IPS Officer Attacked / ସରକାରୀ ନିୟମ ନ ମାନି ଫୁଟାଉଥିଲେ ବାଣ; ନୟାସଡ଼କ ଅଞ୍ଚଳରୁ ୪ଜଣ ଗିରଫ
·1 hour ago·2 min read

Key Points
ମହିଳା IPS ଅଧିକାରୀଙ୍କ ସହ ଧସ୍ତାଧସ୍ତି ପଡ଼ିଲା ମହଙ୍ଗା
କଟକ ନୟାସଡ଼କ ଅଞ୍ଚଳର ଚାରିଜଣ ଯୁବକ ଗିରଫ
ସରକାରୀ ନିୟମ ନ ମାନି ଫୁଟାଉଥିଲେ ବାଣ
କଟକ ନୟାସଡ଼କ ଅଞ୍ଚଳର ଚାରିଜଣ ଯୁବକ ଗିରଫ
ସରକାରୀ ନିୟମ ନ ମାନି ଫୁଟାଉଥିଲେ ବାଣ
କଟକ: ଦୀପାବଳି ରାତିରେ ବାଣ ଫୁଟାଇବାକୁ ନେଇ ହଙ୍ଗାମା । କଟକ ନୟାସଡ଼କ ଅଞ୍ଚଳରେ ପୋଲିସ ସହ ସ୍ଥାନୀୟ ଯୁବକଙ୍କ ଧସ୍ତାଧସ୍ତି । ସ୍ଥିତି ଏମିତି ହେଲା କି ମହିଳା IPS ଅଧିକାରୀଙ୍କୁ ବି ଛାଡ଼ିଲେନି ଅଭିଯୁକ୍ତ । କଟକ ACP ଅନନ୍ୟା ଅୱସ୍ତି ବାଣ ଫୁଟାଇବାକୁ ବାରଣ କରିବାରୁ ତାଙ୍କୁ ବି ଗାଳିଗୁଲଜ କରିବା ସହ ତାଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଲାଲବାଗ ଥାନା ପୋଲିସ ମାମଲାରେ ୪ ଜଣଙ୍କୁ ଗିରଫ କରିଛି ।
ପଢନ୍ତୁ ଏହି ଖବର: ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା
- ସରକାରୀ କଟକଣାକୁ ମାନିଲେ ନାହିଁ
- ୪ଜଣଙ୍କୁ ଗିରଫ କଲା ପୋଲିସ
ପଢନ୍ତୁ ଏହି ଖବର: ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ସୁରକ୍ଷିତ ଦୀପାବଳି ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଦୀପାବଳିରେ ବାଣ ଫୁଟାଇବା ପରେ ସଂଧ୍ୟା ୭ଟାରୁ ରାତି ୯ଟା ଯାଏ କଟକଣା ଥିଲା । ଏପରିକି ଅଧିକ ଶବ୍ଦ କରୁଥିବା ବାଣ ମଧ୍ୟ ନ ଫୁଟାଇବା ଲାଗି ଲୋକଙ୍କୁ ସତର୍କ କରାଯାଇଥିଲା । ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସରକାର ଆଗୁଆ ଚେତାବନୀ ଦେଇଥିଲେ । ତଥାପି ସରକାରୀ କଟକଣାକୁ ଫୁ କରି ଅଭିଯୁକ୍ତମାନେ ବାଣ ଫୁଟାଇଥିଲେ ।
Related Topics
Explore more stories