Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odia Signboard Mandatory / ସରକାରୀ ନିର୍ଦ୍ଦେଶକୁ ନାହିଁ ଖାତିର, ସରକାରୀ ଅନୁଷ୍ଠାନରେ ଲାଗିନାହିଁ ଓଡ଼ିଆ ଫଳକ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ସରକାରୀ ନିର୍ଦ୍ଦେଶକୁ ନାହିଁ ଖାତିର, ସରକାରୀ ଅନୁଷ୍ଠାନରେ ଲାଗିନାହିଁ ଓଡ଼ିଆ ଫଳକ
Odia signboard mandatory

Key Points

ବ୍ୟବସାୟିକ ଅନୁଷ୍ଠାନରେ ବି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟ
ନିୟମ ନ ମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା
ଜରିମାନାର ପରିମାଣ ବୃଦ୍ଧି କଲେ କଲେ ସରକାର
ପୂର୍ବରୁ ଓଡ଼ିଆ ନାମ ଫଳକ ନେଇ ବାରମ୍ବାର ନିର୍ଦ୍ଦେଶନାମା ଜାରି ହୋଇଥିଲେ ବି ଏହାକୁ ମାନୁ ନାହାଁନ୍ତି ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ଅନୁଷ୍ଠାନ । ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ଲଗାଇବା ପାଇଁ ସଚେତନତା ପଦଯାତ୍ରା କରାଯାଇଛି । ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତା ମୂଳକ କରାଯାଇଛି । ଆଉ ନିୟମ ନ ମାନିଲେ ମୋଟା ଅଙ୍କର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତା ମୂଳକ । ଯଦି ନ ଲେଖିବେ ତେବେ ଆଇନର ଧାରା- ୩୫ ଅନୁଯାୟୀ ଦଣ୍ଡିତ ହେବେ । ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ନ ଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମ ଥର ନିୟମ ଉଲଂଘନ ପାଇଁ ଅତିକମ୍‌ରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଦ୍ବିତୀୟ କିମ୍ବା ପରବର୍ତ୍ତୀ ଉଲଂଘନ ପାଇଁ ଅତିକମ୍‌ରେ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏହି ନିୟମକୁ ପାଳନ କରିବା ସହ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ କରିବା ପାଇଁ ଆଜି ‘ଓଡ଼ିଆ ପକ୍ଷ ୨୦୨୬′ରେ ଓଡ଼ିଆ ନାମ ଫଳକ ଦିବସ ପାଳନ କରାଯାଉଛି ।

ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ନାମଫଳକ ଓଡ଼ିଆରେ ଲେଖିବାକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅପିଲ କରିଛନ୍ତି ।
ପୁରୀରେ ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ଲଗାଇବା ପାଇଁ ସଚେତନତା ପଦଯାତ୍ରା କରାଯାଇଛି । ବିଧାନସଭା ତଥ୍ୟ ଅନୁଯାୟୀ ୨୦୨୩ରୁ ୨୦୨୫ ମଧ୍ୟରେ ୮୭ ଜଣଙ୍କୁ ନୋଟିସ୍‌ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ କେସ୍‌ ଫାଇଲ ହୋଇଛି । ସେହିପରି ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ।

ପୂର୍ବରୁ ଓଡ଼ିଆ ନାମ ଫଳକ ନେଇ ବାରମ୍ବାର ନିର୍ଦ୍ଦେଶନାମା ଜାରି ହୋଇଥିଲେ ବି ଏହାକୁ ମାନୁ ନାହାଁନ୍ତି ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ଅନୁଷ୍ଠାନ । ଏବେ ଜରିମାନା ରାଶି ବଢାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ଏହାକୁ କେତେ ମାତ୍ରାରେ ପାଳନ କରାଯାଉଛି ତା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odia Signboards Mandatory in Odisha, Govt Warns of Heavy Fines | Argus News