UP Minister OP Rajbhar / ୧୮ ପ୍ରତିଶତ ଭୋଟ୍ ପାଇଁ ଏତେ ଭୟଭୀତ କାହିଁକି? ଅଖିଳେଶଙ୍କୁ ରାଜଭରଙ୍କ କଟାକ୍ଷ
·53 mins ago·2 min read

Key Points
ମନ୍ତ୍ରୀ ଓପି ରାଜଭର, ଅଖିଳେଶ ଯାଦବଙ୍କୁ ପଚାରିଥିଲେ, "ମହାରାଜ ଆପଣ ନିଜକୁ ଯଦୁବଂଶୀ କିପରି କହୁଛନ୍ତି? ଆପଣ ଭୋଟବ୍ୟାଙ୍କ ପାଇଁ ଏତେ ଭୟ କରୁଛନ୍ତି ଯେ ଆପଣ ଖୋଲାଖୋଲି ଭାବରେ ଆପଣଙ୍କ ଭଗବାନଙ୍କ ନାମ ମଧ୍ୟ ନେଇପାରିବେ ନାହିଁ କିମ୍ବା ତାଙ୍କୁ ଦର୍ଶନ କରିପାରିବ ନାହିଁ କିମ୍ବା ତାଙ୍କ ଜନ୍ମସ୍ଥାନକୁ ଯାଇପାରିବେ ନାହିଁ"
OP Rajbhar vs Akhilesh Yadav: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଥିବା ରାଜନୈତିକ ବୟାନବାଜିକୁ ନେଇ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏହିକ୍ରମରେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଓମ ପ୍ରକାଶ ରାଜଭର ପୁଣି ଥରେ ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତିଷ। ଜନ୍ମାଷ୍ଟମୀ ଅବସରରେ ଅଖିଳେଶ ଯାଦବଙ୍କ ଏକ କଥିତ ସାକ୍ଷାତକାରକୁ ଉଦ୍ଧୃତ କରି ମନ୍ତ୍ରୀ ରାଜଭର ପ୍ରଶ୍ନ କରିଛନ୍ତି, ସେ ନିଜକୁ ଯଦୁବଂଶୀ ବୋଲି କହୁଛନ୍ତି, ହେଲେ ପ୍ରଭୁ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ନାମ ତୁଣ୍ଡରେ ନେଉନାହାଁନ୍ତି।
'ଅତିକମରେ ଭଗବାନ ଶ୍ରୀକୃଷ୍ଣଙ୍କର ହୁଅ'
ମନ୍ତ୍ରୀ ଓପି ରାଜଭର, ସପା ମୁଖିଆଙ୍କୁ କଟାକ୍ଷ କରି କହିଥିଲେ, "ଅତିକମରେ ଭଗବାନ ଶ୍ରୀକୃଷ୍ଣଙ୍କର ହୁଅରେ ଭାଇ।" ମନ୍ତ୍ରୀ ଏକ X ପୋଷ୍ଟ ସେୟାର କରି କହିଥିଲେ, "ଅଖିଳେଶ ଜୀ, ଅତି କମରେ ଭଗବାନ ଶ୍ରୀକୃଷ୍ଣଙ୍କର ହୁଅ, ଭାଇ। " ମୁଁ ଆପଣଙ୍କର ଗୋଟିଏ ସାକ୍ଷାତକାର ଦେଖିଲି। ସାମ୍ବାଦିକ ଜଣକ ସିଧା ସଳଖ ପ୍ରଶ୍ନ ପଚାରିଥିଲେ, ଜୟ ଶ୍ରୀରାମ କହିବେ ନାଁ ଜୟ ଶ୍ରୀକୃଷ୍ଣ କହିବେ? ଏହି ପ୍ରଶ୍ନ ସ୍ପଷ୍ଟ ଥିଲା, ହେଲେ ହଠାତ ଆପଣ ପ୍ରସଙ୍ଗ ବଦଳାଇ ଦେଲେ। ହେଲେ ଆପଣ ଥରେ ହେଲେ ମଧ୍ୟ ଗଣମାଧ୍ୟମରେ ଜୟ ଶ୍ରୀରାମ କିମ୍ବା ଜୟ ଶ୍ରୀକୃଷ୍ଣ କହିବାର ସାହସ ଜୁଟାଇ ପାରିଲେ ନାହିଁ।
ଏହା ସହ ପଢନ୍ତୁ: 'ଚାରେଣି ଛାଡ଼; ଆପଣ ଗୋଟିଏ ଅଣାର ନେତା ହୋଇପାରିବେ ନାହିଁ'
ଭୋଟ ବ୍ୟାଙ୍କ ପାଇଁ କାହିଁକି ଲାଗୁଛି ଏତେ ଡର?
ମନ୍ତ୍ରୀ ଓପି ରାଜଭର, ଅଖିଳେଶ ଯାଦବଙ୍କୁ ପଚାରିଥିଲେ, "ଆପଣ ନିଜକୁ ଯଦୁବଂଶୀ ବୋଲି କିପରି କହୁଛନ୍ତି ମହାରାଜ? ଆପଣ କ'ଣ ୧୮ ପ୍ରତିଶତ ଭୋଟ୍ ବ୍ୟାଙ୍କ ପାଇଁ ଏତେ ଭୟ କରୁଛ ଯେ ଆପଣ ଖୋଲାଖୋଲି ଭାବରେ ନିଜର ଭଗବାନଙ୍କ ନାମ ମଧ୍ୟ ତୁଣ୍ଡରେ ନେଇପାରିବେ ନାହିଁ? ଆପଣ କ'ଣ ତାଙ୍କ ଜନ୍ମସ୍ଥାନ ମଧ୍ୟ ଯାଇପାରିବେ ନାହିଁ? ଯଦି ଏହା ଜାରି ରହେ, ତାହେଲେ ଆପଣଙ୍କର ନିଜ ସମ୍ପ୍ରଦାୟ ମଧ୍ୟ ଦିନେ ପ୍ରଶ୍ନ କରିବ ଯେ ଆପଣ ପ୍ରକୃତରେ କ'ଣ ଯଦୁବଂଶୀ ନା ନାହିଁ।"
ମନ୍ତ୍ରୀ ରାଜଭର ଆହୁରି କହିଥିଲେ, "ସତ କଥା ହେଉଛି ଆପଣଙ୍କର ମନ କେବଳ ଗୋଟିଏ କଥା ଉପରେ କେନ୍ଦ୍ରୀତ। ସେଥିପାଇଁ ଆପଣ ଖୋଲାଖୋଲି ଭାବରେ ଇସଲାମ ଧର୍ମର ପ୍ରତିଷ୍ଠାତା ପୈଗମ୍ବରଙ୍କ ଜନ୍ମବାର୍ଷିକୀ ଅବସରରେ ଲକ୍ଷ୍ନୌ ଠାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମର ସଫଳତା ପାଇଁ କାମନା କରୁଛନ୍ତି ଏବଂ ଟୋପି ମଧ୍ୟ ପିନ୍ଧୁଛନ୍ତି।" ସତ କଥା ହେଉଛି "ନା ଆପଣ ରାମଙ୍କର, ନା କୃଷ୍ଣଙ୍କର, ନା ଯଦୁବଂଶୀଙ୍କର। ହେ ମହାରାଜ, ଅତି କମରେ କାହାର ସମ୍ପର୍କୀୟ ହୁଅ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନ୍ତ୍ରୀ ରାଜଭର, ସପା ମୁଖିଆଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ବହୁତ ବହୁତ ଶୁଭକାମନା ଜଣାଇଥିଲେ। ଆଉ କହିଥିଲେ ଯେ ମୁଁ ଆଶା କରୁଛି ଯେ କେବେ ଆପଣଙ୍କ ବିବେକ ଜାଗ୍ରତ ହେବ ଏବଂ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ଏକ ଭବ୍ୟ ମନ୍ଦିର କରିବା ପାଇଁ ହେଉଥିବା ଦାବିକୁ ସମର୍ଥନ କରିବ। ଏହା କେବଳ ସେତେବେଳେ ଘଟିବ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆପଣକୁ ଆଶୀର୍ବାଦ କରିବେ।"
Related Topics
Explore more stories