Pension Distribution / ଆଜି ଖାତାକୁ ନୁହେଁ, ହାତକୁ ମିଳିବ ଭତ୍ତା ଟଙ୍କା! ୧୯ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଫାଇଦା
·47 mins ago·2 min read

Key Points
ଆଜି ମିଳିବ ବକେୟା ଭତ୍ତା
ପଞ୍ଚାୟତ ଅଫିସରେ ନଗଦ ଆକାରରେ ଦେବେ ରାଜ୍ୟ ସରକାର
ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ପ୍ରଦାନ କରାଯିବ
୧୯ ଲକ୍ଷ ୬୩ ହଜାର ୯୫୯ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୂବନେଶ୍ବର: ଆଜି ବକେୟା ଭତ୍ତା ପାଇବେ ହିତାଧିକାରୀ। ପଞ୍ଚାୟତ ଅଫିସରେ ନଗଦ ଆକାରରେ ଦେବେ ରାଜ୍ୟ ସରକାର। ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ପ୍ରଦାନ କରାଯିବ । ଏଥିରେ କେବଳ ଓଡ଼ିଶା ସରକାରଙ୍କ ଭାଗ ନଗଦ ଆକାରରେ ଦିଆଯିବ । ଅର୍ଥାତ କେନ୍ଦ୍ରୀୟ ଯୋଜନା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ୧୯ ଲକ୍ଷ ୬୩ ହଜାର ୯୫୯ ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ମାସର ଓଡ଼ିଶା ସରକାରଙ୍କ ଭାଗ ଟଙ୍କା ନଗଦ ଆକାରରେ ଦିଆଯିବ ।
ଯେଉଁମାନେ ବର୍ଦ୍ଧ୍ୟକ ଭତ୍ତା ୧୦୦୦ ଟଙ୍କା ପାଉଛନ୍ତି, ୮୦ ବର୍ଷରୁ କମ ସେମାନେ ରାଜ୍ୟ ସରକାରଙ୍କ ଭାଗ ୮୦୦ ଟଙ୍କା ପାଇବେ । ଯେଉଁମାନେ ୮୦ ବର୍ଷରୁ ଉର୍ଦ୍ଧ୍ଵ ୩୫୦୦ପାଉଛନ୍ତି ସେମାନେ ୩୦୦୦ ପାଇବେ । ସେହିଭଳି ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନ୍ସନ୍ ଯୋଜନାରେ ଯେଉଁମାନେ ୧୦୦୦ ଟଙ୍କା ପାଉଛନ୍ତି ସେମାନେ ୭୦୦ ଟଙ୍କା ପାଇବେ । ୩ ହଜାର ୫୦୦ ପାଉଥିଲେ 3 ହଜାର ପାଇବେ। ଇନ୍ଦିରା ଗାନ୍ଧୀ ଜାତୀୟ ଦିଦ୍ୟାଙ୍କ ପେନ୍ସନ୍ ଯୋଜନା ୮୦ ବର୍ଷରୁ କମ ୩ ହଜାର ୫୦୦ ରୁ ୩୨୦୦ ଟଙ୍କା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ୍ଵ ୩୫୦୦ ରୁ ୩ ହଜାର ପାଇବେ।
ପଢନ୍ତୁ ଏହି ଖବର: ଚିଲିକାକୁ ଆସୁଛନ୍ତି ବିଦେଶୀ ଅତିଥି, ସ୍ୱାଗତ ପାଇଁ ସଜାଗ ନୀଳାମ୍ବୁ ଚିଲିକା
ବାକି କେନ୍ଦ୍ରୀୟ ଯୋଜନାର ଭାଗ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ରାଜ୍ୟ ଯୋଜନା ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ୫,୦୫,୮୧୭ ଜଣ ନୂତନ ହିତାକାରୀଙ୍କୁ ଭତ୍ତା ଦିଆଯାଇଥିଲା । ଯେଉଁ ନୂତନ ହିତାକାରୀମାନେ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ କିମ୍ବା ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ଉତ୍ତା ଗ୍ରହଣ କରିପାରିନାହାନ୍ତି, ସେମାନଙ୍କୁ ଆଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ଭତ୍ତା ପ୍ରଦାନ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories