Videos
|
Politics

Odisha Politics / ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନେତାଙ୍କୁ ନୂଆ ପ୍ରଭାରୀଙ୍କ ନୂଆ ଟାସ୍କ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନେତାଙ୍କୁ ନୂଆ ପ୍ରଭାରୀଙ୍କ ନୂଆ ଟାସ୍କ
Odisha BJP New Incharge Sets Election Tasks for Leade

Key Points

ଗ୍ରାଉଣ୍ଡ ଜିରୋକୁ ଯିବା ପାଇଁ ରାଜ୍ୟ ବିଜେପି ନେତାଙ୍କୁ ମନ୍ତ୍ର
ପଞ୍ଚାୟତ ନିର୍ବାଚନ ଜିତିବାକୁ ଦେଖାଇବାକୁ ପଡିବ ପର୍ଫରମାନ୍ସ
ଗ୍ରାଉଣ୍ଡରେ ବଢ଼ାଅ ପ୍ରଚାର, କେଉଁଠି କମି ରହୁଛି ସେଇଠି କର ଫୋକସ୍
ଭୁବନେଶ୍ଵର: ଦାୟିତ୍ଵ ମିଳିଲା, ରାଜ୍ୟରେ ପହଞ୍ଚୁ ପହଞ୍ଚୁ ଆରମ୍ଭ କରିଦେଲେ ସଂଗଠନ ମଜଭୁତ ପାଇଁ ଅଙ୍କକଷା । ଭୁବନେଶ୍ଵରରେ ପହଞ୍ଚି କାମ ଆରମ୍ଭ କଲେ ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ ଏବଂ ସହ ପ୍ରଭାରୀ ସ୍ଵଦେଶ ସିଂ । ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ଭର୍ଦ୍ଧନା ପରେ ବିଜେପି କାର୍ଯ୍ୟାଳୟରେ ନେଇଥିଲେ ପଦାଧିକାରୀ ବୈଠକ ।

ବୈଠକରେ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା ସହ ଆଗକୁ ଦଳ ହାତକୁ ନେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଟିପ୍ସ ଦେଇଥିଲେ ପୁରନ୍ଦେଶ୍ଵରୀ । ଆଜି ମନ୍ତ୍ରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଆସନ୍ତାକାଲି ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ କରିବେ । ତେବେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନେତାଙ୍କୁ ନୂଆ ଟାସ୍କ ଦେଇଛନ୍ତି ନୂଆ ପ୍ରଭାରୀ ।

ଏଥିସହ ପଢ଼ନ୍ତୁ: ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜନୀତି ସରଗରମ…ମଇଦାନରେ ବିଜେପି-ବିଜେଡି-କଂଗ୍ରେସର କାର୍ଯ୍ୟକ୍ରମ 

ଓଡ଼ିଶା ପ୍ରଭାରୀ ଭାବେ ପୁଣି ଦାୟିତ୍ଵ ମିଳିବା ପରେ ନବ ନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀଙ୍କ ଅଙ୍କକଷା । ଭୁବନେଶ୍ଵରରେ ସହ ପ୍ରଭାରୀ ସ୍ଵଦେଶ ସିଂଙ୍କ ସହ ପହଞ୍ଚିବା ପରେ କରିଥିଲେ ମାନସ ମନ୍ଥନ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ନେଇଛନ୍ତି ପ୍ରଥମ ବୈଠକ । ରାଜ୍ୟ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କ ସହ ସାଙ୍ଗଠନିକ ସ୍ଥିତି ବାବଦରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଦେଇଥିଲେ ଗୁରୁ ମନ୍ତ୍ର । ସାଧାରଣ ନିର୍ବାଚନରେ ବିଜେଡି ବିଫଳତା ଥିଲା ବିଜେପିର ମୁଖ୍ୟ ଅସ୍ତ୍ର । ହେଲେ ପଞ୍ଚାୟତ ନିର୍ବାଚନରେ ରଣନୀତି ବଦଳାଇବାକୁ ପଡ଼ିବ । ଆଗାମୀ ନିର୍ବାଚନରେ ପ୍ରଦର୍ଶନ ଦେଖାଇବାକୁ ପଡ଼ିବ । ସରକାର ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାର ଅଧିକ ପ୍ରଚାର ପ୍ରସାର କରିବାକୁ ହେବ ବୋଲି ମନ୍ତ୍ର ଦେଇଛନ୍ତି ନୂଆ ପ୍ରଭାରୀ ।

କେବଳ ସେତିକି ନୁହେଁ ରାଜ୍ୟରେ କେଉଁ ନେତାଙ୍କୁ କେଉଁ ଦାୟିତ୍ଵ ଦିଆଯାଇଛି ସେନେଇ ମଧ୍ୟ ଅବଗତ ହୋଇଛନ୍ତି ପ୍ରଭାରୀ । ସେବା ସଙ୍କଳ୍ପ ଅଭିଯାନ କେମିତି ଚାଲିଛି, ୭ ତାରିଖରେ ମୋଦିଙ୍କ ସୁଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ସେବା ଜ୍ୟୋତି କାର୍ଯ୍ୟକ୍ରମ କେମିତି ସଫଳତାର ସହ ଆୟୋଜନ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଭିତ୍ତିଭୂମି ପାଇଁ ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା…କିନ୍ତୁ ଭିତରେ ଚାଲିଥିଲା ଖୋଳ କରିବାର ଖେଳ 

ନିଜ ରାଜ୍ୟ ଆନ୍ଧ୍ର ମଡେଲରେ ନେତାଙ୍କୁ କାମ ବାଣ୍ଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ପୁରନ୍ଦେଶ୍ଵରୀ । ସଙ୍ଗଠନ କମ୍ ଥାଇ କିଭଳି ସମସ୍ତ ଲୋକଙ୍କ ପାଖରେ ପହଞ୍ଚି ହେବ, ସବୁଦିନ କାର୍ଯ୍ୟକ୍ରମ ହୋଇପାରିବ ସେ ନେଇ ଦେଇଥିଲେ ଟିପ୍ସ । ଏହା ସହ ନିଜେ ରାଜ୍ୟର ଗ୍ରାଉଣ୍ଡ ଜିରୋକୁ ଯାଇ ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସହ-ପ୍ରଭାରୀ ସ୍ଵଦେଶ ସିଂ ।

ବୈଠକ ବାଦ୍ ଆଙ୍ଗନ କା ମିଲନ କାର୍ଯ୍ୟକ୍ରମରେ ୟୁନିଟ ୧ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଛୋଟ ପିଲା, ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଡି. ପୁରନ୍ଦେଶ୍ଵରୀ ।