Panchayat Peon / ରାଜ୍ୟର ପ୍ରତି ପଞ୍ଚାୟତରେ ପିଅନ ନିଯୁକ୍ତି ନେଇ ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ ଦରମା କେତେ ?
·7 months ago·2 min read

Key Points
ପଞ୍ଚାୟତରେ ମିଳିବ ନିଯୁକ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ଦିଆଯିବ ପିଅନଙ୍କୁ ନିଯୁକ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଭୁବନେଶ୍ଵର: ଗାଁକୁ ସରକାରଙ୍କ ଗୁରୁତ୍ଵ । ପଞ୍ଚାୟତରେ ମିଳିବ ନିଯୁକ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ଦିଆଯିବ ପିଅନଙ୍କୁ ନିଯୁକ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଓଡ଼ିଶାର ୩୦ ଜିଲ୍ଲା ୩୧୪ ବ୍ଲକରେ ମୋଟ ୬ ହଜାର ୭୯୪ ପଞ୍ଚାୟତ ରହିଛି । ସରକାରୀ ଚିଠି ଅନୁସାରେ, ରାଜ୍ୟର ସମସ୍ତ ପଞ୍ଚାୟତରେ ସୃଷ୍ଟି ହେବ ପିଅନ ପଦବୀ । ଏହି ପଦବୀର ନାଁ ରହିବ ଗ୍ରାମ ପଞ୍ଚାୟତ ପିଅନ ।
ଏଥିସହ ପଢ଼ନ୍ତୁ: ମାଂସ ବିକ୍ରି ଟଙ୍କା ପାଇଁ ଭୁଲିଗଲେ ବନ୍ଧୁତା; ସାଙ୍ଗର ମୁଣ୍ଡକୁ ଇଟାରେ ଛେଚି ଦେଲା
ପଞ୍ଚାୟତ ପିଅନଙ୍କୁ ସରକାର ମାସି ୧୩ ହଜାର ୧୬୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦରମା ପିଅନଙ୍କ କାର୍ଯ୍ୟ ଦକ୍ଷତା ଉପରେ ବଢ଼ିପାରେ କିମ୍ବା ହ୍ରାସ ପାଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖୁଥିଲେ । ସେମାନଙ୍କୁ ପଞ୍ଚାୟତ ପାଣ୍ଠିରୁ ଦରମା ମିଳୁଥିଲା । ପରିବର୍ତ୍ତିତ ପରିସ୍ଥିତିରେ ପ୍ରତି ପଞ୍ଚାୟତରେ ପିଅନଙ୍କ ଆବଶ୍ୟକତା ରହିଥିବା ସରକାର ଅନୁଭବ କରୁଛନ୍ତି । ଫଳରେ ଏବେ ସମସ୍ତ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପିଅନଙ୍କୁ ନିଯୁକ୍ତି ଦେବାକୁ ଆରମ୍ଭ କରିଛି ପ୍ରକ୍ରିୟା ।
ପୂର୍ବରୁ ରହିଥିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍ ୧୯୬୪ର ଧାରା ୧୨୩ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୨୦୧୪ର ନିୟମ ୧୨୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ଧାରା ଉଚ୍ଛେଦ କରି ସରକାର ପ୍ରତି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ପିଅନ ପଦବୀ ସୃଷ୍ଟି କରିବେ ।
ଏଥିସହ ପଢ଼ନ୍ତୁ: ସବୁ ଗ୍ରାମ ପଞ୍ଚାୟତରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ, ବିଡିଓମାନଙ୍କୁ ଅବଗତ କରାଯାଇଛି । ପଞ୍ଚାୟତ ସ୍ତରରେ ପିଅନ ନିଯୁକ୍ତି ଦ୍ଵାରା ଲୋକେ ଗାଁରେ ସରକାରୀ ସୁବିଧାର ଲାଭ ସହଜରେ ପାଇ ପାରିବେ ବୋଲି ଆଶା କରାଯାଉଛି ।
ପୂର୍ବରୁ ସରକାର ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କରିବାକୁ କହିଥିଲେ । ସମସ୍ତ କର୍ମଚାରୀଙ୍କ ଲାଗି ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍ ଉପସ୍ଥାନ । ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା ।
ଯେଉଁ ନିର୍ଦ୍ଦେଶନାମାରେ କୁହାଯାଇଛି, ଜନସାଧାରଣଙ୍କୁ ସମୟରେ ସେବା ଯୋଗାଇବା ଲାଗି ଉତ୍ତରଦାୟୀ, ସ୍ଵଚ୍ଛତା ଓ ଦକ୍ଷତା ରହିବା ଦରକାର । ଏଥିପାଇଁ ସମୟାନୁବର୍ତ୍ତିତା ବି ଆବଶ୍ୟକ । ଆଉ ଏଥିପାଇଁ କାର୍ଯ୍ୟାଳୟରେ ସମୟରେ ଉପସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ । ଏହା ସରକାରୀ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଲୋକଙ୍କୁ ସନ୍ତୁଷ୍ଟି ଦେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories