Videos
|
Odisha

10 People Rescued / ପ୍ରଖର ବନ୍ୟାସ୍ରୋତରେ ଫସିଥିଲେ ୧୦ ଜଣ, ଉଦ୍ଧାର କଲା ରାଉରକେଲା ଅଗ୍ନିଶମ ବାହିନୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରଖର ବନ୍ୟାସ୍ରୋତରେ ଫସିଥିଲେ ୧୦ ଜଣ, ଉଦ୍ଧାର କଲା ରାଉରକେଲା ଅଗ୍ନିଶମ ବାହିନୀ
10 People Rescued Ganjam

Key Points

ରାଉରକେଲା ଅଗ୍ନିଶମ ବାହିନୀର ସାହସିକତା
କେନାଲର ପ୍ରଖର ସ୍ରୋତରୁ ବଞ୍ଚାଇଲେ ୧୦ଙ୍କ ଜୀବନ
ଭଞ୍ଜନଗର: ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ନିଖୋଜ ଘଟଣା । ପ୍ରଖର ବନ୍ୟାସ୍ରୋତରୁ ୧୦ ଜଣଙ୍କୁ ଉଦ୍ଧାର କରି ସାହସିକତା ଦେଖାଇଲା ରାଉରକେଲା ଅଗ୍ନିଶମ ବାହିନୀ । ଗିଡ଼ିପାବଳି ଯିବା ବାଟରେ ତଡ଼ମା କେନାଲରେ ଅଗ୍ନିଶମ ଟିମ୍‌ର ତୁରନ୍ତ ହସ୍ତକ୍ଷେପ କରି ୧୦ ଜଣଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଛି । ଏଯାଏଁ ଆଉ ୨ ଜଣଙ୍କ ପତ୍ତା ମିଳିନି ।

  • ୧୨ ନିଖୋଜଙ୍କ ମଧ୍ୟରୁ ୧୦ ଉଦ୍ଧାର
ଅନ୍ୟ ଏକ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ବେଳେ ଅଗ୍ନିଶମ ବାହିନୀର ତ୍ୱରିତ ଓ ସାହସିକ ପଦକ୍ଷେପ ଯୋଗୁଁ ଆଜି ଟଳିଯାଇଛି ଏକ ବଡ଼ ଅଘଟଣ । ତୀବ୍ର ଜଳସ୍ରୋତ ମଧ୍ୟରେ ଫସିରହିଥିବା ୧୦ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ରାଉରକେଲା ଅଗ୍ନିଶମ ବାହିନୀ । ଭଞ୍ଜନଗର ଗିଡ଼ିପାବଳିଠାରେ ଘଟିଥିବା ଭୂସ୍ଖଳନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲା ଅଗ୍ନିଶମ ବାହିନୀର ଏକ ସ୍ୱଶସ୍ତ୍ର ଦଳ ଘଟଣାସ୍ଥଳକୁ ଯାଉଥିଲେ । ତେବେ ତଡ଼ମା ନିକଟସ୍ଥ ଏକ କେନାଲ ଦେଇ ଯାଉଥିବା ସମୟରେ, ପ୍ରବଳ ଜଳସ୍ରୋତ ମଧ୍ୟରେ ୧୦ ଜଣ ବ୍ୟକ୍ତି ବିପଜ୍ଜନକ ଅବସ୍ଥାରେ ଫସି ରହିଥିବା ଅଗ୍ନିଶମ କର୍ମଚାରୀଙ୍କ ନଜରକୁ ଆସିଥିଲା ।

  • ପୁଣି ଘରକୁ ଯାଇ ଜଳସ୍ରୋତରେ ଭାସିଯାଇଥିଲେ
ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଶାସନ ପୂର୍ବରୁ ସେମାନଙ୍କୁ ନିଜ ଘରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିସାରିଥିଲା। ମାତ୍ର ଘରକରଣା ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବପତ୍ର ଆଣିବା ପାଇଁ ସେମାନେ ପୁନର୍ବାର ନିଜ ଗାଁକୁ ଫେରିଥିଲେ । ଫେରିବା ସମୟରେ ହଠାତ୍ କେନାଲର ଜଳସ୍ତର ବୃଦ୍ଧି ପାଇବାରୁ ପ୍ରଖର ସ୍ରୋତରେ ସେମାନେ ଅଟକି ଯାଇଥିଲେ । ସେମାନଙ୍କର ଏଭଳି ଜୀବନମରଣ ସମସ୍ୟା ଦେଖି ASO ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଅଗ୍ନିଶମ ଦଳ ବିନା ବିଳମ୍ବରେ ତୁରନ୍ତ ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ । ଦଳର ସମନ୍ୱିତ, ଦକ୍ଷ ଓ ତ୍ୱରିତ ପ୍ରୟାସ ଫଳରେ ପ୍ରବଳ ଜଳସ୍ରୋତ ଭିତରୁ ସମସ୍ତ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ନିରାପଦ ସ୍ଥାନକୁ ଅଣାଯାଇଥିଲା । ଅଗ୍ନିଶମ ବାହିନୀର ଏହି ଉଚ୍ଚାଙ୍ଗ ସାହସିକତା ଓ ତୁରନ୍ତ ନିଷ୍ପତ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କୁ ବ୍ୟାପକ ପ୍ରଶଂସା କରାଯାଉଛି ।

ପଢନ୍ତୁ ଏହି ଖବର: ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଲାଇଭ୍ ଡିଟେକ୍ସନରେ ଖୋଜିଥାନ୍ତା ହେଲିକପ୍ଟର
କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ନିଖୋଜ ଥିବା ଏହି ୧୨ ଜଣଙ୍କୁ ଖୋଜିବା ଲାଗି ନାଭାଲ ହେଲିକପ୍ଟରର ସହାୟତା ନେଇଥାନ୍ତେ ରାଜ୍ୟ ସରକାର । ତେବେ ଏହା ପୂର୍ବରୁ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମାତ୍ର ଏଯାବତ୍ ଆଉ ୨ ଜଣଙ୍କ ପତ୍ତା ମିଳିନାହିଁ । ବାକି ୨ ଜଣ ନିଖୋଜଙ୍କୁ ଖୋଜିବାକୁ ପ୍ରୟାସ କରାଯାଉଛି ।