Videos
|
Odisha

Man Bites Cobra / ଫଣା ଟେକିଲା ନାଗ; ସାପକୁ ପାଟିରେ ଭର୍ତ୍ତି କରି ଫଣାକୁ ଦାନ୍ତରେ ଛିଡ଼ାଇ ଦେଲେ ଯୁବକ

Sushanta Sahoo
Browse all articles by Sushanta Sahoo
·36 mins ago·2 min read
ଫଣା ଟେକିଲା ନାଗ; ସାପକୁ ପାଟିରେ ଭର୍ତ୍ତି କରି ଫଣାକୁ ଦାନ୍ତରେ ଛିଡ଼ାଇ ଦେଲେ ଯୁବକ
Lands in Hospital After Snake Incident

Key Points

ବିଲକୁ ଯିବା ସମୟରେ ଏକ ନାଗ ସାପ ରାସ୍ତା ଅତିକ୍ରମ କରୁଥିବା ବେଳେ ଫଣା ଟେକିଥିଲା । ସଙ୍ଗେ ସଙ୍ଗେ ଧରମସିଙ୍ଗ ନାଗ ସାପଟିର ମୁହଁକୁ ଧରି ଆଣି ପାଟିରେ ପୂରାଇଥିଲେ । ଆଉ କ୍ଷଣିକ ମଧ୍ୟରେ ଦାନ୍ତରେ କାମୁଡ଼ି ନାଗ ସାପର ଫଣାକୁ ଅଲଗା କରି ଦେଇଥିଲେ ।
କୁଚିଣ୍ଡା (ସମ୍ବଲପୁର): ସବୁବେଳେ ସାପ ମଣିଷକୁ କାମୁଡ଼ିଥାଏ । ଅନେକ ସମୟରେ ସର୍ପାଘାତରେ ମଣିଷର ମୃତ୍ୟୁ ବି ହୋଇଥାଏ । ହେଲେ କେବେ ଶୁଣିଛନ୍ତି ମଣିଷ ସାପର ଫଣାକୁ କାମୁଡ଼ି ମାରିଦେବା । ତାହା ପୁଣି ଗୋଟିଏ ନାଗ ସାପକୁ । ଆଶ୍ଚର୍ଯ୍ୟ ଲାଗୁଛି ନା !

ଆଜ୍ଞା ହଁ ଏଭଳି ଘଟିଛି ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଗାଁ ପାକେଲପଡ଼ା-କର୍ମାପଡ଼ା ଅଞ୍ଚଳରେ । ଏହି ଘଟଣା ଏବେ ସମ୍ବଲପୁର, ଝାରସୁଗୁଡ଼ା ସହ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନାଗ ସାପକୁ କାମୁଡ଼ି ମାରି ଦେଇଥିବା ଯୁବକ ଏବେ ମେଡିକାଲ୍‌ରେ ଚିକିତ୍ସିତ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ପଶିଲା ସାପ: ନେଲା ୩ ଛାତ୍ରୀଙ୍କ ଜୀବନ, ଏମିତି କହିଲେ ଅଭିଭାବକ 

ସାଧାରଣତଃ ଆମ ସାପକୁ ଦେଖିଲେ ଡରି ଦୂରେଇ ଯାଇ ଥାଉ । ହେଲେ ଏଠି ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ ଘଟଣା । କର୍ମାପଡ଼ା ଗାଁର ଧରମସିଙ୍ଗ ଖଡ଼ିଆ ବିଲକୁ ଯିବା ସମୟରେ ଏକ ନାଗ ସାପ ରାସ୍ତା ଅତିକ୍ରମ କରୁଥିବା ଦେଖିଥିଲେ ।

କେମିତି ସାପକୁ କାମୁଡ଼ିଲେ ?

ସେହି ସମୟରେ ସାପଟି ଅଟକିଯିବା ସହ ଫଣା ଟେକିଥିଲା । ଆଉ ଏତିକିରେ ଧରମସିଙ୍ଗ ସିଧା ନାଗ ସାପଟିର ମୁହଁକୁ ଧରି ଆଣି ପାଟିରେ ପୂରାଇଥିଲେ । ଆଉ କ୍ଷଣିକ ମଧ୍ୟରେ ଦାନ୍ତରେ କାମୁଡ଼ି ନାଗ ସାପର ଫଣାକୁ ଅଲଗା କରି ଦେଇଥିଲେ ।

ତା'ପରେ ସାପଟି ସେଇଠି ଛଟପଟ ହୋଇ ମରି ଯାଇଥିବା ଜଣାପଡ଼ିଛି । ଏ ଘଟଣାଟି ବାମରା ନିକଟ ପାକେଲପଡ଼ା-କର୍ମାପଡ଼ାରେ ଘଟିଛି । ସାପକୁ କାମୁଡ଼ିବା ପରେ ଧରମସିଙ୍ଗଙ୍କ ମୁହଁ ଓ ପାଟିରେ ରକ୍ତ ଲାଗିଥିଲା ।

ଘରକୁ ଫେରିବାର କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଡାକ୍ତର ତାଙ୍କୁ ୨୪ ଘଣ୍ଟା ଲାଗି ପର୍ଯ୍ୟବେକ୍ଷଣରେ ରଖିଥିବା ସୂଚନା ଦେଇଛନ୍ତି ।

ସାପକୁ କାମୁଡ଼ି ମାରି ଦେଇଥିବା ଧରମସିଙ୍ଗ କହିଛନ୍ତି, "ପୂର୍ବରୁ ଜଣେ ଗୁଣିଆ ମୋତେ କହିଥିଲେ କୌଣସି ସାପ କାମୁଡ଼ିଲେ... ସାପକୁ ମଧ୍ୟ କାମୁଡ଼ି ଦେଲେ ବିଷ ଲାଗେ ନାହିଁ । ଏହି କଥାକୁ ବିଶ୍ୱାସ କରି ଭୟରେ ନାଗ ସାପଟିକୁ ହାତରେ ଧରି ତାହାର ଫଣାକୁ ଦାନ୍ତରେ କାମୁଡ଼ି ଛିଡ଼ାଇ ଦେଲି ।"

ଏଥିସହ ପଢ଼ନ୍ତୁ: ପାଣି ଉଠାଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର, ଜଣେ ନିଖୋଜ 

ଡାକ୍ତରଙ୍କ ଅନୁସାରେ, "ସାପକୁ ବିଲକୁଲ୍ କାମୁଡ଼ିବା କଥା ନୁହେଁ । ସାପକୁ କାମୁଡ଼ିବା ଅତ୍ୟନ୍ତ ବିପଜ୍ଜନକ ଅଟେ । ଭାଗ୍ୟ ଭଲ ତାଙ୍କୁ ସାପ କାମୁଡ଼ି ନାହିଁ । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।" ଯଦି ଆପଣ କେବେ କେଉଁଠି ସାପକୁ ଦେଖୁଛନ୍ତି ତାର ପଥ ଅବରୋଧ କରନ୍ତୁ ନାହିଁ । ଧରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ସାପକୁ ଆଘାତ ପହଞ୍ଚାଇବା ଆପଣଙ୍କ ଜୀବନ ପାଇଁ କ୍ଷତିକାରକ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: