Videos
|
Odisha

Landslide / ଗୋଟିଏ ପରିବାରର ୩ ଜଣଙ୍କ ମୃ*ତ୍ୟୁ; ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·38 mins ago·2 min read
ଗୋଟିଏ ପରିବାରର ୩ ଜଣଙ୍କ ମୃ*ତ୍ୟୁ; ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Kandhamal Landslide Kills Couple and 9-Month-Old Baby

Key Points

କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଛନ୍ତି । ଭୂସ୍ଖଳନରେ ସ୍ଵାମୀ, ସ୍ତ୍ରୀ ସହ ୯ ମାସର ପୁଅ ଆଖି ବୁଜିଛି ।
ଫୁଲବାଣୀ/ବାଲିଗୁଡ଼ା: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ବର୍ଷା ଓ ପରିବର୍ତ୍ତୀ ବନ୍ୟା ଦକ୍ଷିଣ ଓଡ଼ିଶାକୁ ଦୋହଲାଇ ଦେଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଛନ୍ତି ।

ଭୂସ୍ଖଳନରେ ସ୍ଵାମୀ, ସ୍ତ୍ରୀ ସହ ୯ ମାସର ପୁଅ ଆଖି ବୁଜିଛି । ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତ ଅନ୍ତର୍ଗତ ମାଲାଗୁଡ଼ା ଅଞ୍ଚଳରେ ଭୟଙ୍କର ଏହି ଭୂସ୍ଖଳନ ଘଟିଛି । ମୃତକ ହେଉଛନ୍ତି ରାଇକିଆ ବ୍ଲକ ଡାଙ୍ଗେସି ଗାଁର ଅଚ୍ୟୁତ ପ୍ରଧାନ, ପତ୍ନୀ ଅନୀଷା ପ୍ରଧାନ (ମାନସୀ) ଏବଂ ୯ ମାସର ଶିଶୁପୁତ୍ର ।

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ବର୍ଷାର ତାଣ୍ଡବ, ୨୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର 

ସୂଚନା ଅନୁସାରେ, ଦମ୍ପତି ଓ ଛୁଆ ଗୁରୁବାର ଠାରୁ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ନିଖୋଜ ଥିଲେ । ସେମାନଙ୍କ ମୃତ୍ୟୁ ହୋଇଥିବା ଶୁକ୍ରବାର ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ।

ମନ୍ତ୍ରୀ କହିଛନ୍ତି, "ଗୋଟିଏ ପରିବାରର ୩ ଜଣଙ୍କର ଦେହାନ୍ତ ଦୁଃଖଦ । ଭୂସ୍ଖଳନ ପରେ ଗାଁରେ ଏକ ପ୍ରକାର ନଦୀ ସୃଷ୍ଟି ହୋଇଛି । ଭୂସ୍ଖଳନ ସ୍ଥଳରୁ ପ୍ରଶାସନ ୨ ଜଣଙ୍କୁ ଉଦ୍ଧାର କରିଛି । ସୁମିତ୍ରା ପ୍ରଧାନ ଓ ଦତ୍ତ ପ୍ରଧାନଙ୍କୁ ଉଦ୍ଧାର କରାଯାଇଛି ।"

ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ ପରେ କନ୍ଧମାଳ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଗାଁରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

୪ ଲକ୍ଷ ସହାୟତା

ଏଥି ସହିତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ପ୍ରତ୍ୟେକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଭୂସ୍ଖଳନ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


ଏଥିସହ ପଢ଼ନ୍ତୁ: ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ସ୍ଥିତିରେ ସୁଧାର ଆସିଛି

ଭୂସ୍ଖଳନ ପରେ ଡାଙ୍ଗେସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ରିଲିଫ୍ କ୍ୟାମ୍ପରେ ରଖା ଯାଇଛି । ରିଲିଫ୍ କ୍ୟାମ୍ପରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: