Videos
|
Odisha

Weather Warning / ଆସୁଛି ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆସୁଛି  ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା
Weather

Key Points

ଆସୁଛି ଆଉ ଏକ ଲଘୁଚାପ।
ଆସନ୍ତା ୧୩ ତାରିଖରୁ ହୋଇପାରେ ପ୍ରବଳ ବର୍ଷା 
ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଭୁବନେଶ୍ବର,୧୦/୧୦: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖରୁ ପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ସମୁଦ୍ର ପତ୍ତନଠାରୁ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା କାଲି ଏହା ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବା ସହ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ସେପଟେ ଘୁର୍ଣ୍ଣିବଳୟ ସହ ଟ୍ରପ ଲାଇନ ପ୍ରଭାବରେ ଆଗାମୀ ଦୁଇ ଯାଏ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଝଡିପବନ ସହ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ବିଭାଗ। ଆଗାମୀ ୨୪ ଘଣ୍ଟାରେ ରାୟଗଡା, ଗଜପତି , ଗଂଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ,ନୟାଗଡ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, କେଉଁଝର ଓ ମୟୂରଭଞ୍ଜ ଏହି ୨୧ ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଏବଂ ୩୦ ରୁ ୫୦ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।

ପଢନ୍ତୁ ଏହି ଖବର: ଏହି ସବୁ ଜିଲ୍ଲାରେ ଝଡ଼ବର୍ଷା ଆଲର୍ଟ, ଘଣ୍ଟା ପ୍ରତି ୪୦ କି.ମି. ବେଗରେ ବହିବ ପବନ

ସେହିପରି ଆସନ୍ତାକାଲି ଗଜପତି,ଗଂଜାମ, ନୟାଗଡ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, କେଉଁଝର ଓ ମୟୂରଭଞ୍ଜ ଏହି ୧୪ ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଏବଂ ୩୦ ରୁ ୪୦ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୧୨ ତାରିଖରୁ ବର୍ଷା କମିବା ସହ କୌଣସି ଚେତାବନୀ ନଥିବା ବେଳେ ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପଟେ ଗତ ୨୪ ଘଣ୍ଟାରେ ସର୍ବାଧିକ ଦିନ ତାପମାତ୍ରା ପାରଳାଖେମୁଣ୍ଡିରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଠାରେ ୨୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଦକ୍ଷିଣ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୭୯.୪ ମିମି ବର୍ଷା ରେକର୍ଡ କରାଯାଇଛି।ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶାରୁ ଅପସାରଣ କରୁଥିବା ବା ଲେଉଟାଣି ନେଉଥିବା ବେଳେ ସୁନ୍ଦରଗଡ, ବରଗଡ ଦେଇ ଗତି କରୁଛି ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ପାଣିପାଗ ବୈଜ୍ଞାନିକ ଡ଼ଃ ରାଜଶ୍ରୀ