ରବଳ ଗୁଳୁଗୁଳି। ଦୁଇ ସପ୍ତାହ ହେବ ଏହି ଯନ୍ତ୍ରଣାରେ ଘାଣ୍ଟି ଚକଟି ହେଉଛନ୍ତି ସାରା ରାଜ୍ୟବାସୀ। ବୁଧବାର ଛଟପଟ ହେଉଥିଲେ ସମସ୍ତେ । ସନ୍ଧ୍ୟାରେ ବଳ ଦେଖାଇଲା କାଳବୈଶାଖୀ । ନିର୍ଧୂମ ବର୍ଷିଲା, ପବନ ମାଡ଼ କଲା। ଏତେ ଦିନ ପରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଲା। ଘଣ୍ଟାଏରେ ଖସାଇ ଦେଲା ତାତି। ୮ରୁ ୧୦ ଡିଗ୍ରୀ ସେଲସିୟସ୍ ପାରଦ କମିଗଲା। ରାଉରକେଲା, ଭୁବନେଶ୍ଵର, ବ୍ରହ୍ମପୁର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, ମୟୂରଭଞ୍ଜ, ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ ବର୍ଷା, ପବନ ହୋଇଛି। ପୁରୀରେ କାଳବୈଶାଖୀ ପ୍ରଭାବରେ ଶ୍ରୀମନ୍ଦିରର ଶିଖରରେ ଉଡୁଥିବା ପତିତପାବନ ବାନା ସାମାନ୍ୟ ଚିରି ଯାଇଥିବା ବେଳେ ପତିତପାବନ ବାନାକୁ ଲାଗି ମାଳାକୃତି ବାନା ବା ମାନସିକ ବାନା ଗୁଡ଼ିକ ଛିଣ୍ଡି ଯାଇଛି।
ତାତିରୁ ଆଶ୍ୱସ୍ତି ମିଳିଥିଲେ ବି ବହୁ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ବି ହୋଇଛି। ବିଦ୍ୟୁତ ବିଭ୍ରାଟ ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘର ଉପରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ଉପୁଡିଛି ବିଦ୍ୟୁତ ଖୁଣ୍ଟ ଓ ଗଛ । କେନ୍ଦୁଝର ସହର , ଝୁମ୍ପୁରା , ଘଟଗାଁ ଓ ପାଟଣା ବ୍ଳକ ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବର୍ଷା ସହ କିଛି ସ୍ଥାନରେ କୁଆ ପଥର ମାଡ଼ ହୋଇଥିଲା । ସେହିପରି ବୌଦ୍ଧ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ କଣ୍ଟାମାଳ ଡୁମାଳପାଲି ଗାଁର ହେମବତୀ ଷଣ୍ଢଙ୍କ ଘର କାନ୍ଥ ଭାଙ୍ଗି ପଡିବାରୁ ସେ ଗୁରୁତର ହୋଇଛନ୍ତି। ପୁରୀରେ କାଳବୈଶାଖୀର ପ୍ରଭାବରେ ପବନ ହେବାରୁ ଶ୍ରୀମନ୍ଦିର ନୀଳଚକ୍ରରୁ ମାନସିକ ବାନା ଛିଣ୍ଡିଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories