Videos
|
Odisha

Odisha News / ନଭେମ୍ବର ୨୫ରେ ମିଳିବ ୨ ମାସର ଭତ୍ତା; ହିତାଧିକାରୀଙ୍କ ହାତକୁ ନଗଦ ଦେବେ ସରକାର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନଭେମ୍ବର ୨୫ରେ ମିଳିବ ୨ ମାସର ଭତ୍ତା; ହିତାଧିକାରୀଙ୍କ ହାତକୁ ନଗଦ ଦେବେ ସରକାର
2 Months' Pension on November 25

Key Points

  • ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
  • ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ
  • ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ
ବାଲେଶ୍ଵର: ରାଜ୍ୟର ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଭତ୍ତା ପାଇଁ ଆଉ କାହାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ବାଲେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବା ସହ ଏହାକୁ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗତ ସରକାର ସମୟରେ ଜିଲ୍ଲାୱାରୀ କୋଟା ବ୍ୟବସ୍ଥା ଥିବାରୁ ଜଣେ କୌଣସି କାରଣରୁ ବାଦ୍ ପଡ଼ିଲେ କିମ୍ବା ମୃତ୍ୟୁବରଣ କଲେ ଯାଇ ଅନ୍ୟ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁଥିଲା । ଏହିପରି ଅମାନବୀୟ କୋଟା ବ୍ୟବସ୍ଥାକୁ ବାତିଲ୍ କରି ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସିଧାସଳଖ ଭତ୍ତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ବର୍ତ୍ତମାନର ସରକାର ।

ଏହି ନୂଆ ନିଷ୍ପତ୍ତି ଫଳରେ ରାଜ୍ୟରେ ଭତ୍ତା ହିତାଧିକାରୀଙ୍କ ସଂଖ୍ୟା ୩୬ ଲକ୍ଷ ୭୫ ହଜାରରୁ ବୃଦ୍ଧି ପାଇ ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି । ଏଥିସହ ଆବେଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସରକାର UPMP ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ମଧୁବାବୁ ପେନସନ ଯୋଜନାରେ ସାମିଲ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭତ୍ତା ପାଇଁ ନୂଆ ପୋର୍ଟାଲ୍

ଆଜିଠାରୁ ଯୋଗ୍ୟ ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକେ ଜନସେବା କେନ୍ଦ୍ର ମାଧ୍ୟମରେ ଅନଲାଇନ୍‌ରେ ଆବେଦନ କରି ସିଧାସଳଖ ଭତ୍ତା ସୁବିଧା ପାଇପାରିବେ । ସରକାରଙ୍କ ଏହି ଐତିହାସିକ ପଦକ୍ଷେପ, ଯୋଗ୍ୟ ଗରିବ ଓ ବୃଦ୍ଧବୃଦ୍ଧାଙ୍କ ମୁହଁରେ ହସ ଫୁଟାଇଛି ।

ବଦଳିଲା ନିୟମ

ଭତ୍ତା ପାଇଁ ରାଜ୍ୟ ସରକାର ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଆଉ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ; ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ନଭେମ୍ବର ୨୫ ତାରିଖରେ ହିତାଧିକାରୀଙ୍କ ୨ ମାସର ଭତ୍ତା ମିଳିବ । ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ନଗଦ ଆକାରରେ ସରକାର ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।