Odisha News / ଗଞ୍ଜାମ ଜିଲ୍ଲାରେ ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ
·1 hour ago·2 min read

Key Points
ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଓ ରବିବାର ଖୋଲା ରହିବ । ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଖୋଲିବ କାର୍ଯ୍ୟାଳୟ ।
ବ୍ରହ୍ମପୁର: ବାତ୍ୟା 'ଅର୍ଣ୍ଣବ-୨୦୨୬' ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜରୁରୀକାଳୀନ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସୁପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଓ ରବିବାର ମଧ୍ୟ ଖୋଲା ରହିବ ।
ଏନେଇ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତା ୧୪ ନଭେମ୍ବର (ଶନିବାର) ଓ ୧୫ ନଭେମ୍ବର (ରବିବାର) ଦୁଇଦିନ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ଉପଖଣ୍ଡ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ସ୍ୱାଭାବିକ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିବେ ।
ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ନୂଆ ସମ୍ଭାବ୍ୟ ବାତ୍ୟା 'ଅକବାନ୍'
ଜରୁରୀକାଳୀନ କାର୍ଯ୍ୟର ସଫଳ ରୂପାୟନ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ତ୍ୱରିତ ପଦକ୍ଷେପ ନେବା ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିର୍ଦ୍ଦେଶର ଅବମାନନା କିମ୍ବା କାର୍ଯ୍ୟରେ ଅବହେଳାକୁ ଗୁରୁତର ସହ ନିଆଯିବ ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ବନ୍ୟା ପରେ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ
ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜୀବନହାନି ଘଟିନଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଗଞ୍ଜାମରେ କାହିଁକି ହେଲା ଭୟଙ୍କର ବନ୍ୟା ? ମୁଖ୍ୟ ଶାସନ ସଚିବ କଲେ ବଡ଼ ଖୁଲାସା
ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଯୋଗାଣ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଛି । ଲୋକଙ୍କୁ ଆବଶ୍ୟକୀୟ ସହାୟତା ଓ ରିଲିଫ୍ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଜାରି ରହିଛି ।
ସାମଗ୍ରିକ ଭାବେ ଗଞ୍ଜାମରେ ହୋଇଥିବା ଅତ୍ୟଧିକ ବର୍ଷା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେବେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
Ganjam: All district, sub-divisional and block-level government offices in Ganjam will remain open on November 14 and 15, including Saturday and Sunday, to facilitate ongoing restoration and relief work following Cyclone Arnab, according to an order issued by the Collector. #Ganjam #CycloneArnab #Odisha #ReliefWork
— Argus News (@ArgusNews_in) November 13, 2026
ଏନେଇ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତା ୧୪ ନଭେମ୍ବର (ଶନିବାର) ଓ ୧୫ ନଭେମ୍ବର (ରବିବାର) ଦୁଇଦିନ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ଉପଖଣ୍ଡ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ସ୍ୱାଭାବିକ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିବେ ।
ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ନୂଆ ସମ୍ଭାବ୍ୟ ବାତ୍ୟା 'ଅକବାନ୍'
ଜରୁରୀକାଳୀନ କାର୍ଯ୍ୟର ସଫଳ ରୂପାୟନ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ତ୍ୱରିତ ପଦକ୍ଷେପ ନେବା ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିର୍ଦ୍ଦେଶର ଅବମାନନା କିମ୍ବା କାର୍ଯ୍ୟରେ ଅବହେଳାକୁ ଗୁରୁତର ସହ ନିଆଯିବ ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ବନ୍ୟା ପରେ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ
ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜୀବନହାନି ଘଟିନଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଗଞ୍ଜାମରେ କାହିଁକି ହେଲା ଭୟଙ୍କର ବନ୍ୟା ? ମୁଖ୍ୟ ଶାସନ ସଚିବ କଲେ ବଡ଼ ଖୁଲାସା
ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଯୋଗାଣ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଛି । ଲୋକଙ୍କୁ ଆବଶ୍ୟକୀୟ ସହାୟତା ଓ ରିଲିଫ୍ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଜାରି ରହିଛି ।
ସାମଗ୍ରିକ ଭାବେ ଗଞ୍ଜାମରେ ହୋଇଥିବା ଅତ୍ୟଧିକ ବର୍ଷା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେବେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: