Heavy Rainfall Warning / ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୧୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ଜାରି
·2 weeks ago·2 min read

Key Points
ସୃଷ୍ଟି ହେଲା ଲଘୁଚାପ
ଆସୁଛି ବଡ଼ ବର୍ଷା
ଆସନ୍ତା ୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା
ବର୍ଷା ନେଇ ସାରା ରାଜ୍ୟକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର,୧୨/୦୮: ଆସୁଛି ବଡ଼ ବର୍ଷା । ସୃଷ୍ଟି ହେଲା ଲଘୁଚାପ । ଆସନ୍ତା ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏପଟେ ବର୍ଷା ନେଇ ସାରା ରାଜ୍ୟକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୫ ଜିଲ୍ଲାକୁ ଅରେଞ୍ଜ ଓ ବାକି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଆଜି ବଙ୍ଗୋପସଗରରେ ସୃଷ୍ଟି ହେବ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର। ପାଣିପାଗ ବିଭାଗର ଆକଳନ ଅନୁସାରେ,ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଏବେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ଯାହା ଆଜି ଲଘୁଚାପରେ ପରିଣତ ହେବ। କିନ୍ତୁ ଏହା ଆଗକୁ ଅଧିକ ଘନୀଭୂତ ହେବ କି ନାହିଁ ଏନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ଫଳରେ ଆଜିଠୁ ବଢ଼ିବ ବର୍ଷାର ପରିମାଣ।ଏନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ।
ଉତ୍ତର ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୩ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଯାଜପୁର, କଟକ,ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ର ସମ୍ଭ୍ବନା ଥିବାରୁ ୟେଲୋ ଆଲର୍ଟ ଜାରି।ବାକି ୧୬ ଜିଲ୍ଲା ଗୁଡିକରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି ରହିଛି।
ପଢନ୍ତୁ ଏହି ଖବର: ଆସନ୍ତାକାଲି ପୁଣି ଲଘୁଚାପ ! ୭ ଦିନ ଯାଏଁ ପ୍ରବଳ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆଜି ପାଇଁ ଅନୁଗୁଳ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ,ଖୋର୍ଦ୍ଧା, ମୟୁରଭଞ୍ଜ ,ଢେଙ୍କାନାଳ, ବରଗଡ଼, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଓ ଝାରସୁଗୁଡା ଏହି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି। ଅବଶିଷ୍ଟ ୧୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାନିୟମ ବିଭାଗ। 4 ଦିନ ଯାଏ ଅର୍ଥାତ ୧୫ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ୧୭ ଯାଏ ବର୍ଷା ଜାରି ରହିବା।
ସେପଟେ ଓଡିଶା ଉପକୂଳରେ ୩୫ ରୁ ୪୫ କିମି ସର୍ବାଧିକ ୫୫ କିମି ବର୍ଷା ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିଵ। ତେଣୁ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମସ୍ଥ୍ୟଜୀବିଙ୍କୁ ଯିବାକୁ ବାରଣ କରାଯାଇଛି।

Related Topics
Explore more stories