Videos
|
Odisha

Next Odisha DGP / କିଏ ହେବେ ପୋଲିସ ବିଭାଗର ନୂଆ ମୁଖିଆ ? ୭ରେ ନୂଆ ଡିଜିପି ଚୟନ ବୈଠକ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
କିଏ ହେବେ ପୋଲିସ ବିଭାଗର ନୂଆ ମୁଖିଆ ? ୭ରେ ନୂଆ ଡିଜିପି ଚୟନ ବୈଠକ
Next Odisha DGP

Key Points

କିଏ ହେବେ ପୋଲିସ ବିଭାଗର ନୂଆ ମୁଖିଆ ?
୧୬ରେ ଅବସର ପାଇଁ ୱାଇ ବି ଖୁରାନିଆଙ୍କୁ ଅନୁମତି
ଚର୍ଚ୍ଚାରେ ସୁଧାଂଶୁ, କୋଚେ, ସୁଶାନ୍ତ ନାଥଙ୍କ ନାଁ
ଅଗଷ୍ଟ ୧୬ରେ ଅବସର ନେବେ ରାଜ୍ୟ ପୋଲିସ ଡିଜି ୱାଇ.ବି ଖୁରାନିଆ । ତାଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ସହ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏପଟେ ନୂଆ ପୋଲିସ ଡିଜି ଚୟନ ପାଇଁ ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେଣୁ ନୂଆ ପୋଲିସ ଡିଜି କିଏ ହେବ ତାକୁ ନେଇ ଚର୍ଚ୍ଚା ।

ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇବି ଖୁରାନିଆ । ଏଥିପାଇଁ ଅନୁମତି ଦେଇ ସାରିଛନ୍ତି ରାଜ୍ୟ ସରକାର । ତେବେ ତାଙ୍କ ସ୍ଥାନରେ କିଏ ନୂଆ ପୋଲିସ ଡିଜି ହେବେ ତାକୁ ନେଇ ଚର୍ଚ୍ଚା । ନୂଆ ପୋଲିସ ଡିଜି ଚୟନ ପାଇଁ ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସରକାର ପଠାଇ ଥିବା ୧୧ ନାଁକୁ ନେଇ ହେବ ଚର୍ଚ୍ଚା ଆଲୋଚନା । ବରିଷ୍ଠତା ଦୃଷ୍ଟିରୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଜେଲ ଡିଜି ସୁଶାନ୍ତ ନାଥ ଏବଂ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେଙ୍କ ନାଁ ପରବର୍ତ୍ତୀ ଡିଜିପି ପାଇଁ ଅଧିକ ଚର୍ଚ୍ଚାରେ ରହିଛି । ଏହି ୩ ଜଣ ବାଦ୍‌ ୟୁପିଏସସିକୁ ଆହୁରି ୮ ନାଁ ଗୃହ ବିଭାଗ ପଠାଇଥିବା ଜଣାପଡ଼ିଛି । ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା, ଯଶବନ୍ତ ଜେଠୱା, ୧୯୯୫ ବ୍ୟାଚର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍ ରଣପିସେ, ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନୀତା କାକରନ ନାଁ ପଠାଯାଇଛି । ଏମାନଙ୍କ ମଧ୍ୟରୁ ୩ ଆଇପିଏସ୍ ରିତୁ ଅରୋରା, ପିଏସ୍ ରଣପିସେ ଓ ସୁନୀତା କାକରନ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

ଯଦିଓ ୧୯୯୦ ବ୍ୟାଚର ଆଇପିଏସ ଅଫିସର ୱାଇ.ବି. ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲା, କିନ୍ତୁ ପୋଲିସ ଡିଜି ଭାବେ ୨ ବର୍ଷ କାର୍ଯ୍ୟକାଳ ପୂରଣର ପ୍ରାବଧାନ ପାଇଁ ତାଙ୍କୁ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅନୁମତି ଦେଇଥିଲେ ରାଜ୍ୟ ସରକାର । ତେବେ ନୂଆ ପୋଲିସ ଡିଜିଙ୍କୁ ଆଗରେ ରହିଛି ଅନେକ ଚାଲେଞ୍ଜ । ବଡ଼ ଚ୍ୟାଲେଞ୍ଜ ହେବ ପଞ୍ଚାୟତ ଏବଂ ପୌର ନିର୍ବାଚନ । ଏହା ସହ ଆଇନ ଶୃଙ୍ଖଳାରେ ସରକାରଙ୍କୁ ଛବି ସୁଧାରିବା ଦାୟିତ୍ୱ ମଧ୍ୟ ନୂଆ ଡିଜିଙ୍କ କାନ୍ଧରେ ଭାରି ପଡିପାରେ ।

ଆସନ୍ତା ୭ ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ପ୍ରଥମ ତଥା ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ କେଉଁ ୩ଟି ନାଁ ସୁପାରିଶ ହେଉଛି, ତା' ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored