Odisha Weather News / ଏହି ସବୁ ଜିଲ୍ଲାରେ ଝଡ଼ବର୍ଷା ଆଲର୍ଟ, ଘଣ୍ଟା ପ୍ରତି ୪୦ କି.ମି. ବେଗରେ ବହିବ ପବନ
·1 hour ago·1 min read

Key Points
୧୩ ଜିଲ୍ଲାରେ ଝଡ଼ବର୍ଷା ଆଲର୍ଟ
ଘଣ୍ଟା ପ୍ରତି ୪୦ କି.ମି. ବେଗରେ ବହିବ ପବନ
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
ଘଣ୍ଟା ପ୍ରତି ୪୦ କି.ମି. ବେଗରେ ବହିବ ପବନ
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
ଭୁବନେଶ୍ବର,୦୯/୧୦: ଫେରୁଛି ମୌସୁମୀ, ଡରାଉଛି ଝଡ଼ବର୍ଷା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ବେଳେ ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହୋଇନାହିଁ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରୀ ଅଧିକ ରହିଛି।
ପଢନ୍ତୁ ଏହି ଖବର: ଓଡ଼ିଶାରେ ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା
ଫେରୁଛି ମୌସୁମୀ ।ଗତକାଲିଠୁ ରାଜ୍ୟରୁ ଆରମ୍ଭ ହୋଇଛି ମୌସୁମୀ ବିଦାୟ ପ୍ରକ୍ରିୟା।ବରଗଡ,ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣପଶ୍ଚିମ ମୌସୁମି ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଆଗାମୀ ୩-୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ବିଦାୟ ପାଇଁ ପାଗ ଅନୁକୂଳ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories