Panchayat Election 2027 / ଏପ୍ରିଲ କିମ୍ବା ମେ'ରେ ପଞ୍ଚାୟତ ଏବଂ ପୌର ନିର୍ବାଚନ, ମାର୍ଚ୍ଚରେ ହେବ ନୋଟିଫିକେସନ୍
·2 hours ago·2 min read

Key Points
ଏପ୍ରିଲ କିମ୍ବା ମେ ରେ ପୌର ନିର୍ବାଚନ
ପୌର ନିର୍ବାଚନ କସରତ
ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୌରାଞ୍ଚଳ ପାଇଁ ୧୨ ହଜାର ଇଭିଏମ, ଆଉ ୬ ହଜାର ନୂଆ ଇଭିଏମ ଆବଶ୍ୟକ ରହିଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ । ଏନଏସିରେ ଗୋଟେ ୱାର୍ଡକୁ ଗୋଟେ ବୁଥ ହେବ। ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ହେବ। ଏପ୍ରିଲ କିମ୍ବା ମେ ରେ ପାଖାପାଖି ସମୟରେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ କରାଯିବ ।
ସେହିପରି ଅକ୍ଟୋବର ମାସରୁ ଇଲେକ୍ଟ୍ରିକାଲ ରୋଲ୍ ଆରମ୍ଭ ହେବ । ସମୁଦାୟ ୧୪୩ ପୌର, ଏନଏସି ଏବଂ ମ୍ୟୁନିସିପାଲ କର୍ପୋରେସନ ପାଇଁ ନିର୍ବାଚନ ହେବ । ସମ୍ବଲପୁର ମହାନଗର ପାଇଁ ଯେଉଁ ସମସ୍ୟା ନେଇ ହାଇକୋର୍ଟରେ କେସ୍ ଚାଲିଥିଲା, ତା'ର ସମାଧାନ ହୋଇସାରିଛି । ତା ପରେ ଅର୍ଡର ବି ବାହାରି ସାରିଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶ କହିଛନ୍ତି ।
ସେପଟେ ଆସନ୍ତା ୨୦୨୭ ଏପ୍ରିଲ-ମେ’ ମାସରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ଏବଂ ଜୁନ୍ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୱାର୍ଡ ଗଡ଼ବଡ଼ ଏଡ଼ାଇବାକୁ ପ୍ରଥମ ଥର ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଥିଲେ । ଗୋଟିଏ ୱାର୍ଡର ସମସ୍ତ ଭୋଟର ଯେମିତି ନିଜ ୱାର୍ଡ ବା ବୁଥରେ ଭୋଟ୍ ଦେବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ସେପ୍ଟେମ୍ବରରେ SIR ପ୍ରକ୍ରିୟା ସରିବା ପରେ, ଅକ୍ଟୋବରରେ ସର୍ଭେ ଆରମ୍ଭ କରିବେ ରାଜ୍ୟ ନିର୍ବାଚନ କମିଶନ୍ ।
ଏହାରି ଭିତରେ RDC ଓ ଜିଲ୍ଲାପାଳମାନଙ୍କ ସହ ବୈଠକ କରିସାରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଆଗାମୀ ୨୧ ତାରିଖରେ ରୁଟିନ୍ ବୈଠକ ହେବ । ଏଥିସହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରଛି । ବିଭିନ୍ନ ପ୍ରକାରର ବାଲାଟ୍ ପେପର ମୁଦ୍ରଣ ପାଇଁ ସରକାରୀ ମୁଦ୍ରଣ ସଂସ୍ଥାକୁ ମଧ୍ୟ ଚିଠି ଲେଖା ସରିଛି । ୨୦୨୨ରେ ୭୬୬ ଜିଲ୍ଲା ପରିଷଦ ଆସନ ଜିତି ଏକପାଖିଆ ଭାବେ ସମସ୍ତ ଜିଲ୍ଲା ପରିଷଦ ଦଖଲ କରିଥିଲା ବିଜେଡି । ହେଲେ ୨୦୨୪ ସାଧାରଣ ନିର୍ବାଚନ ପରେ ବଦଳିଛି ପଞ୍ଚାୟତ ସମୀକରଣ । ୨୦ରୁ ଅଧିକ ବ୍ଲକ ଚେୟାରମ୍ୟାନ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସହ ଶହଶହ ପଞ୍ଚାୟତ ପ୍ରତିନିଧି ବିଜେପିରେ ଯୋଗ ଦେଇସାରିଲେଣି । ଆହୁରି କିଛି ଏବେ ବିଜେପି ମୁହାଁ ବୋଲି ଦାବି ହେଉଛି । ଏଭଳି ସ୍ଥିତିରେ ଗ୍ରାଉଣ୍ଡ ଲେବୁଲରେ ଶାସକ ଦଳ ସହ ମୁକାବିଲା କରିବା ବିରୋଧୀ ବିଜେଡି ଓ କଂଗ୍ରେସ ପାଇଁ ମୁସ୍କିଲ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories