Odisha Matric Exam / ମାଟ୍ରିକ୍ ପରୀକ୍ଷା ସୂଚୀ ପ୍ରକାଶ; ମାର୍ଚ୍ଚ ୧୨ରୁ ୨୭ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ Exam
·1 hour ago·2 min read

Key Points
୨୦୨୭ ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ସରିବ ।
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ୨୦୨୭ ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୭ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଉଭୟ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ଅନୁଷ୍ଠିତ ହେବ ।
ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ସରିବ । କେବଳ ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇବ । ଗଣିତ ପରୀକ୍ଷା ଦିନ ୧୧ଟା ୪୫ରେ ଶେଷ ହେବ ।
ଏଥିସହ ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲାରେ ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ
କେଉଁ ଦିନ କେଉଁ ବିଷୟ ?
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚୀ ଅନୁସାରେ, ମାର୍ଚ୍ଚ ୧୨ (ଶୁକ୍ରବାର) ପ୍ରଥମ ଦିନ ପ୍ରଥମ ଭାଷା (ମାତୃଭାଷା) ପରୀକ୍ଷା ହେବ । ମାର୍ଚ୍ଚ ୧୫ (ସୋମବାର) ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୭ (ବୁଧବାର) ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ ।
ମାର୍ଚ୍ଚ ୧୮ ତାରିଖ (ଗୁରୁବାର) TL (ପ୍ରାକ୍ଟିକାଲ୍) ପରୀକ୍ଷା, ମାର୍ଚ୍ଚ ୧୯ ତାରିଖ (ଶୁକ୍ରବାର) ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ ତାରିଖ (ବୁଧବାର) ଦ୍ଵିତୀୟ ଭାଷା, ମାର୍ଚ୍ଚ ୨୫ ତାରିଖ (ଗୁରୁବାର) ତୃତୀୟ ଭାଷା (ହିନ୍ଦୀ), ମାର୍ଚ୍ଚ ୨୭ ତାରିଖ (ଶନିବାର) ତୃତୀୟ ଭାଷା (ସଂସ୍କୃତ, ଓଡ଼ିଆ) ପରୀକ୍ଷା ହେବ ।
#Kataka: The Odisha Board of Secondary Education has announced the schedule for the Class 10 board examinations. The Matric exams will be held from March 12 to March 27 in a single sitting daily, from 9 am to 11:30 am. Mathematics will have an additional 15 minutes. #Odisha #MatricExam #BSEO #BoardExam
— Argus News (@ArgusNews_in) November 13, 2026
ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ସରିବ । କେବଳ ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇବ । ଗଣିତ ପରୀକ୍ଷା ଦିନ ୧୧ଟା ୪୫ରେ ଶେଷ ହେବ ।
ଏଥିସହ ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲାରେ ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ
କେଉଁ ଦିନ କେଉଁ ବିଷୟ ?
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚୀ ଅନୁସାରେ, ମାର୍ଚ୍ଚ ୧୨ (ଶୁକ୍ରବାର) ପ୍ରଥମ ଦିନ ପ୍ରଥମ ଭାଷା (ମାତୃଭାଷା) ପରୀକ୍ଷା ହେବ । ମାର୍ଚ୍ଚ ୧୫ (ସୋମବାର) ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୭ (ବୁଧବାର) ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ ।
ମାର୍ଚ୍ଚ ୧୮ ତାରିଖ (ଗୁରୁବାର) TL (ପ୍ରାକ୍ଟିକାଲ୍) ପରୀକ୍ଷା, ମାର୍ଚ୍ଚ ୧୯ ତାରିଖ (ଶୁକ୍ରବାର) ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ ତାରିଖ (ବୁଧବାର) ଦ୍ଵିତୀୟ ଭାଷା, ମାର୍ଚ୍ଚ ୨୫ ତାରିଖ (ଗୁରୁବାର) ତୃତୀୟ ଭାଷା (ହିନ୍ଦୀ), ମାର୍ଚ୍ଚ ୨୭ ତାରିଖ (ଶନିବାର) ତୃତୀୟ ଭାଷା (ସଂସ୍କୃତ, ଓଡ଼ିଆ) ପରୀକ୍ଷା ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: