Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଲ୍ୟାର୍ପଣ ପରେ ସାଧାରଣ ଲୋକଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମାଲ୍ୟାର୍ପଣ ପରେ ସାଧାରଣ ଲୋକଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମାଲ୍ୟାର୍ପଣ ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜେ ଯାଇ ଅଭିଯୋଗ ଶୁଣିଲେ। ବିଜୟ ଶଙ୍କର ଦାସ ନାମକ ପରିବହନ ବିଭାଗର ଜଣେ କର୍ମଚାରୀଙ୍କ ସହ କଥା ହେଲେ। ଶପଥ ନେବା ପୂର୍ବରୁ ଅଭିଯୋଗ ଶୁଣିଲେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ।  ୨୫ ବର୍ଷ ସରକାରରେ ଲୋକଙ୍କ ପେଟ ପୁରା ପୁରିନଥିଲା। ଏବେ ନୂଆ ସରକାରରେ ଲୋକ ଅଧା ପେଟ ନ ରହିବାର ପ୍ରତିଶ୍ରୁତି ଦେଲେ ଭାବି ମୁଖ୍ୟମନ୍ତ୍ରୀ। 

ଅଧିକ ପଢନ୍ତୁ : ଶପଥଗ୍ରହଣ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତେବେ ଶପଥଗ୍ରହଣ ସମାରୋହ ପୁର୍ବରୁ ଓଡିଶା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ମାଲ୍ୟାର୍ପଣ କରିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଆ ଅସ୍ମିତା ଓ ଓଡି଼ଶାର ପ୍ରଗତି ପାଇଁ ବହୁ ବରପୁତ୍ର ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି । ଏହି ପରିପେକ୍ଷିରେ ବରପୁତ୍ରଙ୍କୁ ସମ୍ମନ ଦେବା ସହ ତାଙ୍କ ଆଶ୍ରୀବାଦ ନେଲେ ମୋହନ। ଭୁବନେଶ୍ବରର ୯ଟି ବିଭିନ୍ନ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ‌ ମାଲ୍ୟାର୍ପଣ କରିବେ ମୋହନ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha new Chief Minister met common people | Argus News