Rain Alert / ଦୀପାବଳିରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
·7 months ago·2 min read

Key Points
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୧ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ଭୁବନେଶ୍ଵର: ଦେଶ ସହ ଓଡ଼ିଶାରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୧ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ଏଥିସହ ପଢ଼ନ୍ତୁ: ଘାଟିରେ କାଳ ହେଲା ଓଭରଟେକ୍; କାର୍ ଉପରେ ଓଲଟିଲା ଯାତ୍ରୀବାହୀ ବସ୍
ପାଣିପାଗ ବିଭାଗ ଅନୁସାରେ, ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ବାୟୁମଣ୍ଡଳର ୧.୫ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଅକ୍ଟୋବର ୨୧ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହା ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ପବନ ବହିବ । ୨୧ ଓ ୨୨ରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ସେହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ତେଣୁ ୨୧ ତାରିଖ ଅପରାହ୍ଣ ପରଠାରୁ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି ସେମାନେ ୨୧ ତାରିଖ ସୁଦ୍ଧା କୂଳକୁ ଫେରି ଆସିବା ଲାଗି ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
ଏଥିସହ ପଢ଼ନ୍ତୁ: ଶୀତର ନା ଗନ୍ଧ ନାହିଁ ! ଖାଲି ବର୍ଷା ତୁହାକୁ ତୁହା...
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏବେ ଓଡ଼ିଶାକୁ ଯଦିଓ ବଡ଼ ବର୍ଷା ବିପଦ ନାହିଁ ତଥାପି ବଜ୍ରପାତ ଲାଗି ରହିବ । ବଜ୍ରପାତ ଓ ଘଡ଼ିଘଡ଼ି ନେଇ ୧୯ ତାରିଖରେ ମାଲକାନଗିରି, ରାୟଗଡ଼଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି ।
ସେହିଭଳି ୨୦ ତାରିଖରେ ବଜ୍ରପାତ ନେଇ ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତିକୁ ଦିଆଯାଇଛି ୟେଲୋ ଆଲର୍ଟ । ୨୧ ତାରିଖରେ ଗଞ୍ଜାମ ଓ ଗଜପତିକୁ ୟେଲୋ ଆଲର୍ଟ ରହିଛି । ବାତ୍ୟା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଶଙ୍କା ନାହିଁ ।

ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ବାୟୁମଣ୍ଡଳର 1.5 କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ପ୍ରଭାବରେ 21 ଅକ୍ଟୋବର ବେଳକୁ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଉପରେ ଗୋଟିଏ ଲଘୁଚାପଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । pic.twitter.com/VkfQbEHQZV
— usd (@usd0705) October 18, 2025
ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହା ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ପବନ ବହିବ । ୨୧ ଓ ୨୨ରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ସେହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ତେଣୁ ୨୧ ତାରିଖ ଅପରାହ୍ଣ ପରଠାରୁ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି ସେମାନେ ୨୧ ତାରିଖ ସୁଦ୍ଧା କୂଳକୁ ଫେରି ଆସିବା ଲାଗି ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
ଏଥିସହ ପଢ଼ନ୍ତୁ: ଶୀତର ନା ଗନ୍ଧ ନାହିଁ ! ଖାଲି ବର୍ଷା ତୁହାକୁ ତୁହା...
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏବେ ଓଡ଼ିଶାକୁ ଯଦିଓ ବଡ଼ ବର୍ଷା ବିପଦ ନାହିଁ ତଥାପି ବଜ୍ରପାତ ଲାଗି ରହିବ । ବଜ୍ରପାତ ଓ ଘଡ଼ିଘଡ଼ି ନେଇ ୧୯ ତାରିଖରେ ମାଲକାନଗିରି, ରାୟଗଡ଼଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି ।
ସେହିଭଳି ୨୦ ତାରିଖରେ ବଜ୍ରପାତ ନେଇ ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତିକୁ ଦିଆଯାଇଛି ୟେଲୋ ଆଲର୍ଟ । ୨୧ ତାରିଖରେ ଗଞ୍ଜାମ ଓ ଗଜପତିକୁ ୟେଲୋ ଆଲର୍ଟ ରହିଛି । ବାତ୍ୟା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଶଙ୍କା ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories