Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନ୍ କି ବାତ୍'ରେ ଓଡ଼ିଶାର ବେଲପଣା ଓ ସୁବର୍ଣ୍ଣରେଖା ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

Odisha

Modi in Mann ki baat / ମନ୍ କି ବାତ୍'ରେ ଓଡ଼ିଶାର ବେଲପଣା ଓ ସୁବର୍ଣ୍ଣରେଖା ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

Bikash Mohanty
Browse all articles by Bikash Mohanty
·1 hour ago·2 min read
ମନ୍ କି ବାତ୍'ରେ ଓଡ଼ିଶାର ବେଲପଣା ଓ ସୁବର୍ଣ୍ଣରେଖା ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
Narendra modi

Key Points

ଓଡ଼ିଶାର ବେଲପଣାକୁ ମୋଦିଙ୍କ ପ୍ରଶଂସା
ସୁସ୍ଵାଦୁ ଆମ୍ବକୁ ମଧ୍ୟ ପ୍ରଶଂସା କଲେ ମୋଦି
୧୩୪ତମ `ମନ୍ କି ବାତ୍'ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ନୁଆଦିଲ୍ଲୀ,୩୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍' ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ । ଏହି ସମ୍ବୋଧନରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ବିଭିନ୍ନ ପାରମ୍ପାରିକ ପାନୀୟର ଚର୍ଚ୍ଚା ବେଳେ ଓଡ଼ିଶାର ବେଳ ପଣା ଓ ସୁବର୍ଣ୍ଣରେଖା ଆମ୍ବକୁ ବେସ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ୍ କରୁଛନ୍ତି ଆମ୍ବଚାଷୀ । ଅସହ୍ୟ ଖରା ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୋଦି ।

ମୋଦି କହିଥିଲେ ଯେ, ଗ୍ରୀଷ୍ମ ଋତୁରେ ପ୍ରାକୃତିକ ଓ ସ୍ଥାନୀୟ ପାନୀୟର ଚାହିଦା ବଢ଼ିଥାଏ । ଏହି ପାନୀୟ କେବଳ ଶରୀରକୁ ଥଣ୍ଡା ରଖେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ମିଳୁଥିବା ପାରମ୍ପରିକ ପାନୀୟ ମଧ୍ୟରେ ଓଡ଼ିଶାର ବେଲପଣା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି ବୋଲି ସେ କହିଥିଲେ । ବେଲ ଫଳରୁ ପ୍ରସ୍ତୁତ ଏହି ପାନୀୟ ଶରୀରକୁ ଶୀତଳ ରଖିବା ସହ ପାଚନ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ।

ପଢନ୍ତୁ ଏହି ଖବର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେବେ ସାମିଲ

ଏହାସହ ଓଡ଼ିଶାର ଆମ୍ବର ସ୍ୱାଦ ଓ ଗୁଣବତ୍ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ଆମ୍ବ ଦେଶର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ହୋଇଥିବାବେଳେ ଏହା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରୁଛି ବୋଲି କହିଥିଲେ ।‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦି ଦେଶବାସୀଙ୍କୁ ବର୍ତ୍ତମାନର ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଅଧିକ ପରିମାଣରେ ପାଣି ପିଇବା, ପାରମ୍ପରିକ ପାନୀୟର ବ୍ୟବହାର ବଢ଼ାଇବା ଓ ଖରାର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବାକୁ ସେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମୁଖରୁ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା ଶୁଣି ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହା ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତି ଓ କୃଷିଜାତ ଉତ୍ପାଦକୁ ଜାତୀୟ ସ୍ତରରେ ଆହୁରି ପରିଚିତ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି ।

ଏହା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଆଥଲେଟ୍‌ଙ୍କୁ ପ୍ରଶଂସା କଲୋ ମୋଦି। ସଫଳ ଆଥଲେଟ୍‌ଙ୍କ ସହ ଟେଲିଫୋନ୍‌ରେ କଥା ହେଲେ ମୋଦି । ଦେଶର ଯୁବବର୍ଗଙ୍କ ମଧ୍ୟରେ ରହିଛି ଅଦ୍ଭୁତ ପ୍ରତିଭା । ଏହା ସହ ଖେଳୁଆଡ଼ ମନୋଭାବ ଉଜ୍ଜୀବିତ ରଖିବାକୁ ମୋଦି ଦେଇଛନ୍ତି ପରାମର୍ଶ ।

ସେହିପରି ଭାରତକୁ ଫେରିଥିବା ଚୋଳ ସାମ୍ରାଜ୍ୟ ସମୟର ଏକ ସୁନ୍ଦର ଓ ପ୍ରାଚୀନ କଳାକୃତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାକୁ ସେ ସମଗ୍ର ଦେଶ ପାଇଁ ଏକ "ଜାତୀୟ ଗୌରବ" ବୋଲି ଅଭିହିତ କରିଛନ୍ତି। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଦେଶରୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଚୋଳ ସାମ୍ରାଜ୍ୟର ଏହି ପ୍ରାଚୀନ ମୂର୍ତ୍ତି ବା କଳାକୃତି ଭାରତକୁ ଫେରିବା ଆମର ଐତିହାସିକ ଏବଂ ସାଂସ୍କୃତିକ ସନ୍ତୁଳନକୁ ଅଧିକ ମଜବୁତ କରିଛି ବୋଲି ମୋଦି କହିଛନ୍ତି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi in Mann ki baat | PM Modi Praises Odisha Belpana & Subarnarekha Mangoes in Mann Ki Baat | Argus News