ଚାଷୀଙ୍କ ଆୟ କ୍ଷେତ୍ରରେ ଜାତୀୟ ହାରଠୁ ପଛରେ ବହୁ ପଛରେ ରହିଛି ଓଡ଼ିଶା: ନାବାର୍ଡ ରିପୋର୍ଟ

ଅର୍ଗସ ବ୍ୟୁରୋ: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ଅର୍ଥାତ ନାବାର୍ଡ ପକ୍ଷରୁ ନିକଟରେ ପ୍ରକାଶିତ ସର୍ବଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୨୧-୨୨ ରିପୋର୍ଟରୁ ଆସିଛି ସାଙ୍ଘାତିକ ତଥ୍ୟ । ରିପୋର୍ଟ କହୁଛି ଚାଷୀଙ୍କ ଆୟ କ୍ଷେତ୍ରରେ ଜାତୀୟ ହାରଠୁ ପଛରେ ବହୁ ପଛରେ ରହିଛି ଓଡ଼ିଶା । ରାଜ୍ୟର ଚାଷୀଙ୍କ ଆୟ ମାସିକ ୧୦ ହଜାରରୁ ବି କମ ରହିଛି । ଯେତେବେଳେ କି ପଞ୍ଜାବ, ହରିୟାଣା ଓ କେରଳର ଚାଷୀଙ୍କର ପରିବାର ପିଛା ମାସିକ ଆୟ ବହୁ ଅଧିକ ରହିଛି । କୃଷକ ପରିବାରଗୁଡ଼ିକର ଜାତୀୟ ହାରାହାରି ଆୟ ଦେଖିଲେ ଏହା ୧୩,୬୬୧ ଟଙ୍କା ରହିଛି। ଦେଶରେ କୃଷକ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଗତ ୫ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ଘଟିଛି। ୫ ବର୍ଷ ପୂର୍ବେ ଏହା ୮,୯୩୧ ଟଙ୍କା ରହିଥିଲା।
କିନ୍ତୁ ବର୍ତ୍ତମାନ ୧୩ଟି ରାଜ୍ୟର କୃଷକ ପରିବାର ଜାତୀୟ ସ୍ତରର ଆୟ ତୁଳନାରେ ପଛରେ ପଡ଼ିଛନ୍ତି। ବିହାରରେ କୃଷକ ପରିବାରର ମାସିକ ହାରାହାରି ରୋଜଗାର ସବୁଠୁ କମ୍ ଅର୍ଥାତ୍ ୯୨୫୨ ଟଙ୍କା ଥିବାବେଳେ ଓଡ଼ିଶାରେ ୯୨୯୦ ଟଙ୍କା ଏବଂ ଝାଡ଼ଖଣ୍ଡରେ ୯୭୮୭ ଟଙ୍କା ରହିଛି। ଆୟ କ୍ଷେତ୍ରରେ ସବୁଠୁ ତଳେ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡ ସମେତ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛନ୍ତି।....ରାଜ୍ୟରେ ପୂର୍ବରୁ ଧାନର ଅଭାବି ବିକ୍ରି ହେଉଥିଲା । ଧାନର ଉଚିତ ମୁଲ୍ୟ ପାଉନଥିଲେ ଚାଷୀ । ଏପରିକି ମାଣ୍ଡିଆ ମଧ୍ୟ ଅନ୍ୟ ରାଜ୍ୟରୁ ଆଣି ପ୍ୟାକେଟ କରି ବିକ୍ରି କରୁଥିଲେ । ଯାହା ଚାଷୀଙ୍କ ଆୟ ଉପରେ ପ୍ରଭାବ ପକାଇଥିଲା । ତେବେ ମୋହନ ସରକାରରେ ଧାନର ଏମଏସପି 3100 ଟଙ୍କା ହେବା ପରେ ଚାଷୀଙ୍କ ଆୟରେ କିଛିଟା ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି । ଆନ୍ଧ୍ର ଓ ତେଲେଙ୍ଗାନାରେ ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇଥିବା ବେଳେ ଓଡିଶାରେ ଏକ୍ଷେତ୍ରରେ ଅଭାବ ପରିଲକ୍ଷିତ ହୋଇଥିଲା । ଯାହାକି ମୋହନ ସରକାରରେ ଚାଷୀଙ୍କ ଆୟ ବଢିବ ବୋଲି କୁହାଯାଉଛି । ବିଜେପିର ସଂକଳ୍ପପତ୍ରରେ ମଧ୍ୟ ଚାଷୀଙ୍କ ଆୟ କିପରି ବଢିବ ତା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: