Liquor Sales Record / ମଦ ବିକ୍ରିରେ ରେକର୍ଡ, ୧୦ ମାସରେ ପିଇଦେଲେ ୬ ହଜାର ୫୬୯ କୋଟିର ମଦ
·6 months ago·2 min read

Key Points
୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ସ୍ବାହା
ବିଧାନସଭା ତଥ୍ୟରେ ନିଶା ନିବାରଣ କର୍ମୀଙ୍କ ଉଦବେଗ
ଆଗକୁ ଆଉ କାଚ ବୋତଲରେ ମିଳିବନି ମଦ

ନିଶା କର ନାହିଁ...ସରକାରୀରୁ ନେଇ ବେସରକାରୀ ସ୍ତର ଯାଏଁ ବର୍ଷ ତମାମ୍ ଚାଲୁଛି ସଚେତନତା । କିନ୍ତୁ ଗତ ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ସ୍ବାହା । ବିଧାନସଭା ତଥ୍ୟରେ ନିଶା ନିବାରଣ କର୍ମୀଙ୍କ ଉଦବେଗ । ସେପଟେ ଆଗକୁ ଆଉ କାଚ ବୋତଲରେ ମିଳିବନି ମଦ । ଫ୍ରୁଟି ପ୍ୟାକେଟ୍ ଭଳି ମୋଟା କାଗଜ ଖୋଳରେ ହେବ ବିକ୍ରି । ନୂଆ ଅବକାରୀ ନୀତିରେ ହେବ ଏ ବ୍ୟବସ୍ଥା ।
ରାଜ୍ୟରେ ମଦ ବିକ୍ରିର ହିସାବ ଦେଖିଲେ ଆପଣଙ୍କ ଆଖି ବି ଖୋସି ହୋଇଯିବ । ମାତ୍ର ୧୦ ମାସରେ ୬ ହଜାର ୫୬୯ କୋଟିର ମଦ ପିଇଦେଇଛନ୍ତି ଲୋକେ । ଏଥିରୁ ୬୨୦ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୧୦୯୨ ଲକ୍ଷ BULK ଲିଟର ବିଅର ଓ ୯୭ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ଦେଶୀ ମଦ ବିକ୍ରି ହୋଇଛି । ତେବେ ମଦ ବିକ୍ରି ବଢିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସମାଜସେବୀ ଓ ନିଶା ନିବାରଣ କର୍ମୀ ।
ସେପଟେ ଖୁବଶୀଘ୍ର ନୂଆ ଅବକାରୀ ନୀତି ଆଣୁଛନ୍ତି ସରକାର । ଏଥିରେ ବି ରହିଛି କିଛି ଏମତି ବ୍ୟବସ୍ଥା ଯାହାକୁ ସାଧାରଣ ଲୋକେ କରୁଛନ୍ତି ନାପସନ୍ଦ । ଅର୍ଥାତ ଆଉ କାଚ ବୋତଲରେ ମଦ ମିଳିବ ନାହିଁ । ଫ୍ରୁଟି ପ୍ୟାକେଟ ପରି ଟେଟ୍ରା ପ୍ୟାକ୍ରେ ମିଳିବ ମଦ । ଅବକାରୀ ମନ୍ତ୍ରୀ କହିଛନ୍ତି ନୂଆ ଅବକାରୀ ନୀତି ଆସିବା ପରେ ହିଁ ଏହା ସ୍ପଷ୍ଟ ହେବ । ସେପଟେ ଏପିରି ପ୍ରସ୍ତାବିତ ନିଷ୍ପତ୍ତିକୁ ଲୋକେ ନାପସନ୍ଦ କରୁଛନ୍ତି । ଲୋକଙ୍କ କହିବା କଥା ପ୍ୟାକେଟରେ ମଦ ମିଳିଲେ ବିକ୍ରି ବଢିବ ।
୨୦୨୩-୨୪ ରେ କେବଳ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଛି । ସେହିପରି ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି । ଏବେ କାଚ ବୋତଲ ବଦଳରେ ମୋଟା କାଗଜ ପ୍ୟାକେଟରେ ମଦ ମିଳିଲେ ଗଳି କନ୍ଦିର ଦୋକାନ ବଜାରରେ ସହଜରେ ମଦ ବିଳିବା ଆଶଙ୍କାରେ ଉଦବେଗ ପ୍ରକାଶ କରୁଛନ୍ତି ନିଶା ନିବାରଣ କର୍ମୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories