Odisha News / ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ମଧୁବାବୁ ପେନସନ ଯୋଜନାରେ ସାମିଲ୍; ଆଜି ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Key Points
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନଧାରଣକୁ ଆମ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ଭତ୍ତା ପାଇଁ ଦୀର୍ଘ ଦିନର ଅପେକ୍ଷା ଓ ଅସୁବିଧାକୁ ଦୂର କରିବା ଲାଗି ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଅଣାଯାଇ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସରଳ ଓ ସୁଗମ କରାଯାଇଛି ।"
ଏଥିସହ ପଢ଼ନ୍ତୁ: ସାତ ଦିନିଆ ଓଡ଼ିଶା ଗସ୍ତରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଚଳିତ ବଜେଟରେ ମଧୁବାବୁ ପେନସନ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ମୁଁ ଯେଉଁ ଘୋଷଣା କରିଥିଲି, ଆଜି ତାହା ବାସ୍ତବ ରୂପ ନେବାକୁ ଯାଉଛି । ଏଣିକି ଆଉ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ; ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନଧାରଣକୁ ଆମ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଭତ୍ତା ପାଇଁ ଦୀର୍ଘ ଦିନର ଅପେକ୍ଷା ଓ ଅସୁବିଧାକୁ ଦୂର କରିବା ଲାଗି ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଅଣାଯାଇ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସରଳ ଓ ସୁଗମ କରାଯାଇଛି। ଚଳିତ ବଜେଟରେ ମଧୁବାବୁ ପେନସନ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ମୁଁ ଯେଉଁ ଘୋଷଣା କରିଥିଲି, ଆଜି ତାହା ବାସ୍ତବ ରୂପ ନେବାକୁ ଯାଉଛି। ଏଣିକି ଆଉ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ; ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। ଏହି କ୍ରମରେ ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବା ସହ ଅକ୍ଟୋବର ମାସରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପୂର୍ବକ ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରିବି। #PensionForAll #କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
— Mohan Charan Majhi (@MohanMOdisha) November 10, 2026
ଏହି କ୍ରମରେ ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବା ସହ ଅକ୍ଟୋବର ମାସରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପୂର୍ବକ ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ଭେଟି
ବାଲେଶ୍ଵର ଗସ୍ତରେ ଆସି ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ଵର କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନୀଳଗିରି ମଧ୍ୟ ଗସ୍ତ କରିବେ । ଏହି ଅବସରରେ ସାରା ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।
📱 Get Argus News App
✨