Videos
|
Odisha

Odisha Mobile Network / ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱର୍କ, ୩ ବର୍ଷରେ ପହଞ୍ଚିବ ହାଇସ୍ପିଡ୍ ଇଣ୍ଟରନେଟ୍

Bikash Mohanty
Browse all articles by Bikash Mohanty
·31 mins ago·2 min read
ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱର୍କ, ୩ ବର୍ଷରେ ପହଞ୍ଚିବ ହାଇସ୍ପିଡ୍ ଇଣ୍ଟରନେଟ୍
Mukesh Mahaling

Key Points

ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱର୍କ
୩ ବର୍ଷରେ ପହଞ୍ଚିବ ହାଇସ୍ପିଡ୍ ଇଣ୍ଟରନେଟ୍
ବିଧାନସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ୱର: ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ବଡ଼ ଖବର। ଏଣିକି ରାଜ୍ୟର ସବୁ ଗାଁରେ ମିଳିବ ମୋବାଇଲ ନେଟୱର୍କ ସୁବିଧା। ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତ୍ୟେକ ଗାଁକୁ ମୋବାଇଲ ନେଟୱର୍କ ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଆବଶ୍ୟକ ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା କରାଯିବ। ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

କେବଳ ମୋବାଇଲ ନେଟୱର୍କ ନୁହେଁ, ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଗାଁକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପହଞ୍ଚାଇବାକୁ ମଧ୍ୟ ଯୋଜନା ହୋଇଛି। ଏଥିପାଇଁ ଓଡ଼ିଶାରେ ଭାରତନେଟ୍ ଫେଜ୍-୩ କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୦୨୬ରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଏଥିପାଇଁ ମୋଟ ୩ ହଜାର ୩୮୪ କୋଟି ଟଙ୍କା ବ୍ୟୟ କରାଯିବ। ଅପ୍ଟିକାଲ ଫାଇବର ଏବଂ ଟପୋଲୋଜି ନେଟୱର୍କ ଜରିଆରେ ଗାଁ ଗାଁରେ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ କରାଯିବ।

ପଢନ୍ତୁ ଏହି ଖବର: ମହଙ୍ଗା ହେବ ସ୍ମାର୍ଟଫୋନ୍! ୩୦% ବଢ଼ିପାରେ ଦାମ୍, ଜାଣନ୍ତୁ କାହିଁକି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍ କାର୍ଯ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭାବେ କାର୍ଯ୍ୟ କରିବ। ଫଳରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ଅଧିକ ସୁଦୃଢ଼ ହେବା ସହ ଡିଜିଟାଲ ସେବାର ପରିସର ବୃଦ୍ଧି ପାଇବ।

ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ଓ ଇଣ୍ଟରନେଟ୍ ସୁବିଧାର ଅଭାବ ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସରକାରୀ ସେବା ପାଇବାରେ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗାଁର ଲୋକମାନେ ମଧ୍ୟ ସହଜରେ ଅନଲାଇନ୍ ସେବା, ଡିଜିଟାଲ ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହେବ।