Crime In Odisha / ମାଂସ ବିକ୍ରି ଟଙ୍କା ପାଇଁ ଭୁଲିଗଲେ ବନ୍ଧୁତା; ସାଙ୍ଗର ମୁଣ୍ଡକୁ ଇଟାରେ ଛେଚି ଦେଲା
·7 months ago·2 min read

Key Points
ମଟନ୍ ବିକ୍ରି ପରେ ମନ ଭରିବା ପର୍ଯ୍ୟନ୍ତ ମଦ ପିଇଲେ । ଆଉ ଫେରିବା ବାଟରେ ମାଂସ ବିକ୍ରି ଟଙ୍କାକୁ ନେଇ ମୁହାଁମୁହିଁ ହେଲେ ୨ ସାଙ୍ଗ । କେଇଟା ଟଙ୍କା ପାଇଁ ଶେଷରେ ବନ୍ଧୁତା ଭୁଲି ଯାଇ ସାଙ୍ଗର ମୁଣ୍ଡକୁ ଇଟାରେ ଛେଚି ମାରି ଦେଲା ।
ଉଦଳା (ମୟୂରଭଞ୍ଜ): ଛେଳିକୁ ମାରିଲେ, ମାଂସ ବିକ୍ରି ପାଇଁ ହାଟକୁ ଗଲେ । ମଟନ୍ ବିକ୍ରି ପରେ ମନ ଭରିବା ପର୍ଯ୍ୟନ୍ତ ମଦ ପିଇଲେ । ଆଉ ଫେରିବା ବାଟରେ ମାଂସ ବିକ୍ରି ଟଙ୍କାକୁ ନେଇ ମୁହାଁମୁହିଁ ହେଲେ ୨ ସାଙ୍ଗ । କେଇଟା ଟଙ୍କା ପାଇଁ ଶେଷରେ ବନ୍ଧୁତା ଭୁଲି ଯାଇ ସାଙ୍ଗର ମୁଣ୍ଡକୁ ଇଟାରେ ଛେଚି ମାରି ଦେଲା ମଙ୍ଗଲ ।
ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ରାସ୍ତାରେ । ସୂଚନା ଅନୁସାରେ, ଦୁଇ ସାଙ୍ଗ ଗଣେଶ ଓ ମଙ୍ଗଲ୍ ଗୁରୁବାର ରାତିରେ ମାଂସ ବିକ୍ରି ପାଇଁ ଖୁଣ୍ଟା ସାପ୍ତାହିକ ହାଟକୁ ଯାଇଥିଲେ । ହାଟରେ ମାଂସ ବିକ୍ରି ପରେ ଦୁହେଁ ମଦ ପିଇ ଘରକୁ ଫେରୁଥିଲେ । ବଡ଼ଖୁଣ୍ଟା ନିକଟରେ ମାଂସ ବିକ୍ରି ଟଙ୍କାର ହିସାବ କରିଥିଲେ ଉଭୟ ।
ଏଥିସହ ପଢ଼ନ୍ତୁ: ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର
ଗଣେଶକୁ ମଙ୍ଗଲ ମାଂସ ବିକ୍ରି ଟଙ୍କା ମାଗିଥିଲା । ହେଲେ ଗଣେଶ ମାତ୍ର ୮୦ ଟଙ୍କା ଦେବାରୁ ରାଗି ଯାଇଥିଲା ମଙ୍ଗଲ । ମଦ ନିଶାରେ ଚୂର୍ ଥିବା ମଙ୍ଗଲ, ଗଣେଶକୁ ଠେଲାପେଲା କରିଥିଲା । ଉଭୟ ତଳେ ପଡ଼ି ଯାଇଥିବା ବେଳେ ରାସ୍ତା କଡ଼ରେ ପଡ଼ିଥିବା ଇଟାକୁ ଆଣି ରାଗରେ ଗଣେଶରେ ମୁଣ୍ଡକୁ ଛେଚି ଦେଇଥିଲା । ରାତିର ଘନ ଅନ୍ଧାର ଭିତରେ ବନ୍ଧୁତାକୁ ଇଟାରେ ଛେଚି ଚାଲିଥିଲା ମଙ୍ଗଲ ।
ଶୁକ୍ରବାର ସକାଳୁ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଆତଙ୍କ । ରାସ୍ତା କଡ଼ରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଛାନଭିନ୍ କରିବା ପରେ ଜଣାପଡ଼ିଥିଲା ମୃତକ ଖପ୍ରାଖୋଲର ଗଣେଶ ହେମ୍ବ୍ରମ । ଅଭିଯୁକ୍ତ ହତ୍ୟାକାରୀ ସାଙ୍ଗ ମଙ୍ଗଲ ମୁର୍ମୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ଗୋରୁ ମାଫିଆଙ୍କ ସହ ମିଶି ପୋଲିସକୁ ଦେଉଥିଲା ଧୋକା, ରେଡ୍ ପୂର୍ବରୁ କରୁଥିଲା ସୂଚନା ଲିକ୍
ଗିରଫ ମଙ୍ଗଲ ଠାରୁ ପୋଲିସ ଜବତ କରିଛି ଗଣେଶର ମୋବାଇଲ୍ ସହ ନେଇଥିବା ଟଙ୍କା । ଗୁରୁବାର ରାତିରେ ମଙ୍ଗଲ, ଗଣେଶ ଠେଲା ପେଲା ସମୟରେ ସେଠାରେ ଗାଡ଼ି ଚାବି ଖସି ଯାଇଥିଲା । ଆଉ ସେହି ଗାଡ଼ି ଚାବିକୁ ନେଇ ପୋଲିସ ତଦନ୍ତ ଆଗକୁ ବଢ଼ିବା ସହ ଅଭିଯୁକ୍ତ ମଙ୍ଗଲ ମୁର୍ମୁକୁ ଗିରଫ କରିବାରେ ସଫଳ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories