Odisha Media / ତେଲଙ୍ଗାନା ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ; ସୁଦୃଢ଼ ହେବ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ
·3 months ago·2 min read

Key Points
ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ତେଲଙ୍ଗାନା ଗସ୍ତରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସହ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ଓ ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ଭୁବନେଶ୍ୱର: ପିଆଇବି ଭୁବନେଶ୍ୱର ପକ୍ଷରୁ ତେଲଙ୍ଗାନା ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରଥମ ଦିନରେ ହାଇଦ୍ରାବାଦସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସହ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ଓ ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଅବସରରେ ପିଆଇବି ହାଇଦ୍ରାବାଦର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୁତି ପାଟିଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସରକାରୀ ନୀତି ଓ ଜନସାଧାରଣଙ୍କ ସଚେତନତା ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାରେ ଏପରି ପ୍ରେସ୍ ଟୁର୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ସାମ୍ବାଦିକମାନେ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରି ତଥ୍ୟଭିତ୍ତିକ ଓ ପ୍ରଭାବଶାଳୀ ଖବର ପରିବେଷଣ କରିପାରିବେ ।
ଏଥିସହ ପଢ଼ନ୍ତୁ:କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି
ସେ ଆହୁରି କହିଥିଲେ ଯେ, ଭାରତ ସରକାର ଦକ୍ଷତା ବିକାଶ ଓ କ୍ଷମତା ବୃଦ୍ଧିକୁ ଗୁରୁତ୍ଵ ଦେଇ ରାଜ୍ୟମାନଙ୍କର ସମାବେଶୀ ବିକାଶ ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଲଙ୍ଗାନାରେ ବହୁ ସଂଖ୍ୟକ ଓଡ଼ିଆ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବାରୁ ଦୁଇ ଅଞ୍ଚଳ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଆହୁରି ସୁଦୃଢ଼ ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ ।
ଶ୍ରୀମତୀ ପାଟିଲ ସାମ୍ବାଦିକମାନଙ୍କୁ ବିବିଧ ଦୃଷ୍ଟିକୋଣରୁ ଖବର ପରିବେଷଣ କରିବାକୁ ଉତ୍ସାହିତ କରିଥିଲେ। ବିକାଶମୂଳକ ପ୍ରସଙ୍ଗ, ମାନବିକ ସମ୍ବେଦନା ଓ ତୃଣମୂଳ ସ୍ତରର ବାସ୍ତବତାକୁ ଖବର ପ୍ରସ୍ତୁତିରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଗସ୍ତ ସାମ୍ବାଦିକମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ସହ ସାମ୍ବାଦିକତା କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories