Parking Certificate Rule / ଆସୁଛି ନୂଆ ନିୟମ, ଏଣିକି ନୂଆ ଗାଡ଼ି କିଣିବା ବେଳେ ଦେବାକୁ ପଡ଼ିବ ପାର୍କିଂ ସାର୍ଟିଫିକେଟ୍
·5 months ago·2 min read

Key Points
ଆଗକୁ ବାଧ୍ୟତାମୂଳକ ହେବ ନୂତନ ଯାନବାହନ ପଞ୍ଜିକରଣ ବେଳେ ପାର୍କିଂ ପ୍ରମାଣପତ୍ର
ତାସହ ବଢ଼ିପାରେ ପାର୍କିଂ ଫି
ଏଠି ସେଠି ମନଇଚ୍ଛା ଗାଡ଼ି ରଖିଲେ ଗଣିବାକୁ ହେବ ମୋଟା ଅଙ୍କର ତଣ୍ଡ

ଏଥର ନୂଆ ଗାଡ଼ି କିଣିବା ବେଳେ ଦେବାକୁ ପଡ଼ିବ ପାର୍କିଂ ପ୍ରମାଣପତ୍ର । ନଗର ଉନୟନ୍ନ ବିଭାଗ ଆଣିବାକୁ ଯାଉଛି ଓଡ଼ିଶା ଅର୍ବାନ ପର୍କିଂ ପଲିସି । ପାର୍କିଂ ସମସ୍ୟା ଦୂର ପାଇଁ ଆସିବ ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି ୨୦୨୬ । ଏନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ସହରରେ ଏହି ନୀତି କାର୍ଯ୍ୟକରୀ ହେବ । ଏହି ନିୟମ ଲାଗୁ ହେଲେ ଗାଡ଼ି ପଞ୍ଜୀକରଣ ପୂର୍ବରୁ ପାର୍କିଂ ବ୍ୟବସ୍ଥାର ପ୍ରମାଣ ଦେବାକୁ ପଡିବ ।
ପ୍ରସ୍ତାବିତ ଚିଠା ପ୍ରସ୍ତାବରେ ଅନଧିକୃତ ପାର୍କିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରବଧାନ ରହିବ । ସେହିପରି ଅବୈଧ ପାର୍କିଂରେ ଜରିମାନା ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସଙ୍କୀର୍ଣ୍ଣ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ଭାବେ ନିଷେଧ ହେବ । ୧୨ ମିଟରରୁ କମ୍ ପ୍ରସ୍ତ ରାସ୍ତାରେ ପାର୍କିଂକୁ ଅନୁମତି ମିଳିବ ନାହିଁ ।
ସେହିପରି ସ୍ଥାନ, ସମୟ ଓ ଚାହିଦା ଅନୁଯାୟୀ ସହରର ବିଭିନ୍ନ ସ୍ଥାନ ମାନଙ୍କରେ ଅଲଗା ଅଲଗା ପାର୍କିଂ ଶୁଳ୍କ ନିର୍ଦ୍ଧାରଣ ହେବ । ବ୍ୟସ୍ତବହୁଳ ଅଞ୍ଚଳରେ ଅଧିକ ପାର୍କିଂ ଶୁଳ୍କ ଲାଗୁ ହେବ । ନୂଆ ନୀତିରେ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ବସ୍, ସାଇକେଲ୍ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ । ଆବଶ୍ୟକ ହେଲେ ଭିଡ଼ ଅଞ୍ଚଳରେ କନ୍ଜେସନ୍ ଫି' ଲାଗୁ ହେବ । ନୂତନ ପାର୍କିଂ ସ୍ଥଳରେ ଇଲେକ୍ଟ୍ରିକ୍ ଭିହିକଲ୍ (EV) ଚାର୍ଜିଂ ସୁବିଧା ଅନିବାର୍ଯ୍ୟ କରାଯିବ ।
ସେହିପରି ପାର୍କିଂରୁ ଆଦାୟ ଅର୍ଥକୁ ଚଲା ପଥ, ସାଇକେଲ୍ ଲେନ୍, ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ସହର ଢାଞ୍ଚା ଉନ୍ନତିରେ ବ୍ୟୟ କରାଯିବ । ଅଫ୍-ଷ୍ଟ୍ରିଟ୍ ପାର୍କିଂକୁ ପ୍ରୋତ୍ସାହନ ଦିଆଯିବ । ରାସ୍ତା ପାର୍କିଂ ତୁଳନାରେ ଅଫ୍-ଷ୍ଟ୍ରିଟ୍ ପାର୍କିଂକୁ ୨୫% ଶସ୍ତା କରାଯିବ । ସ୍ମାର୍ଟ ପାର୍କିଂ ପ୍ରଣାଳୀରେ ମୋବାଇଲ୍ ଆପ୍, ରିଅଲ୍-ଟାଇମ୍ ସ୍ଲଟ୍ ସୂଚନା, ଡିଜିଟାଲ୍ ପେମେଣ୍ଟ ଓ ଆଟୋମେଟେଡ୍ ସିଷ୍ଟମ୍ ଲାଗୁ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ୨୦୧୭–୧୮ ମସିହା ସୁଦ୍ଧା ରାଜ୍ୟରେ ୯୧.୩ ଲକ୍ଷ ଯାନବାହନ ଥିଲା, ଯାହା ୨୦୨୩–୨୪ରେ ବୃଦ୍ଧି ପାଇ ୧.୫ କୋଟିରୁ ଅଧିକ ହୋଇଛି । ଫଳରେ ଯାତାୟାତ ଏବଂ ପାର୍କିଂରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହାକୁ ନଜରରେ ରଖି ଏହି ନୂତନ ପାର୍କିଂ ନୀତି ମାଧ୍ୟମରେ ସରକାର ସହରଗୁଡିକୁ ସୁବ୍ୟବସ୍ଥିତ, ଯାତାୟାତ-ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
Related Topics
Explore more stories