Odisha Pension Scheme / ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ ! ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଭତ୍ତା
·2 hours ago·2 min read

Key Points
ଭତ୍ତା ଆବେଦନକାରୀଙ୍କ ପାଇଁ ବଡ଼ ଖବର
ଆବେଦନ ପରେ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବନି
ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ ଓ ତ୍ବରାନ୍ବିତ କରାଯିବ

ଭତ୍ତା ପାଇଁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବନି । ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀଙ୍କୁ ମିଳିବ ଭତ୍ତା । ନଭେମ୍ବର ୧୦ ତାରିଖରୁ ଭତ୍ତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ନଭେମ୍ବର ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବେ । ଏହାଦ୍ୱାରା ଦୀର୍ଘଦିନ ଧରି ଭତ୍ତାକୁ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିବ ।
ବଡ଼ କଥା ହେଉଛି, ଏଣିକି ଭତ୍ତା ପାଇଁ ଆବେଦନ କରିବା ପରେ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରାଯିବା ପରେ ତୁରନ୍ତ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।
ଏଥିପାଇଁ ଯୋଗ୍ୟ ବ୍ୟକ୍ତିମାନେ ନିଜ ଅଞ୍ଚଳର ବିଡିଓ କାର୍ଯ୍ୟାଳୟରେ ଭତ୍ତା ପାଇଁ ଆବେଦନ କରିପାରିବେ । ଏହାବ୍ୟତୀତ ସରକାରଙ୍କ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି । ଫଳରେ ଲୋକମାନେ ସହଜରେ ଆବେଦନ କରିବା ସହ ନିଜର ଯୋଗ୍ୟତା ଯାଞ୍ଚ କରାଇପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଭତ୍ତା ପାଉଥିବା ବ୍ୟକ୍ତିଙ୍କ ବୟସ ୮୦ ବର୍ଷ ପୂରଣ ହେଲେ ସେମାନଙ୍କୁ ଅଧିକ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନାହିଁ । ବୟସ ଅନୁଯାୟୀ ନିୟମ ମୁତାବକ ଅଧିକ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବ ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ନୂତନ ହିତାଧିକାରୀଙ୍କୁ ଭତ୍ତା ମିଳିବା ସହ ଆଗକୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଆହୁରି ସହଜ ହେବ ବୋଲି ଆଶା କରାଯାଉଛି ।

Related Topics
Explore more stories