Videos
|
Odisha

Odisha Matric Exam / ନଭେମ୍ବର ୩୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

Sushanta Sahoo
Browse all articles by Sushanta Sahoo
·58 mins ago·2 min read
ନଭେମ୍ବର ୩୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
Matric Form Fill Up Last Date

Key Points

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।
କଟକ: ବାତ୍ୟା ପାଇଁ ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।


ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ମିଆଦି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖର ନଭେମ୍ୱର ୨୨ ରହିଥିଲା । ଏବେ ବାତ୍ୟା 'ଅକଭାନ'କୁ ଦୃଷ୍ଟିରେ ରଖି ବୋର୍ଡ ଫର୍ମ ପୂରଣ ତାରିଖ ବୃଦ୍ଧି କରିଛି ।

ଏଥିସହ ପଢ଼ନ୍ତୁ: ଆସୁଛି ବାତ୍ୟା 'ଅକଭାନ'; ୭ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା 

ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ୨୦୨୭ ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୭ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଉଭୟ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ଅନୁଷ୍ଠିତ ହେବ ।

କେଉଁ ଦିନ କେଉଁ ବିଷୟ ?

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚୀ ଅନୁସାରେ, ମାର୍ଚ୍ଚ ୧୨ (ଶୁକ୍ରବାର) ପ୍ରଥମ ଦିନ ପ୍ରଥମ ଭାଷା (ମାତୃଭାଷା) ପରୀକ୍ଷା ହେବ । ମାର୍ଚ୍ଚ ୧୫ (ସୋମବାର) ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୭ (ବୁଧବାର) ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ ।

ଏଥିସହ ପଢ଼ନ୍ତୁ: ମାଟ୍ରିକ୍ ପରୀକ୍ଷା ସୂଚୀ ପ୍ରକାଶ; ମାର୍ଚ୍ଚ ୧୨ରୁ ୨୭ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ Exam 

ମାର୍ଚ୍ଚ ୧୮ ତାରିଖ (ଗୁରୁବାର) TL (ପ୍ରାକ୍ଟିକାଲ୍) ପରୀକ୍ଷା, ମାର୍ଚ୍ଚ ୧୯ ତାରିଖ (ଶୁକ୍ରବାର) ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ ତାରିଖ (ବୁଧବାର) ଦ୍ଵିତୀୟ ଭାଷା, ମାର୍ଚ୍ଚ ୨୫ ତାରିଖ (ଗୁରୁବାର) ତୃତୀୟ ଭାଷା (ହିନ୍ଦୀ), ମାର୍ଚ୍ଚ ୨୭ ତାରିଖ (ଶନିବାର) ତୃତୀୟ ଭାଷା (ସଂସ୍କୃତ, ଓଡ଼ିଆ) ପରୀକ୍ଷା ହେବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: