Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି, ନ୍ୟୁ ଭୁବନେଶ୍ଵର ସିଟି ପାଇଁ ମାଷ୍ଟର ପ୍ଲାନ୍‌ ଉପରେ ବାଜିଛି ମୋହର

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି, ନ୍ୟୁ ଭୁବନେଶ୍ଵର ସିଟି ପାଇଁ ମାଷ୍ଟର ପ୍ଲାନ୍‌ ଉପରେ ବାଜିଛି ମୋହର

Key Points

ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବଙ୍କ ପ୍ରେସ୍‌ମିଟ୍ । ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରସ୍ତାବ ଉପରେ ମୋହର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତାବ ଉପରେ ମୋହର।

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ୨୬ତମ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରସ୍ତାବ ଉପରେ ମୋହର ବାଜିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି ।


ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କ୍ଷମତା ବୃଦ୍ଧି ପାଇଛି । ଏଣିକି ୧୦ ଲକ୍ଷ ଯାଏଁ ଅର୍ଥ ରାଶି ମଞ୍ଜୁର କରିପାରିବେ BDO । ପଞ୍ଚାୟତିରାଜ ବିଭାଗର ସହକାରୀ, କାର୍ଯ୍ୟନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ କ୍ଷମତା ମଧ୍ୟ ବୃଦ୍ଧି ପାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ଅନୁମୋଦନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ସହିତ ନ୍ୟୁ ଭୁବନେଶ୍ଵର ସିଟି ପାଇଁ ମାଷ୍ଟର ପ୍ଲାନ୍‌ ଉପରେ ମୋହର ବାଜିଛି । ବାଣିଜ୍ୟ ପରିବହନ ବିଭାଗର ଫାଇନକୁ କୋହଳ ପାଇଁ ନିଷ୍ପତ୍ତି ନିଆଯାଇଛି । ୨୦୨୦ରୁ ଆଜିଯାଏଁ ୩୧ ଲକ୍ଷ ଚାଲାଣ ବାକି ରହିଛି । ୬ ମାସ ପାଇଁ ରାଜ୍ୟରେ କୋହଳ ନିୟମ ଲାଗୁ ହେବ । ଫାଇନକୁ ୫୦% ନ ହେଲେ ଆଇନ ଅନୁସାରେ ସର୍ବନିମ୍ନ ଅର୍ଥ ନିଆଯିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Sponsored
Odisha Cabinet Approves Master Plan for New Bhubaneswar City | Argus News