Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kanya Bibaha Yojana Odisha / ଝିଅ ବାହାଘର ପାଇଁ ୫୧ ହଜାର ଟଙ୍କା ଦେବେ ସରକାର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଝିଅ ବାହାଘର ପାଇଁ ୫୧ ହଜାର ଟଙ୍କା ଦେବେ ସରକାର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
Mohan Majhi

Key Points

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ୍
ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବ
ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି
ଝିଅ ବାହାଘର ପାଇଁ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ମାର୍ଗ ଦର୍ଶିକା ଜାରି କଲେ ରାଜ୍ୟ ସରକାର । କନ୍ୟା ବିବାହ ପାଇଁ ସରକାର ଦେବେ ୫୧ ହଜାର ଟଙ୍କା । ଏହି ଟଙ୍କା ମଧ୍ୟରୁ କନ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୩୫ ହଜାର ଟଙ୍କା ଯିବ । ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା । ସେହିପରି ୧୦ ହଜାର ଟଙ୍କା ଉପହାର ଦେବେ ସରକାର । ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ । ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ସଂସଦରେ ଗର୍ଜିଲେ ସମ୍ବିତ ପାତ୍ର


ଗରିବ ଓ ଅସହାୟ ପରିବାରର ଝିଅଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଯୋଜନା -ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହି ଯୋଜନା ଅନୁସାରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ପରିବାରରେ ଜନ୍ମ ନେଇଥିବା ଝିଅ ମାନଙ୍କ ବିବାହ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରାଯିବ । ଏଥିରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ମଧ୍ୟ ଦିଆଯିବ ।

୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ । ଏଥିପାଇଁ ୫ ବର୍ଷରେ ମୋଟ ୫୯ କୋଟି ୩୦ ଲକ୍ଷ ଟଙ୍କା ରହିଛି । ଏହି ଯୋଜନାରେ ମୁଖ୍ୟତଃ ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ । ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ବିଧବା ମହିଳା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇବେ । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କମାନଙ୍କୁ ଚିଠି ଲେଖି ଗାଇଡଲାଇନ ବାବଦରେ ଅବଗତ କରାଯାଇଛି । ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Govt to Provide ₹51,000 Assistance for Girls’ Marriage Under New Scheme | Argus News