Land Demarcation / ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନ୍ ଆବେଦନ, SMSରେ ଆସିବ ତାରିଖ
·7 months ago·2 min read

Key Points
ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ପ୍ରଥମେ ରାଜସ୍ଵ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ । ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ ।
ଭୁବନେଶ୍ଵର: ଜମି ଡିମାର୍କସେନ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ । କି ଦେବାକୁ ପଡ଼ିବନି କାହାକୁ ହାତଗୁଞ୍ଜା । ମାସ ମାସ ସମୟ ବି ଗଡ଼ିବନି । ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ ।
ସେହିଦିନ ତହସିଲ ଅଧିକାରୀ, ଅମିନ ଓ ପୋଲିସ ଆସି କରିବେ ଜମିର ଡିମାର୍କସେନ । ଏଥିପାଇଁ ପ୍ରଥମେ ରାଜସ୍ଵ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ । ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ ।
ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି' ଦେବାକୁ ପଡ଼ିବ । ଆବେଦନ ଦାଖଲ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରିବେ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ମେସେଜରେ ଆସିଯିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ ।
ଏଥିସହ ପଢ଼ନ୍ତୁ: ଦୀପାବଳିରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଗୋଠପାଟଣା ସ୍ଥିତ ରାଜସ୍ଵ ଅଧିକାରୀ ଟ୍ରେନିଂ ଇନଷ୍ଟିଚ୍ୟୁଟ ଠାରେ ୨ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀରେ ଜମି ଡିମାର୍କସେନ ପାଇଁ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ସମ୍ମିଲନୀରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ମାନେ ଯୋଗ ଦେଇଥିବା ବେଳେ ରାଜସ୍ଵ ମନ୍ତ୍ରୀ, ଅଧିକାରୀମାନଙ୍କୁ ଟାସ୍କ ଦେଇଛନ୍ତି ।
ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "କାର୍ଯ୍ୟ ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ଵ ଦିଅନ୍ତୁ । ରାଜସ୍ୱ ସେବାକୁ ଆଇନ୍ ଅନୁସାରେ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଦିଅନ୍ତୁ ପ୍ରାଥମିକତା । କାର୍ଯ୍ୟାଳୟକୁ ସମସ୍ୟା ନେଇ ଆସିଥିବା ହିତାଧିକାରୀ ଯେମିତି ମୁହଁ ଶୁଖେଇ ଘରକୁ ନ ଫେରୁ । ନ୍ୟାୟ ସଙ୍ଗତ ଉଦ୍ଦେଶ୍ୟରେ ଆସିଥିବା ଲୋକ ଯେମିତି ଖାଲି ହାତରେ ନଯାଉ ଏହାକୁ ଗୁରୁତର ସହ ନେଇ କାମ କରନ୍ତୁ ।"
ଏଥିସହ ମନ୍ତ୍ରୀ କହିଛନ୍ତି, "ରାଜସ୍ଵ ବିଭାଗରେ ସବୁଠୁ ବଡ଼ ସମସ୍ୟା ଜମି ସୀମା ନିର୍ଦ୍ଧାରଣ । ଏହି ବ୍ୟବସ୍ଥା ଅନଲାଇନରେ ଆରମ୍ଭ ହୋଇଛି । ଜମି ପଞ୍ଜିକରଣ ଭଳି ଜମି ସୀମା ନିର୍ଦ୍ଧାରଣ ପାଇଁ ସ୍ଲଟ୍ ବ୍ୟବସ୍ଥା କରାଯିବ । ରାଜସ୍ଵ ବିଭାଗ, ପୋଲିସ ମିଳିତ ଭାବେ ଅନୁଧ୍ୟାନ କରି ସମୟ ଓ ତାରିଖ ନିର୍ଦ୍ଧାରଣ କରିବେ ।"
ଏଥିସହ ପଢ଼ନ୍ତୁ: ଘାଟିରେ କାଳ ହେଲା ଓଭରଟେକ୍; କାର୍ ଉପରେ ଓଲଟିଲା ଯାତ୍ରୀବାହୀ ବସ୍
ରାଜସ୍ଵ ଅଧିକାରୀ ମାନେ ଜନ ସେବକ ଭାବେ କାମ କରନ୍ତୁ । ଭ୍ରମରେ ରୁହନ୍ତୁ ନାହିଁ ଯେ ଲୋକ କିଛି ଜାଣି ନାହାନ୍ତି ବୋଲି । ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ବେଳେ କ'ଣ ଅସୁବିଧା ହେଉଛି, ତାହା ବିଭାଗକୁ ଜଣାନ୍ତୁ । ଆଇନରୁ ବାହାରକୁ ଯାଇ କାମ କଲେ ଜେଲ୍ ପହଞ୍ଚିବାର ଇତିହାସ ମଧ୍ୟ ଅଛି ବୋଲି ଚେତାଇ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । ଏଭଳି କହି ଅସାଧୁ ଅଧିକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ମଧ୍ୟ ତାଗିଦ କରିଛନ୍ତି । କହିଛନ୍ତି, "ମୁହଁ ନ ଦେଖି ସେବା ଦିଅ । ଆଇନ୍ ସମସ୍ତଙ୍କ ପାଇଁ ସମାନ । ଆଇନ୍ ସ୍ଵଚ୍ଛତାର ସହ ପାଳନ ହେବା ଦରକାର । ସରକାରଙ୍କ ଆଭିମୁଖ୍ୟ ପୁରା ସ୍ପଷ୍ଟ, ସ୍ୱଚ୍ଛ, ପକ୍ଷପାତ ନ କରି ଲୋକଙ୍କୁ ସେବା ଦିଅ । ରାଜସ୍ଵ ସେବା ପାଇଁ ଯଦି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଲୋକେ ଆସୁଛନ୍ତି, ତାହେଲେ ଆପଣ ଗ୍ରାଉଣ୍ଡରେ ସେବା ଦେବାରେ ଆପଣ ବିଫଳ ହୋଇଛନ୍ତି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories