Videos
|
Odisha

PM Modi Odisha Visit / ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେବେ ସାମିଲ

Bikash Mohanty
Browse all articles by Bikash Mohanty
·3 months ago·2 min read
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେବେ ସାମିଲ
PM Modi

Key Points

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଜେପି ସରକାର ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ
୪ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିବା କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୯/୦୫: ଆସନ୍ତା ଜୁନ୍ ୧୨ରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଥିବାବେଳେ ଏହି ଉପଲକ୍ଷେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେ‌ବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଏକ ଜନସଭାକୁ ସମ୍ବୋଧନ କରିବେ। ଏହାସହ ବିକଶିତ ଓଡ଼ିଶା-ବିକଶିତ ଭାରତ ଲକ୍ଷ୍ୟ ପାଇଁ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି। ଏବିଭିପିର ‘ନାଗରିକ ଅଭିନନ୍ଦନ ସମାରୋହ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଗତ ୪ଦିନ ତଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ କାର୍ଯ୍ୟକ୍ରମରେ ଯେପରି ସେ ଯୋଗଦେଇ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେଇଥିଲେ ସେହିପରି ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ସବୁଜ ସଂକେତ ମିଳିଛି। ପ୍ରଧାନମନ୍ତ୍ରୀ ଖୁବ୍‌ଶୀଘ୍ର ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ଅପରପକ୍ଷେ ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି। ଏଥିରେ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ବିଷୟରେ ଆଲୋଚନା କରାଯାଇଥିଲା। ଏପରିକି କେଉଁ ଯୋଜନାକୁ କାର୍ଯ୍ୟକାରୀ କରିବାରେ କ’ଣ ସମସ୍ୟା ରହିଛି ସେ ନେଇ ମୁଖ୍ୟମନ୍ତ୍ରୀ ବିଶଦ ଆଲୋଚନା କରିଥିଲେ।

ପଢନ୍ତୁ ଏହି ଖବର: ମୋଦି ସରକାରର ୧୨ ବର୍ଷରେ କେମିତି ବଦଳିଛି ଭାରତ ?

ଗତକାଲି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି । ଏଥିରେ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ବିଷୟରେ ଆଲୋଚନା କରାଯାଇଥିଲା । ଏପରିକି କେଉଁ ଯୋଜନ ଯୋଜନାକୁ କାର୍ଯ୍ୟକାରୀ କରିବାରେ କ'ଣ ସମସ୍ୟା ରହିଛି ସେ ନେଇ ମୁଖ୍ୟମନ୍ତ୍ରୀ ବିଶଦ ଆଲୋଚନା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଗୋଟିଏ କିମ୍ବା ଦୁଇଟି ବଡ଼ ଯୋଜନା ଘୋଷଣା କରିବାକୁ ଯୋଜନା କରୁଛନ୍ତି ଏଥିପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତାବ ମଗାଯାଇଛି। ଯେଉଁଥିରେ ଅଧିକ ହିତାଧିକାରୀ ଉପକୃତ ହେବେ, ସେହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯିବ। ଏହାସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କରା‌ଯିବ। ଏଥିପାଇଁ ବିଭାଗଗୁଡ଼ିକୁ ଯୋଜନାର ତାଲିକା ପ୍ରସ୍ତୁତ କରି ସପ୍ତାହକ ମଧ୍ୟରେ ଦେବାକୁ କୁହାଯାଇଛି।
୨୦୩୬ ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ନଜରରେ ରଖି ବିଭାଗ ଗୁଡ଼ିକ ସେମାନଙ୍କ ଯୋଜନାର ତାଲିକା ଦେବେ। ଆସନ୍ତା ଜୁନ୍ ୧୨ ତାରିଖରେ ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ଷି ହେଉଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସୂଚୀ ଅନୁଯାୟୀ କାର୍ଯ୍ୟକ୍ରମର ତାରିଖ ଧାର୍ଯ୍ୟ ହେବ ବୋଲି ସୁଚନା ମିଳୁଛି।