Videos
|
Odisha

Odisha Politics / "ବୁଥ ସ୍ତରକୁ ଯାଅନ୍ତୁ, ସଂଗଠନ ଅଧିକ ଆହୁରି ସୁଦୃଢ କରନ୍ତୁ"

Sushanta Sahoo
Browse all articles by Sushanta Sahoo
·1 hour ago·2 min read
"ବୁଥ ସ୍ତରକୁ ଯାଅନ୍ତୁ,  ସଂଗଠନ ଅଧିକ ଆହୁରି ସୁଦୃଢ କରନ୍ତୁ"
BJP Tells Leaders to Strengthen Booth-Level Organisation

Key Points

ଗୋଟିଏ ପଟେ ରୁଦ୍ଧଦ୍ୱାର ବୈଠକରେ ବାଜିମାତ୍ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି ଶାସକ ବିଜେପି ତ ଆଉ ଗୋଟିଏ ପଟେ ମୈଦାନକୁ ଓହ୍ଲାଇବାକୁ ସଜବାଜ ହେଲେଣି ବିଜେଡି ଓ କଂଗ୍ରେସ।
ଭୁବନେଶ୍ଵର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଗୋଟିଏ ପଟେ ରୁଦ୍ଧଦ୍ୱାର ବୈଠକରେ ବାଜିମାତ୍ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି ଶାସକ ବିଜେପି ତ ଆଉ ଗୋଟିଏ ପଟେ ମୈଦାନକୁ ଓହ୍ଲାଇବାକୁ ସଜବାଜ ହେଲେଣି ବିଜେଡି ଓ କଂଗ୍ରେସ।

ଅପରପକ୍ଷରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । କାହା ପାଇଁ ବାଜି ହେବ କଠିନ ? କିଏ ମାରିବ ସରପଞ୍ଚରୁ ମେୟର ଆସନ ?

ଏଥିସହ ପଢ଼ନ୍ତୁ: ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନେତାଙ୍କୁ ନୂଆ ପ୍ରଭାରୀଙ୍କ ନୂଆ ଟାସ୍କ 

"ପଞ୍ଚାୟତ ଓ ପୌର ନିର୍ବାଚନକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ବୁଥ ସ୍ତରକୁ ଯାଅନ୍ତୁ, ସଂଗଠନ ଅଧିକ ଆହୁରି ସୁଦୃଢ କରନ୍ତୁ ।" ଗତକାଲି ବସିଥିବା ବିଜେପିର ଶୀର୍ଷ ନେତୃତ୍ୱଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ, ବିଧାୟକଙ୍କ ସହ ଜିଲ୍ଲା ସଭାପତିଙ୍କୁ ଏଭଳି କଡ଼ା ପରାମର୍ଶ ଦେଇଛନ୍ତି ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଦିନତମାମ ଚାଲିଥିବା ଏହି ରୁଦ୍ଧଦ୍ୱାର ବୈଠକରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ହୋଇଥିଲା ସବୁଠୁ ଅଧିକ ଆଲୋଚନା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟରେ ଶାସନ ଭାର ସମ୍ଭାଳିଥିଲେ ବି ଦଳ ଆଗକୁ କିଭଳି ନିଜର ଦୁର୍ଗ ଆହୁରି ମଜଭୂତ କରିବ ଏବଂ ଭୋଟ୍ ବାକ୍ସରେ ବିଜୟର ଧ୍ୱଜା ଉଡ଼ାଇବ, ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

ଶାସନ ଗାଦିରୁ ଓହ୍ଲାଇବା ପରେ ଚଳିତ ଥର ନୂଆ ସରକାର ବିରୋଧରେ ନିର୍ବାଚନୀ ଲଢ଼େଇ ଲଢ଼ିବା ବିଜେଡି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ବିଭିନ୍ନ ଜିଲ୍ଲାରେ କମିଟି ଗଠନ କରି ଦଳୀୟ ସଂଗଠନକୁ ପୁଣି ଥରେ କ୍ରିୟାଶୀଳ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛି ବିଜେଡି ।

ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସୁଥିବା କର୍ମୀଙ୍କୁ ଭେଟିବା ବେଳେ ପଞ୍ଚାୟତ ବାଜି ପାଇଁ ଅଧିକ ଗ୍ରାଉଣ୍ଡ୍ ୱାର୍କ କରିବାକୁ ଟିପ୍ସ ଦେଉଛନ୍ତି ବିଜେଡି ସୁପ୍ରିମୋ । ସେପଟେ କଂଗ୍ରେସ ବି ପଛରେ ପଡ଼ିନି। ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାୱାରୀ ବରିଷ୍ଠ ନେତାଙ୍କୁ ଗୁରୁଦାୟିତ୍ୱ ଦେବା ସହ ଗୋଟିଏ ମାସରେ ୧୫ରୁ ୨୦ ଦିନ ଗ୍ରାଉଣ୍ଡରେ ରହି କର୍ମୀଙ୍କ ସହ ଯୋଡ଼ିହେବାକୁ ଦେଇଛି ସ୍ୱେଶାଲ ଟାସ୍କ ।

ଏଥିସହ ପଢ଼ନ୍ତୁ: ବିଜେଡି ସରକାର ସମୟରେ ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେବା ପଛର ରହସ୍ୟ କ’ଣ ?: ଧର୍ମେନ୍ଦ୍ର ପ୍ରଧାନ 

ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ସରିବା ପରେ ଜୁନ୍‌ରେ ହୋଇପାରେ ପୌର ନିର୍ବାଚନ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ବି ବେଶ୍ ଜୋରଦାର ।  ପଞ୍ଚାୟତ ଭୋଟ୍ ନେଇ ଜିଲ୍ଲାପାଳମାନଙ୍କ ସହ ଗୋଟିଏ ପର୍ଯ୍ୟାୟ ଆଲୋଚନା ସରିଥିବା ବେଳେ BDO, ପୌର ପ୍ରଶାସନର ଅଧିକାରୀ ଏବଂ BLO ମାନଙ୍କୁ ଡୋର୍-ଟୁ-ଡୋର୍ ସର୍ଭେ ପାଇଁ ତାଲିମ ବି ଦିଆସରିଛି ।

ଏବେ ଦେଖିବାକୁ ବାକି ରହିଲା, ଏହି ନିର୍ବାଚନୀ ମହାଲଢ଼େଇରେ କାହା ରଣନୀତି କାମ ଦେଉଛି ଆଉ କାହାକୁ ମିଳୁଛି ଜନତାଙ୍କ ଜନାଦେଶ ।