Mangroves Rising in Odisha / ଓଡ଼ିଶାରେ ହେନ୍ତାଳ ବଣ ମାତ୍ରା ୧୬.୬% ବୃଦ୍ଧି; କରୁଛି ଉପକୂଳ ସୁରକ୍ଷା
·2 hours ago·4 min read

Key Points
ଏବେ ଓଡ଼ିଶାର ୫ଟି ଉପକୂଳ ଜିଲ୍ଲାରେ ପ୍ରାୟ ୨୫୯.୦୬ ସ୍କୋୟାର୍ କିଲୋମିଟର ବ୍ୟାପି ହେନ୍ତାଳ ବଣ ରହିଛି । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ରହିଛି ୨୧୨ ସ୍କୋୟାର୍ କିଲୋମିଟରର ହେନ୍ତାଳ ବଣ ।
କେନ୍ଦ୍ରାପଡ଼ା/ଭୁବନେଶ୍ଵର: ଦେଶରେ ଓଡ଼ିଶା ସଫଳତାର ସହ ହେନ୍ତାଳ ବଣ ସଂରକ୍ଷଣ ଓ ପୁନରୁଦ୍ଧାର କ୍ଷେତ୍ରରେ ରୋଲ୍ ମଡେଲ୍ ସାଜିଛି । ଯାହା ପରିବେଶ, ଅର୍ଥନୀତି ସହ ପାଣିପାଗ କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ଅବଦାନ ନିଶ୍ଚିତ କରିଛି । ଏବେ ଓଡ଼ିଶାର ୫ଟି ଉପକୂଳ ଜିଲ୍ଲାରେ ପ୍ରାୟ ୨୫୯.୦୬ ସ୍କୋୟାର୍ କିଲୋମିଟର ବ୍ୟାପି ହେନ୍ତାଳ ବଣ ରହିଛି ।
କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ରହିଛି ୨୧୨ ସ୍କୋୟାର୍ କିଲୋମିଟରର ହେନ୍ତାଳ ବଣ । ଯାହା ଭାରତର ହେନ୍ତାଳ ବଣ ଇକୋସିଷ୍ଟମ ମଧ୍ୟରୁ ଅନ୍ୟତମ ଅଟେ । ନୂତନ ବୈଜ୍ଞାନିକ ଚିନ୍ତାଧାରା, ଉପଯୋଗୀ ନୀତି ଏବଂ ସ୍ଥାନୀୟ ସମ୍ପ୍ରଦାୟର ସହଭାଗିତା ଆଜି ଓଡ଼ିଶାକୁ ଉପକୂଳ ଜଳବାୟୁ ପରିବର୍ତ୍ତନ ବିପକ୍ଷରେ ସବୁଜ ବଳୟ ଭାବେ ଛିଡ଼ା କରିଛି ।
ଏଥିସହ ପଢ଼ନ୍ତୁ: ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା,୧୧ ଜିଲାକୁ ଓ୍ବାର୍ଣ୍ଣିଂ
କାମ୍ପା (CAMPA) ବା କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷଙ୍କ ସମର୍ଥନରେ ଓଡ଼ିଶା ଉପକୂଳରେ ହେନ୍ତାଳ ବଣ ସଂରକ୍ଷଣରେ ସମର୍ଥ ହୋଇଛି । ଯାହା ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ପାଣିପାଗ ପରିବର୍ତ୍ତନ ବିଭାଗର ଏକ ନିଆରା ପଦକ୍ଷେପ ।

ଏ କ୍ଷେତ୍ରରେ ଓଡ଼ିଶାର ବିଶେଷତ୍ଵ ହେଉଛି ବୈଜ୍ଞାନିକ ଦୃଷ୍ଟିକୋଣକୁ ବାସ୍ତବ ପୁନରୁଦ୍ଧାର ସହ ଯୋଡ଼ିବା । ଜାତୀୟ ସ୍ଥାୟୀ ଉପକୂଳ ପରିଚାଳନା କେନ୍ଦ୍ର (NCSCM) ଅଧିନରେ ଓଡ଼ିଶା ବନୀକରଣ କ୍ଷେତ୍ର ବିକାଶ ପ୍ରକଳ୍ପ (OFSDP) ଭିରତକନିକା ହେନ୍ତାଳ ବଣ ସୃଷ୍ଟି ସହ ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛି । ଏହା ପ୍ରଦୂଷଣ ଚିହ୍ନଟ ସହ ପରିବେଶ ଉପରେ ଥିବା ଚାପକୁ ସମୟାନୁବର୍ତ୍ତୀ ପଦକ୍ଷେପ ଓ ଦୀର୍ଘକାଳୀନ ପୁନରୁଦ୍ଧାର ଏବଂ ସରଂକ୍ଷଣ ରଣନୀତି ଦ୍ଵାରା ମୁକାବିଲା କରି ପାରୁଛି ।

ଏ ଦିଗରେ କାମ୍ପାର ଆର୍ଥିକ ସହଯୋଗ ଯୋଜନାକୁ ବ୍ୟାପକ କରିଛି । ବୃକ୍ଷ ରୋପଣ ବ୍ୟତୀତ ପରିବେଶକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ ଦିଆଯାଉଛି । ଯେଭଳି ପ୍ରାକୃତିକ ଉପାୟରେ ଜୁଆର-ଭଟ୍ଟା ଆସିବା ଲାଗି ଉପକୂଳକୁ ଗଭୀର କରାଯାଉଛି ଏବଂ ମଣିଷ କାର୍ଯ୍ୟକଳାପ କମ୍ କରିବା ଲାଗି ବାଡ଼ କରାଯାଉଥିବା ରାଜନଗର ହେନ୍ତାଳ ବଣ ବନାଞ୍ଚଳର ଡିଏଫ୍ଓ ଭରଦରାଜ ଗାଓଁକର କହିଛନ୍ତି ।

'ଫିସବୋନ୍ ଚ୍ୟାନେଲ୍' ମଡେଲ୍ ଭଳି ଅତ୍ୟାଧୁନିକ ପୁନରୁଦ୍ଧାର ପଦ୍ଧତିକୁ ଓଡ଼ିଶା ଆପଣାଇଛି । ଜୁଆର ପ୍ରବାହକୁ ପ୍ରାକୃତିକ ଉପାୟରେ ପୁନଃସ୍ଥାପିତ କରି ଦବି ଯାଇଥିବା ଜୁଆରିଆ କ୍ଷେତ୍ରକୁ ପୁନର୍ଜୀବିତ କରିବ । ଏହି କୌଶଳ ଦ୍ଵାରା ଭିତରକନିକାରେ ପ୍ରାୟ ୧୦୦ ଏକର ଜମିରେ ମାତ୍ର ୪ ବର୍ଷ ଭିତରେ ହେନ୍ତାଳ ବଣକୁ ପୁନର୍ଜୀବିତ କରାଯାଇ ପାରିଛି ।

ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ କେବଳ ବୃକ୍ଷରୋପଣରେ ସୀମିତ ନାହିଁ ବରଂ ଭୂମି ପୁନର୍ଗଠନ ଉପରେ ଗୁରୁତ୍ଵ ଦେଉଛି । କେନ୍ଦ୍ରାପଡ଼ା ସହ ଜଗତସିଂହପୁର, ପୁରୀ, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ହେନ୍ତାଳ ବଣ ସୃଷ୍ଟି କରାଯାଉଛି । ବିଗତ ୪ ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୯.୪୩ ସ୍କୋୟାର୍ କିଲୋମିଟର ହେନ୍ତାଳ ବଣ ବଢ଼ିଥିବା ବେଳେ ସାରା ରାଜ୍ୟରେ ୯.୮୯ ସ୍କୋୟାର୍ କିଲୋମିଟର ବୃଦ୍ଧି ପାଇଥିବା ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ (ISFR) ରିପୋର୍ଟରେ ଦର୍ଶା ଯାଇଛି । ନଷ୍ଟ ହୋଇ ଯାଇଥିବା ହେନ୍ତାଳ ବଣ, ସରକାରୀ ଜମିକୁ ଅବୈଧ କବ୍ଜା ଏବଂ ମତ୍ସ୍ୟ ପାଳନ ଲାଗି ବ୍ୟବହୃତ ଅଞ୍ଚଳକୁ ସଫଳତାର ସହ ପୁନଃସ୍ଥାପିତ କରାଯାଇଛି ।

ଏ କ୍ଷେତ୍ରରେ ଓଡ଼ିଶାର ଦୃଢ଼ ସମୁଦାୟ ସହଯୋଗ ରହିଛି । କାମ୍ପାର ଦୃଢ଼ ପଦକ୍ଷେପ ଦ୍ଵାରା ସ୍ଥାନୀୟ ସମୁଦାୟ ସକ୍ରିୟ ଭାବେ ଚାରା ରୋପଣ, ବୃକ୍ଷ ରୋପଣ ସହ ଇକୋସିଷ୍ଟମ ରକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି । ଯାହା ପରିବେଶ ସୁରକ୍ଷା ସହ ଜୀବିକା ସୃଷ୍ଟିରେ ସହାୟକ ହେଉଛି । ରାଜନଗର ଡିଏଫ୍ଓ କହିଛନ୍ତି, "ସମୁଦାୟ ଅଂଶଗ୍ରହଣ ହେଉଚି ଆମ ସଫଳତାର କେନ୍ଦ୍ର । ସ୍ଥାନୀୟ ଲୋକେ ସକ୍ରିୟା ଭାବେ ବୃକ୍ଷ ରୋପଣ କରିବା ସହ ଜଙ୍ଗଲକୁ ନିଜର ବୋଲି ଭାବୁଛନ୍ତି । ଯାହା ସେମାନଙ୍କ ଜୀବିକୁ ପରୋକ୍ଷରେ ସହାୟତା କରିବା ସହ ଇକୋସିଷ୍ଟମ ସ୍ଵାସ୍ଥ୍ୟ ଅଭିବୃଦ୍ଧି କରୁଛି ।"
ଏହାର ପ୍ରଭାବ ଏବେ ବାସ୍ତବ କ୍ଷେତ୍ରରେ ଅନୁଭୂତ ହେଉଛି । ରାଜନଗର ବନାଞ୍ଚଳର କନକନଗର ଗାଁର ଉମା ରାଣୀ ଗିରି କହିଛନ୍ତି, "ପୂର୍ବରୁ ଉଚ୍ଚ ଜୁଆର ଆସିଲେ ବନ୍ୟା ପାଣି ଆମ ଗାଁକୁ ମାଡ଼ି ଆସୁଥିଲା । ରାସ୍ତା ଧୋଇନେବା ସହ ଆମମାନଙ୍କ ଘରେ ପାଣି ପଶୁଥିଲା । ଅନେକ ସମୟରେ କୁମ୍ଭୀର ବି ଜୁଆରରେ ପଳାଇ ଆସୁଥିଲେ । ଏବେ ସ୍ଥିତି ବଦଳିଛି, ଆମ ସମୁଦାୟର ସୁରକ୍ଷା ପାଇଁ ନୂଆ ଆଶା ସୃଷ୍ଟି ହୋଇଛି ।"

ଓଡ଼ିଶା ପାଇଁ ହେନ୍ତାଳ ବଣ କେବଳ ଏକ ଜଙ୍ଗଲ ନୁହେଁ । ବରଂ ଏହା ସାମୁଦ୍ରିକ ଝଡ଼ ବିପକ୍ଷରେ ଏକ ପ୍ରାକୃତିକ ସୁରକ୍ଷା କବଚ । କାରଣ ଓଡ଼ିଶା ଲଗାତାର ବାତ୍ୟାକୁ ସାମ୍ନା କରିଥାଏ । ହେନ୍ତାଳ ବଣର ଗଛ ଗୁଡ଼ିକର ଚେର ମାଟିର ବହୁତ ଗଭୀରକୁ ଯାଏ । ଯାହା ଉପକୂଳରେ ପବନକୁ ରୋକିବା ସହ ଭୂମି ଦବିବାରୁ ରକ୍ଷା କରେ । ଏଥିସହ ହେନ୍ତାଳ ବଣ ଅଙ୍ଗାରକାମ୍ଳ ମାତ୍ରାକୁ କମାଇ ଜୈବ ବିବିଧତାକୁ ସହାୟତା କରେ । ମତ୍ସ୍ୟଚାଷକୁ ବଢ଼ାଇବା ସହ ଉପୂକଳରେ ଜୀବିକା ଓ ଖାଦ୍ୟ ସୁରକ୍ଷାରେ ସହାୟକ ହୋଇଥାଏ ।
ଭିତରକନିକା ଅଞ୍ଚଳରେ କାମ୍ପା ବାସଗୃହ ନବୀକରଣ ସହ ବନ୍ୟଜନ୍ତୁଙ୍କ ବୈଜ୍ଞାନିକ ପରିଚାଳନାରେ କାମ୍ପା ସହଯୋଗ କରୁଛି । ଯାହା ପାରିପାର୍ଶ୍ଵିକ ସଂରକ୍ଷଣ ସୁନିଶ୍ଚିତ ଦୃଷ୍ଟିକୋଣକୁ ନିଶ୍ଚିତ କରୁଥିବା କହିଛନ୍ତି ଡିଏଫଓ । ସୂଚନାଯୋଗ୍ୟ, ବିଗତ ଦଶନ୍ଧ ମଧ୍ୟରେ ଓଡ଼ିଶାରେ ହେନ୍ତାଳ ବଣ ୧୭.୬ ପ୍ରତିଶତ ବଢ଼ିଛି । ୨୦୧୧ରେ ୨୨୨ ସ୍କୋୟାର୍ କିଲୋମିଟର ହେନ୍ତା ବେଳେ ୨୦୨୩ ସୁଦ୍ଧା ୨୫୯.୦୬ ସ୍କୋୟାର୍ କିଲୋମିଟରକୁ ବୃଦ୍ଧି ପାଇଥିବା ISFR ତଥ୍ୟ କହୁଛି । ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ପରିବେଶ ସନ୍ତୁଳନ ଏବଂ ଉପକୂଳ ସୁରକ୍ଷା ଦିଗରେ ଏହି ପଦକ୍ଷେପ ଓଡ଼ିଶାକୁ ଜାତୀୟ ସ୍ତରରେ ଅଗ୍ରଣୀ ଭାବେ ଛିଡ଼ା କରାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories