Rain Alert / ଆହୁରି ଘନୀଭୂତ ହେବ ଲଘୁଚାପ; ୧୬ ପର୍ଯ୍ୟନ୍ତ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
·15 mins ago·2 min read

Key Points
ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଆଜି ଓ କାଲି ପାଇଁ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି ।
ଭୁବନେଶ୍ଵର: ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଉତ୍ତର ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଉଚ୍ଚତା ସହ ଢଳି ରହିଛି ।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଆଜି ଓ କାଲି ପାଇଁ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି ।
ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୧୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ଜାରି
କେଉଁ ଜିଲ୍ଲାକୁ କେଉଁ ଆଲର୍ଟ ?
ଅତିପ୍ରବଳ ବର୍ଷା ନେଇ ଆଜି ପାଇଁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଲଘୁଚାପ ବର୍ଷା ବେଳେ ଲାଗି ରହିଛି କାଳବୈଶାଖୀ ବିପଦ । ଏନେଇ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।
ଆସନ୍ତାକାଲି ଗୁରୁବାର ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝରକୁ ରେଡ୍ ଆଲର୍ଟ ରହିଥିବା ବେଲେ ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି ।
ଏଥିସହ ପଢ଼ନ୍ତୁ: ୧୫ଟି ରାଜ୍ୟରେ ବର୍ଷା: IMDର ସତର୍କ ସୂଚନା
୧୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଲଘୁଚାପ ପାଇଁ ଉପକୂଳ ସମୁଦ୍ର ଅଶାନ୍ତ ରହିବ । ଏହି ସମୟର ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବା ସହ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୬୦ କିମି ବେଗରେ ରହିପାରେ । ତେଣୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

Warning for Odisha.
— Meteorological Centre, Bhubaneswar (@mcbbsr) August 12, 2026
Day-1 & Day-2 : Heavy to Very Heavy Rainfall and Extremely Heavy Rainfall.
Day-1 to Day-5 : Isolated Heavy Rainfall, Thunderstorm with Lightning and Gusty Wind.#odisha #rainfall #weather #warning pic.twitter.com/aS96HYtfaM
ଲଘୁଚାପ ବର୍ଷା ବେଳେ ଲାଗି ରହିଛି କାଳବୈଶାଖୀ ବିପଦ । ଏନେଇ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।
ଆସନ୍ତାକାଲି ଗୁରୁବାର ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝରକୁ ରେଡ୍ ଆଲର୍ଟ ରହିଥିବା ବେଲେ ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି ।
ଏଥିସହ ପଢ଼ନ୍ତୁ: ୧୫ଟି ରାଜ୍ୟରେ ବର୍ଷା: IMDର ସତର୍କ ସୂଚନା
୧୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଲଘୁଚାପ ପାଇଁ ଉପକୂଳ ସମୁଦ୍ର ଅଶାନ୍ତ ରହିବ । ଏହି ସମୟର ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବା ସହ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୬୦ କିମି ବେଗରେ ରହିପାରେ । ତେଣୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories