Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

LPG Scam / ଖାଲି LPG ସିଲିଣ୍ଡରରେ ପାଣି ଭର୍ତ୍ତି କରି କରୁଥିଲେ ବିକ୍ରି, ବାନ୍ଧିଲା ପୋଲିସ୍‌

Santosh Kumar Sahoo
Browse all articles by Santosh Kumar Sahoo
·3 months ago·1 min read
ଖାଲି LPG ସିଲିଣ୍ଡରରେ ପାଣି ଭର୍ତ୍ତି କରି କରୁଥିଲେ ବିକ୍ରି, ବାନ୍ଧିଲା ପୋଲିସ୍‌
LPG Cylinder

Key Points

କଟକରୁ ନକଲି LPG ଗ୍ୟାସ୍ କାରବାର ମାମଲାର ପର୍ଦ୍ଦାଫାସ
ଖାଲି ସିଲିଣ୍ଡରରେ ପାଣି ଭର୍ତ୍ତି କରି ସିଲ୍ କରି ବିକ୍ରି ଅଭିଯୋଗ
ଗ୍ୟାସ ଡେଲିଭରୀ କର୍ମଚାରୀ ଗିରଫ
କଟକରୁ ନକଲି LPG ଗ୍ୟାସ୍‌ କାରବାର ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । LPG ଗ୍ୟାସ୍‌ ସିଲିଣ୍ଡରରେ ପାଣି ଭର୍ତ୍ତି କରି ତାକୁ ସିଲ୍‌ କରି ବେଆଇନ ଭାବେ ଲୋକଙ୍କୁ ବିକ୍ରି କରିବା ମାମଲାରେ ଜଣେ ଗ୍ୟାସ୍‌ ଡେଲିଭରୀ କର୍ମଚାରୀକୁ ଗିରଫ କରିଛି କଟକ ବିଡାନାସୀ ଥାନା ପୋଲିସ । ଗିରଫ ଗ୍ୟାସ୍‌ ଡେଲିଭରୀ କର୍ମଚାରୀ ଜଣକ ହେଲେ ଧ୍ରୁବ ଚରଣ ବେହେରା ।

ସେ ନିଜ ଘରେ ଅସୁରକ୍ଷିତ ଢଙ୍ଗରେ ବେଆଇନ ଭାବେ LPG ଖାଲି ଗ୍ୟାସ୍‌ ସିଲିଣ୍ଡରରେ ପାଣି ଭର୍ତ୍ତି କରି ତାକୁ ଲୋକଙ୍କୁ ବିକ୍ରୀ କରୁଥିଲା ଗିରଫ ଅଭିଯୁକ୍ତ । ଏହା ସହିତ କଳିଙ୍ଗ ଗ୍ୟାସ ଏଜେନ୍ସୀ ନାଁରେ ଲୋକଙ୍କୁ ରସିଦ ମଧ୍ୟ ଦେଉଥିଲା ଅଭିଯୁକ୍ତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଡାନାସୀ ଥାନା ପୋଲିସ ଚଢାଉ କରି ଏହି ନକଲି LPG ଗ୍ୟାସ କାରବାରର ପର୍ଦ୍ଦାଫାସ କରିଛି ।

ଅଭିଯୁକ୍ତ ନିକଟରୁ ଗୋଟିଏ ଲୁନା, ୧୦ଟି ସିଲିଣ୍ଡର, ନଗଦ ୨୩ ହଜାର ଟଙ୍କା, ୩୫ଟି କ୍ୟାସ ମେମୋ ସହ ଅନେକ ଉପକରଣ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଗୋଟିଏ ଗ୍ୟାସ୍‌ ଏଜେନ୍ସିରେ ଗ୍ୟାସ୍‌ ଡେଲିଭରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା । ଏହି ବେଆଇନ କାରବାରରେ ଯେଉଁମାନଙ୍କ ସଂପୃକ୍ତି ଥିବ ସେମାନଙ୍କୁ ମଧ୍ୟ ତଦନ୍ତ ପରିସଭୁକ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଜୋନ୍‌ ୩ ଏସିପି ।
ପଢନ୍ତୁ ଏହି ଖବର: ଗ୍ୟାସ୍ ସିଲିଣ୍ଡର ପାଇଁ ଘର ଛାଡିଲେ ସ୍ତ୍ରୀ ! ୫ ମାସର ଶିଶୁ ସହ ନିଖୋଜ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake LPG Cylinder Racket Busted in Cuttack, Delivery Man Arrested | Argus News