Panchayat By Poll / ପୂରଣ ହେବ ଖାଲି ପଡ଼ିଥିବା ଜିଲ୍ଲା ପରିଷଦ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ପଦ
·6 months ago·2 min read

Key Points
ରାଜ୍ୟରେ ପଞ୍ଚାୟତ ଉପନିର୍ବାଚନ ହେବ । ଏନେଇ ଗୃହରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ।
ଭୁବନେଶ୍ଵର: ରାଜ୍ୟରେ ହେବ ପଞ୍ଚାୟତ ଉପ ନିର୍ବାଚନ । ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ବିଧାନସଭାରେ ପଞ୍ଚାୟତ ଉପ ନିର୍ବାଚନ ନେଇ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଏଭଳି ଲିଖିତ ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପଚାରିଥିଲେ, "ରାଜ୍ୟରେ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ମୃତ୍ୟୁ ପାଇ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ମୃତ୍ୟୁଜନିତ ଶୂନ୍ୟସ୍ଥାନ ପୂରଣ ପାଇଁ ବିଧିବଦ୍ଧ ପଦକ୍ଷେପ ନେଇ ଚଳିତ ବର୍ଷ ନିର୍ବାଚନ କରାଇବେ କି ?"
ଏଥିସହ ପଢ଼ନ୍ତୁ: ଜୁନ୍ ସୁଦ୍ଧା ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ
ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନଙ୍କ ମୃତ୍ୟୁଜନିତ ଖାଲି ଥିବା ପଦବୀ ଗୁଡ଼ିକୁ ଚଳିତ ବର୍ଷ ନିର୍ବାଚନ କରାଇ ପୂରଣ କରିବା ନିମନ୍ତେ ବିହିତ ପଦକ୍ଷେପ ନିଆଯାଉଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରେ ଗୃହ ବାହାରେ ବିଧାନସଭା ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, "ପଞ୍ଚାୟତ ଉପ ନିର୍ବାଚନ ନିଷ୍ପତ୍ତି ରାଜ୍ୟ ନିର୍ବାଚନ ଆୟୋଗ ନେବେ । ନିଷ୍ପତ୍ତି ନେବା ପରେ ସରକାର କୌଣସି ଅବହେଳା କରିବେ ନାହିଁ ଉପନିର୍ବାଚନ ପାଇଁ ।"
ଏବେ ବି ସମୟ ଅଛି, କେତେବେଳେ ବି ଉପ ନିର୍ବାଚନ ପାଇଁ ଏସଓପି ଜାରି ହୋଇପାରେ । ବର୍ତ୍ତମାନ ନିର୍ଦ୍ଦିଷ୍ଟ ତାରିଖ କହି ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ଏଥିସହ ପଢ଼ନ୍ତୁ: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି; ସାଂସଦ, ବିଧାୟକଙ୍କୁ ଦିଆଗଲା ସ୍ୱତନ୍ତ୍ର ଟ୍ୟାକ୍ସ
ସେପଟେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାକ୍ ପ୍ରସ୍ତୁତି । ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ । ପଞ୍ଚାୟତିରାଜ ବିଭାଗ ଏ ନେଇ କାମ ଆରମ୍ଭ କରିଛି । ଜନଗଣନା ସରିବା ପରେ ଚୂଡ଼ାନ୍ତ ଭାବେ ତଥ୍ୟ ପ୍ରଦାନ କରାଯିବ।
ପଞ୍ଚାୟତ ପୁନର୍ଗଠନ ଆବଶ୍ୟକ ଅଛି । ବର୍ତ୍ତମାନ ଏହି ପ୍ରକ୍ରିୟା ସ୍ଥଗିତ ଅଛି । ନୂଆ ଜନଗଣନା ପରେ ପଞ୍ଚାୟତ ପୁନର୍ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବ । ୨ ଥର ବିଭାଗର ବୈଠକ ସରିଛି । ବିଭିନ୍ନ ଅଭିଯୋଗ ପତ୍ର ଆସୁଛି । ନିଜ ଅଞ୍ଚଳର ସୀମା ନିର୍ଦ୍ଧାରଣ କରି ପ୍ରସ୍ତାବ ଦେଉଛନ୍ତି । ଏହାକୁ ବିଚାରକୁ ନିଆଯିବ ବୋଲି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

Related Topics
Explore more stories