Videos
|
Odisha

Landslide / ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର

Sushanta Sahoo
Browse all articles by Sushanta Sahoo
·58 mins ago·2 min read
ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର
One House Stands Amid Village Destruction

Key Points

ଏବେ ନା ଅଛି ଗାଁ, ନା ରହିବାକୁ ଲୋକ । ସବୁ ସ୍ମୃତିର ସନ୍ତକ ମାଟି କାଦୁଅ ତଳେ ପୋତି ହୋଇ ଯାଇଛି । ଭୟଙ୍କର ଭୂସ୍ଖଳନ ପରେ ଏବେ ଗାଁରେ ମାତ୍ର ଗୋଟିଏ ଘର ଅଛି । ଯାହା ପ୍ରଳୟର ମୂକ ସାକ୍ଷୀ ସାଜିଛି ।
ବାଲିଗୁଡ଼ା/ଭଞ୍ଜନଗର: ଦିନେ ଏଠି ଗାଁ ଥିଲା, ଆଜି ଶ୍ମଶାନର ନୀରବତା । ଏବେ ନା ଅଛି ଗାଁ, ନା ରହିବାକୁ ଅଛନ୍ତି ଲୋକ । ସବୁ ସ୍ମୃତିର ସନ୍ତକ ମାଟି କାଦୁଅ ତଳେ ପୋତି ହୋଇ ଯାଇଛି । କିଛି ଭୂସ୍ଖଳନର ପାଣି କାଦୁଅର ସ୍ରୋତରେ ଭାସି ଯାଇଛି ଆଉ ଯାହା ବଞ୍ଚିଲା ତାହା ମାଟି ତଳେ ପୋତି ହୋଇ ଯାଇଛି ।

ସମ୍ପୂର୍ଣ୍ଣ ଗାଁକୁ ଧୋଇ ନେଇଛି ଭୂସ୍ଖଳନ । ଏବେ ଯେଉଁଠିକୁ ଅନାଇବେ ଖାଲି ମାଟି ଆଉ କାଦୁଅ । ଦିନେ ଏଠି ଗୋଟିଏ ଗାଁ ଥିଲା ବୋଲି ଆକଳନ କରିବା ମୁସ୍କିଲ୍ ହୋଇ ପଡ଼ୁଛି । ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁକୁ ଭୂସ୍ଖଳନ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଛି ।

ଏଥିସହ ପଢ଼ନ୍ତୁ: ପ୍ରଖର ବନ୍ୟାସ୍ରୋତରେ ଫସିଥିଲେ ୧୦ ଜଣ, ଉଦ୍ଧାର କଲା ରାଉରକେଲା ଅଗ୍ନିଶମ ବାହିନୀ 

ଭୟଙ୍କର ଭୂସ୍ଖଳନ ପରେ ଏବେ ଗାଁରେ ମାତ୍ର ଗୋଟିଏ ଘର ଅଛି । ଯାହା ପ୍ରଳୟର ମୂକ ସାକ୍ଷୀ ସାଜିଛି । ଏହି ଘର ଦେଖିଛି ସେଦିନ ଆସିଥିବା ପ୍ରଳୟ । ଭୂସ୍ଖଳନର ଭୟାବହତା ଦେଖିଥିବା ଏହି ଘର ଆଖି ଆଗରେ ଭାସି ଯାଇଛନ୍ତି ଗାଁର ଲୋକ । ଏବେ ନିରୁପାୟ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ନିର୍ଜୀବ ଘରଟି ପ୍ରଳୟର ପ୍ରତିଧ୍ଵନି ବଖାଣୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତିଗଲା ଗୋଟିଏ ଘର

ମିଳିଥିବା ସୂଚନା ଅନୁସାରେ, ଗାଁରେ ପ୍ରାୟ ୧୨ରୁ ୧୫ଟି ଘର ଥିଲା । ଏବେ ଭୂସ୍ଖଳନର ମୂକ ସାକ୍ଷୀ ଭାବେ ଗୋଟିଏ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଛିଡ଼ା ରହିଛି । ମାଟି ଇଟାରେ ତିଆରି ଏହି ଅଧା ଭଙ୍ଗା ଘର ବଖାଣୁଛି ସେଦିନ ପ୍ରଳୟର କାହାଣୀ ।


ଭୂସ୍ଖଳନରେ ଭାସିଗଲେ ଗ୍ରାମବାସୀ

ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ହୋଇଥିବା ଭୂସ୍ଖଳନରେ ପ୍ରାୟ ୧୨ ଜଣ ନିଖୋଜ ହୋଇ ଯାଇଥିଲେ । ଶନିବାର ସର୍ଚ୍ଚ ଅପରେସନ୍ ବେଳେ ଅଗ୍ନିଶମ ବାହିନୀ ୧୦ ଜଣଙ୍କୁ ତାଡ଼ମା ନିକଟରୁ ଉଦ୍ଧାର କରିଛି ।

କେମିତି ହେଲା ଉଦ୍ଧାର ?

ଭୂସ୍ଖଳନ ପ୍ରଭାବିତ ଗିଡ଼ିପାବାଲିକୁ ଭଞ୍ଜନଗର ପଟୁ ରାସ୍ତା ନଥିବା ବେଳେ କନ୍ଧମାଳ ପଟୁ ପହଞ୍ଚିଥିଲା ରାଉରକେଲାର ଅଗ୍ନିଶମ ବାହିନୀ । ଟିମ୍ ଗାଁ ଆଡ଼କୁ ଯାଉଥିବା ବେଳେ ଭଞ୍ଜନଗର ଥାନା ଅନ୍ତର୍ଗତ ତାଡ଼ମା କେନାଲରେ ୧୦ ଜଣ ଫସି ରହିଥିବା ଦେଖି ତୁରନ୍ତ ଉଦ୍ଧାର କରିଥିଲା ।

ସ୍ଥାନାନ୍ତର ପରେ କେମିତି ଫସିଲେ ?

ଉଦ୍ଧାରକାରୀ ଦଳର ସୂଚନା ଅନୁସାରେ, ତାଡ଼ମା କେନାଲରେ ଫସିଥିବା ୧୦ ଜଣଙ୍କୁ ପୂର୍ବରୁ ବନ୍ୟା ଆଶଙ୍କାର ସୁରକ୍ଷିତ ସ୍ଥାନକୁ ପ୍ରଶାସନ ସ୍ଥାନାନ୍ତର କରିଥିଲା । ବର୍ଷା ଛାଡ଼ିବା ପରେ ସେମାନେ ଘରକୁ କିଛି ଜରୁରୀ ସାମଗ୍ରୀ ନେବାକୁ ଆସିଥିଲେ । ସେହି ସମୟରେ ଡହ ଡ୍ୟାମରୁ ପାଣି ଆସିଥିଲା । ଆଉ ଗିଡ଼ିପାବାଲି ଗ୍ରାମବାସୀ ଭାସି ଭାସି ଯାଇ ତାଡ଼ମା କେନାଲରେ ଫସି ଯାଇଥିଲେ । ଏବେ ଅଗ୍ନିଶମ ବାହିନୀ ସମସ୍ତ ୧୦ ଜଣଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ।