Odisha New Parking Rules / ଓଡ଼ିଶାରେ ଆସୁଛି ନୂଆ ନିୟମ, ନୂଆ ଗାଡ଼ି କିଣିବା ପୂର୍ବରୁ ଦରକାର ପାର୍କିଂ ସାର୍ଟିଫିକେଟ୍
·38 mins ago·2 min read

Key Points
ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର
ପାର୍କିଂ ସ୍ଥାନ ନଥିଲେ କିଣିପାରିବେନି ଗାଡ଼ି
ଓଡ଼ିଶା ସରକାରଙ୍କ ନୂଆ ପଲିସି
ପାର୍କିଂ ସ୍ଥାନ ନଥିଲେ କିଣିପାରିବେନି ଗାଡ଼ି
ଓଡ଼ିଶା ସରକାରଙ୍କ ନୂଆ ପଲିସି
ରାଜ୍ୟର ସହରାଞ୍ଚଳରେ ଏଣିକି ମନଇଚ୍ଛା ଗାଡ଼ି ପାର୍କିଂ କରିବା ଆଉ ସହଜ ହେବ ନାହିଁ । ଟ୍ରାଫିକ୍ ଜାମ୍ ଓ ବେଆଇନ ପାର୍କିଂ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ପାର୍କିଂ ନୀତି-୨୦୨୬ । ଏହି ନୂଆ ନୀତି ଲାଗୁ ହେଲେ ନୂଆ ଘରୋଇ ଗାଡ଼ି ପଞ୍ଜିକରଣ ପୂର୍ବରୁ ଗାଡ଼ି ମାଲିକଙ୍କୁ ନିଜସ୍ୱ ପାର୍କିଂ ସ୍ଥାନ ଥିବାର ପ୍ରମାଣ ଦେବାକୁ ପଡ଼ିବ ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଓଡ଼ିଶା ଅର୍ବାନ ପାର୍କିଂ ପଲିସି-୨୦୨୬’ର ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏହି ନୀତି ଅନୁଯାୟୀ, ସହରାଞ୍ଚଳରେ ବଢ଼ୁଥିବା ଗାଡ଼ି ସଂଖ୍ୟା ଓ ପାର୍କିଂ ସମସ୍ୟା ଉପରେ ରୋକ୍ ଲଗାଇବାକୁ ଅନେକ କଠୋର ପଦକ୍ଷେପ ନିଆଯିବ । ସରକାରୀ ତଥ୍ୟ ଅନୁସାରେ, ୨୦୧୭-୧୮ରେ ଓଡ଼ିଶାରେ ପଞ୍ଜିକୃତ ମୋଟର ଯାନ ସଂଖ୍ୟା ୯୧.୩ ଲକ୍ଷ ଥିବାବେଳେ ୨୦୨୩-୨୪ ସୁଦ୍ଧା ଏହା ୬୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧.୫ କୋଟି ଅତିକ୍ରମ କରିଛି ।
ନୂଆ ପଲିସିରେ ଅଧିକ ଜନବହୁଳ ଆବାସିକ ଅଞ୍ଚଳ ପାଇଁ ‘ରେସିଡେନ୍ସିଆଲ୍ ପାର୍କିଂ ପରମିଟ୍’ ବ୍ୟବସ୍ଥା ରହିଛି । ଏହାଦ୍ୱାରା ପ୍ରତି ପରିବାର କିମ୍ବା ପ୍ରତିଷ୍ଠାନ ପାଇଁ ପାର୍କିଂ ପରମିଟ୍ ସଂଖ୍ୟା ସୀମିତ କରାଯିବ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ଶୁଳ୍କ ଆଦାୟ ହେବ । ଏହାସହ ୧୨ ମିଟରରୁ କମ୍ ଚଉଡ଼ା ଥିବା ଆବାସିକ ରାସ୍ତାରେ ପାର୍କିଂକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ପ୍ରସ୍ତାବ ରହିଛି ।
ସେହିପରି ବ୍ୟସ୍ତବହୁଳ ବାଣିଜ୍ୟିକ ଅଞ୍ଚଳ ଓ ସେଣ୍ଟ୍ରାଲ୍ ବିଜନେସ୍ ଡିଷ୍ଟ୍ରିକ୍ଟରେ ପାର୍କିଂ ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ଏଠାରେ ପାର୍କିଂ ସମୟସୀମା ନିର୍ଦ୍ଧାରଣ କରାଯିବା ସହ ଭିଡ଼ ସମୟରେ ଅତିରିକ୍ତ କଞ୍ଜେସନ୍ ଫି’ ଆଦାୟ କରିବାକୁ ମଧ୍ୟ ଯୋଜନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାର୍କିଂ ବ୍ୟବସ୍ଥାକୁ ଡିଜିଟାଲ୍ କରିବା ପାଇଁ ମୋବାଇଲ୍ ଆପ୍ ଜରିଆରେ ରିଅଲ୍ ଟାଇମ୍ ପାର୍କିଂ ସ୍ଲଟ୍ ସୂଚନା, ଅନଲାଇନ୍ ବୁକିଂ ଓ କ୍ୟାସଲେସ୍ ପେମେଣ୍ଟ ବ୍ୟବସ୍ଥା କରାଯିବ। ପାର୍କିଂରୁ ମିଳୁଥିବା ରାଜସ୍ୱକୁ ଫୁଟପାଥ୍, ସାଇକେଲ୍ ଟ୍ରାକ୍, ଇଭି ଚାର୍ଜିଂ ଷ୍ଟେସନ୍ ଓ ସାଧାରଣ ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ ।
ନିୟମ ଉଲ୍ଲଂଘନ କଲେ ଗାଡ଼ି ମାଲିକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ । ଆବଶ୍ୟକସ୍ଥଳେ ଗାଡ଼ି ଟୋଇଂ କରାଯିବା ସହ ବାରମ୍ବାର ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଭଳି କଠୋର ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତାବ ରହିଛି ।
ଏହି ନୀତିର କାର୍ଯ୍ୟକାରିତା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଷ୍ଟିଅରିଂ କମିଟି ଗଠନ ହେବ । ଏହାସହ ପୌରାଞ୍ଚଳ ସ୍ତରରେ ମେୟର କିମ୍ବା କମିଶନରଙ୍କ ଅଧ୍ୟକ୍ଷତାରେ ପାର୍କିଂ ସ୍ପେସ୍ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ ।
ତେବେ ଏହା ଏବେ ଏକ ଚିଠା ପ୍ରସ୍ତାବ ହୋଇଥିବାରୁ ସାଧାରଣ ଲୋକ ଓ ଅଂଶୀଦାରମାନେ ନିଜର ମତାମତ ଏବଂ ଆପତ୍ତି ଅଭିଯୋଗ ଜଣାଇପାରିବେ । ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଡାକ, ବ୍ୟକ୍ତିଗତ ଭାବେ କିମ୍ବା ଇ-ମେଲ୍ ମାଧ୍ୟମରେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ମତାମତ ଦାଖଲ କରାଯାଇପାରିବ ।

Related Topics
Explore more stories